ଓଡିଆ ଜଗତର ମେଗାଷ୍ଟାର Sriram Panda କାହିଁକି ନେଲେ ସନ୍ୟାସୀ, ସ୍ତ୍ରୀ ଖୋଲିଲେ ଗୁମର

ଓଲିଉଡ ଇଣ୍ଡଷ୍ଟ୍ରି ରେ ଅଭିନୟ କରୁଥିବା କଳାକାର ମାନେ ନିଜର ସାନଦାର ପ୍ରଦର୍ଶନ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି । ଏମିତି କିଛି କଳାକାର ମାନେ ଅଛନ୍ତି ଯେଉଁ ମାନେ ଓଡିଆ ଇଣ୍ଡଷ୍ଟ୍ରି ର ମେଗା ଷ୍ଟାର ଭାବେ ପରିଚିତ ଅଟନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତା ଶ୍ରୀରାମ ପଣ୍ଡା ଅଭିନୟ ଦୁନିଆ ଛାଡି ସନ୍ୟାସୀ କଣ ପାଇଁ ହୋଇଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ଜାଣିଥିବେ କି ଓଡିଆ ଜଗତର ମେଗା ଷ୍ଟାର ଭାବେ ଅଭିନେତା ଶ୍ରୀରାମ ପଣ୍ଡା ପରିଚିତ । ସେ ଅଭିନୟ ବ୍ଯତୀତ ପ୍ରଡ୍ୟୁସର ଓ ନିର୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି ।

ସେ ନିଜର ଦମଦାର ଅଭିନୟ ଦ୍ଵାରା ଲକ୍ଷ ଲକ୍ଷ ଲୋକ ମାନଙ୍କର ହୃଦୟ ଜିଣିଛନ୍ତି । ୧୯୫୪ ମସିହା କୋରାପୁଟ ଜିଲ୍ଲାର ନବରଙ୍ଗପୁର ରେ ସେ ଜନ୍ମଗ୍ରହଣ କରିଥିଲେ । ସେ ତାଙ୍କର ଅଭିନୟ କ୍ଯାରିୟର ୧୯୭୨ ମସିହା ରେ “ଧରିତ୍ରି” ଫିଲ୍ମ ରୁ ଆରମ୍ଭ କରିଥିଲେ । ଏହି ଫିଲ୍ମରେ ଅଭିନୟ କରିବାର ତାଙ୍କ ପାଖରେ ଏତେ ଦକ୍ଷତା ନ ଥାଇ ମଧ୍ୟ ସେ ଖୁବ ସୁନ୍ଦର ଅଭିନୟ କରିଥିଲେ ଯାହା ପାଇଁ ତାଙ୍କୁ ଆଗକୁ ବଢିବା ପାଇଁ ସୁଯୋଗ ମିଳିଥିଲା । ଏହା ପରେ ତ୍ରିପୁରା ମିଶ୍ରଙ୍କ ସହ ସେ ଫିଲ୍ମ “ଯାଯାବର” ରେ ଅଭିନୟ କରିଥିଲେ । ଫିଲ୍ମ “ସିନ୍ଦୁର ବିନ୍ଦୁ” ରେ ମଧ୍ୟ ସେ ତ୍ରିପୁରା ମିଶ୍ରଙ୍କ ସହ ଅଭିନୟ କରିଥିଲେ ।

ଏହି ଫିଲ୍ମରେ କାମ କରିବା ସମୟରେ ଦୁହିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହା ପରେ ଦୁହେଁ ଫିଲ୍ମ ସୁବର୍ଣ୍ଣ ସୀତା ରେ ଅଭିନୟ କରିବା ସମୟରେ ପରସ୍ପରକୁ ବିବାହ କରିଥିଲେ । ଏହା ପରେ ଦୁହିଙ୍କର ଗୋଟେ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା ।

ତ୍ରିପୁରା ମିଶ୍ର ଏହା ପରେ ଅଭିନୟ ଦୁନିଆରୁ ବିଦାୟ ନେଇଥିଲେ । ଶ୍ରୀରାମ ପଣ୍ଡା ୬୦ରୁ ୭୦ଟି ଫିଲ୍ମରେ ଅଭିନୟ କରିବାର ନଜର ଆସିଛନ୍ତି । ଅଭିନେତା ଶ୍ରୀରାମ ପଣ୍ଡା ଅଭିନୟ କରିଥିବା ଫିଲ୍ମ ଗୁଡିକ ମଧ୍ୟରେ “ଜୋରଜାର ମୂଲକ ତାର”, “ଚକା ଆଖି ସବୁ ଦେଖୁଛି”, “ମାନିନୀ” ଅନ୍ଯତମ ।

୧୯୯୦ ମସିହାରେ ତାଙ୍କର ସ୍ଵାମୀ ନିରଞ୍ଜାନନ୍ଦ ସରସ୍ପତିଙ୍କ ସହ ସାକ୍ଷାତ ହୋଇଥିଲା । ସ୍ଵାମୀ ସରସ୍ପତିଙ୍କ ପ୍ରଭାବିତ ହୋଇ ସେ ସନ୍ୟାସୀ ଧର୍ମ ଗ୍ରହଣ କରିବା ପାଇଁ ନିଷ୍ପତି ନେଇଥିଲେ । ବର୍ତ୍ତମାନ ଶ୍ରୀରାମ ପଣ୍ଡା ନିତ୍ୟ ଚୈତନ୍ୟ ନାମରେ ପରିଚିତ । ସେ ତାଙ୍କର ପରିବାର ପ୍ରତି କର୍ତ୍ତବ୍ୟ ପୁରା କରି ନାହାନ୍ତି ବୋଲି ଏକ ସାକ୍ଷାତକାର ରେ ସ୍ଵୀକାର କରିଥିଲେ । ସେ ପଛୁଆ ବର୍ଗର ପିଲା ମାନଙ୍କୁ ଶିକ୍ଷା ଦେବା ପାଇଁ ସାହାଜ୍ୟ କରୁଥିଲେ । ଓଡିଶାର ଲୋକ ମାନେ ଅଭିନେତା ଶ୍ରୀରାମ ପଣ୍ଡାଙ୍କୁ ତାଙ୍କର ଅଭିନୟ ପାଇଁ ବହୁତ ସାରା ଭଲ ପାଇବା ଦେଇଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ଶ୍ରୀରାମ ପଣ୍ଡା ଙ୍କର ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *