ଶ୍ରୀ ମନ୍ଦିର ତ୍ୟାଗ କରି ଏଠି ୭ ମାସ ୨୭ ଦିନ ରହିଥିଲେ ମହାପ୍ରଭୁ, ସତ୍ୟ ଘଟଣା

ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହିମା ଓ ତାଙ୍କର ଲିଲା ବିଷୟରେ ଆପଣ ସମସ୍ତେ ଅବଗତ ଅଛନ୍ତି । କୁହାଯାଏ କି ପୁରୀ ଶ୍ରୀ ମନ୍ଦିରରେ ଆଜି ବି ଏମିତି କିଛି ରହସ୍ୟ ଲୁଚି ଅଛି ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ବି ଲୋକ ଲୋଚନକୁ ଆସି ନାହିଁ । ଏମିତିରେ ଆଜି ଆମେ ଆପଣଙ୍କୁ ଶ୍ରୀ ଜଗନ୍ନାଥଙ୍କ ଏକ ଗାଥା ବିଷୟରେ କହିବୁ ।

ଇତିହାସ ଅନୁସାରେ ଅତୀତରେ ଖୋର୍ଦ୍ଦା ଜିଲ୍ଲାର ନଇରି ଗାଁକୁ ପ୍ରଭୁ ଶ୍ରୀ ଜଗନ୍ନାଥ ବିଜେ କରିଥିଲେ । ଏଠି ୭ ମାସ ୨୭ ଦିନ ମହାପ୍ରଭୁଙ୍କୁ ରଖା ଯାଇଥିଲା । ଜଗନ୍ନାଥ ଶ୍ରୀ ମନ୍ଦିର ତ୍ୟାଗ କରି ଏହି କାଙ୍କଣ ଶିଖରୀ ନିକଟସ୍ଥ ନଇରି ଗ୍ରାମରେ ହରି ହରେଶ୍ଵରଙ୍କ ମନ୍ଦିରରେ ପୂଜିତ ହେଉଥିଲେ । ଯାହାର ପ୍ରମାଣ ଆପଣଙ୍କୁ ବର୍ତ୍ତମାନ ବି ଦେଖିବାକୁ ମିଳିବ । ମହା ପ୍ରଭୁ ବିରଜାମାନ କରିଥିବା ସ୍ଥାନ ବର୍ତ୍ତମାନ ବି ପୂଜା ପାଉଛି ।

କୁହାଯାଏ କି ଥରେ ନୁହେଁ ଦୁଇ ଦୁଇ ଥର ପ୍ରଭୁ ଶ୍ରୀ ଜଗନ୍ନାଥ ଏହି ନଇରି ଗାଁକୁ ବିଜେ କରିଛନ୍ତି । ବର୍ତ୍ତମାନ ଏହି ହରି ହରେଶ୍ଵର ମନ୍ଦିରରେ ଏକାଠି ହରି ଓ ହର ପୂଜା ପାଉଛନ୍ତି । ଅର୍ଥାତ ଏହି ମନ୍ଦିର ବିଷ୍ଣୁ ଓ ଶିବ ଗୋଟିଏ ସ୍ଥାନରେ ପୂଜା ପାଉଛନ୍ତି । ଇତିହାସ ଅନୁସାରେ ଗଜପତି ମର୍ମାହତ ହୋଇ ବାରବାଟୀ ଦୁର୍ଗରେ ରହିଥିଲେ ସେହି ସମୟରେ ତାଙ୍କର ପୁତ୍ର ଯୁବରାଜ କୃଷ୍ଣ ଚନ୍ଦ୍ର ରାୟ ନଇରି ଗ୍ରାମବାସୀ ଓ ଅଧିବାସୀମାନଙ୍କୁ ନେଇ ବହୁତ ଗୁପ୍ତ ରୂପରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶଗଡି ରଥଯାତ୍ରା କରି ମହାପ୍ରଭୁଙ୍କ ରଥଯାତ୍ରା ପରମ୍ପରାକୁ ସମ୍ପୂର୍ଣ କରିଥିଲେ ।

କହିଦେଉଛୁ କି ଚାରିପଟେ ପାଣି ଓ ମଝିରେ ହେଉଛି କାଙ୍କଣ ଶିଖରୀ । ଏହି ସ୍ଥାନରେ ହିଁ ମହାପ୍ରଭୁଙ୍କୁ ବିରାଜମାନ କରାଯାଇଥିଲା । ସେହି ସମୟରେ କୌଣସି ବି ପ୍ରକାରର ସୁବିଧା ନ ଥିଲା । ନା ହିଁ ପାଣିର ସୁବିଧା ଅର୍ଥାତ ଚାରି ଆଡେ କେବଳ ଲୁଣୀ ପାଣି, ଭୋଗ ପାଇଁ ମଧ୍ୟ ସେହି ସମୟରେ ସେହି ସ୍ଥାନରେ ନା ହିଁ କୌଣସି ଚାଉଳ ଥିଲା ଓ ନା ହିଁ ଚୂଡା ଇତ୍ୟାଦି । ଲୋକମାନେ ଚିନ୍ତା କରିଲେ କି ଯେଉଁ ଭଗବାନଙ୍କ ପାଖରେ ୬୦ ପଉଟି ଭୋଗ ଲାଗିଥାଏ ସେହି ଭଗବାନଙ୍କ ପାଖରେ କେଉଁ ଭୋଗ ଲଗାଯିବ ।

ଏମିତିରେ ଭଗବାନଙ୍କୁ ଫଳ ଦେବା ପାଇଁ ନିଷ୍ପତି ନିଆଗଲା । ଏଥିପାଇଁ ସେହି ଯୁଗରେ କାଙ୍କଣ ଚାଷ ହୋଇଥିଲା । ସେହି କାଙ୍କଣ ଜଗନ୍ନାଥଙ୍କ ନିକଟରେ ଭୋଗ ଲାଗୁଥିଲା ବୋଲି ଏହି ସ୍ଥାନର ନାଁ କାଙ୍କଣ ଶିଖର ରଖା ଯାଇଛି । କୁହାଯାଏ କି ଯେଉଁ ଫଳରେ କଣ୍ଟା ଥାଏ ତାକୁ ଭୋଗରେ ବ୍ୟବହାର କରାଯାଏ ନାହିଁ । କିନ୍ତୁ ସେହି ସମୟରେ ଅନ୍ୟ କୌଣସି ବି ଉପାୟ ନ ଥିଲା ।

ସେଥିପାଇଁ ଜଗନ୍ନାଥଙ୍କୁ ଶେଷରେ କାଙ୍କଣ ଭୋଗ ଲଗା ଯାଇଥିଲା ଓ ତାହା ଏତେ ସ୍ଵାଦିଷ୍ଟ ଥିଲା କି ସେହି ଦିନ ଠାରୁ କାଙ୍କଣକୁ ତାଙ୍କର ମୁଖ୍ୟ ଫଲ ରୂପରେ ବ୍ୟବହାର କରାଯାଉଛି । ଏହା ପର ଠାରୁ କାଙ୍କଣ ଫଳକୁ କାଙ୍କଣ ଶିଖରରୁ ନେଇ ପୁରୀ ପହଞ୍ଚାଇ ଦିଅନ୍ତି ।

ଏହି ସ୍ଥାନରେ ସେହି ସମୟରେ ଏକ ପୋଖରୀର ବି ନିର୍ମାଣ କରାଯାଇଥିଲା । ଯାହାର ପାଣି ସେହି ସମୟରେ ଜଗନ୍ନାଥଙ୍କ ଭୋଗ ଇତ୍ୟାଦିରେ ବ୍ୟବହାର କରାଯାଉଥିଲା । ସବୁଠୁ ଖାସ କଥା ଏହା ଅଟେ କି ଚାରି ଆଡେ ଲୁଣୀ ପାଣି ଥିବା ସତ୍ବେ ବି ଏହି ପୋଖରୀରେ ମଧୁରୁ ପାଣି ଅଛି ।

Leave a Reply

Your email address will not be published. Required fields are marked *