ପ୍ରଥମ ଥର ପାଇଁ ଦେଖନ୍ତୁ Ollywood ଅଭିନେତା Sritam Dasଙ୍କ ଫ୍ୟାମିଲି Album

ବର୍ତ୍ତମାନର ଯୁଗ ହେଉଛି ଇଣ୍ଟର୍ନେଟର ଯୁଗ । ବର୍ତ୍ତମାନ ଆପଣ ଇଣ୍ଟର୍ନେଟରେ ସବୁକିଛି କରି ପାରିବେ । ଯଦି ଆପଣ ନିଜର ପସନ୍ଦିତା ଷ୍ଟାର ବିଷୟରେ ଜାଣିବାକୁ ଚାହୁଁଛନ୍ତି ତେବେ ଇଣ୍ଟର୍ନେଟ ଆପଣଙ୍କୁ ଏଥିରେ ବହୁତ ସାହାର୍ଯ୍ୟ କରିଥାଏ ।

ବର୍ତ୍ତମାନ ସମୟରେ ଆପଣ ଅତି ସହଜରେ ନିଜର ପସନ୍ଦିତା ଷ୍ଟାରଙ୍କ ବିଷୟରେ, ତାଙ୍କର ପରିବାର, ତାଙ୍କର ଫିଲ୍ମ ଇତ୍ୟାଦି ସବୁ ବିଷୟରେ ଜାଣି ପାରୁଛନ୍ତି । ଯାହାକି ପୂର୍ବେ ହୋଇ ପାରୁ ନ ନଥିଲା । ଏହି କ୍ରମରେ ଆଜି ଆମେ ଆପଣଙ୍କୁ ଓଲିଉଡ ଇଣ୍ଡଷ୍ଟ୍ରିର ଜଣେ ଜଣା ଶୁଣା କଳାକାର ଓ ଅଭିନେତା ଶ୍ରୀତମ ଦାସଙ୍କ ବିଷୟରେ କହିବୁ । ତାଙ୍କର ପରିବାର ବିଷୟରେ ବି କହିବୁ ।

ଆପଣମାନେ ଶ୍ରୀତମ ଦାସଙ୍କୁ ଭଲ ଭାବରେ ଚିହ୍ନିଥିବେ । ଶ୍ରୀତମ ଦାସ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣା ଶୁଣା ଅଭିନେତା ଅଟନ୍ତି । ତାଙ୍କର ଅଭିନୟ ଓ ଫିଲ୍ମକୁ ଦର୍ଶକମାନଙ୍କ ବହୁତ ଭଲ ପାଇବା ମିଳିଛି । କିନ୍ତୁ ବର୍ତ୍ତମାନ ସମୟରେ ସେ ବହୁତ କମ ଫିଲ୍ମରେ ନଜର ଆସୁଛନ୍ତି । ଶ୍ରୀତମ ଦାସ ଜଣେ ଭଲ ଅଭିନେତା ସହ ଜଣେ ଭଲ ଡାୟରେକ୍ଟର ବି ଅଟନ୍ତି । କହିଦେଉଛୁ କି ଶ୍ରୀତମ ଦାସଙ୍କ ଜନ୍ମ ୧୯୭୦ ମସିହାରେ ଭୁବନେଶ୍ଵରରେ ହୋଇଥିଲା ।

ଯଦି ତାଙ୍କର ଫିଲ୍ମି କ୍ୟାରିୟର ବିଷୟରେ କହିବା ତେବେ ସେ ୧୯୯୫ରୁ ନିଜର ଫିଲ୍ମ ସାବିତ୍ରୀରୁ ବଡ ପରଦାରେ ଗୋଡ ରଖିଥିଲେ । ଏହି ଫିଲ୍ମରୁ ହିଁ ତାଙ୍କର ଅଭିନୟ ଜୀବନ ଆରମ୍ଭ ହୋଇଥିଲା । ୧୯୯୫ ରୁ ୨୦୨୧ ପର୍ଯ୍ୟନ୍ତ ପାଖାପାଖି ୨୫ ବର୍ଷ ହେବ ଶ୍ରୀତମ ଦାସ ଓଲିଉଡ ଇଣ୍ଡଷ୍ଟ୍ରିରେ ଏକ୍ଟିବ ଅଛନ୍ତି । ଶ୍ରୀତମ ଦାସ ନିଜ କ୍ୟାରିୟରରେ ପାଖାପାଖି ୨୦ ରୁ ବି ଅଧିକ ଫିଲ୍ମରେ କାମ କରିସାରିଛନ୍ତି । ଏହି ଫିଲ୍ମ କାରଣରୁ ତାଙ୍କୁ ବହୁତ ଲୋକପ୍ରିୟତା ମଧ୍ୟ ହାସଲ ହୋଇଛି ।

ସେ ବହୁତ ପୁରଷ୍କାର ମଧ୍ୟ ପାଇଛନ୍ତି । ଚାଳନ୍ତୁ ବର୍ତ୍ତମାନ ତାଙ୍କର ପରିବାର ବିଷୟରେ ଜାଣିବା । ଶ୍ରୀତମ ଦାସଙ୍କ ମାଙ୍କ ନାଁ ହେଉଛି ସଂଯୁକ୍ତା ଦାସ ଓ ଶ୍ରୀତମ ଦାସ ନିଜର ମାଙ୍କୁ ସବୁଠୁ ଅଧିକ ଭଲ ପାଆନ୍ତି । ଏହା ବ୍ୟତିତ ଶ୍ରୀତମଙ୍କ ଦୁଇ ଭାଇ ବି ଅଛନ୍ତି । ଗୌତମ ଦାସ ଓ ପ୍ରୀତମ ଦାସ । ଯଦି ତାଙ୍କର ପତ୍ନୀଙ୍କ ବିଷୟରେ କହିବ ତେବେ ତାଙ୍କର ପତ୍ନୀଙ୍କ ନାଁ ହେଉଛି ପୁନମ ଦାସ ।

ଶ୍ରୀତମ ପୁନମଙ୍କୁ ୨୦୧୧ରେ ବିବାହ କରିଥିଲେ । ବିବାହ ପରେ ଶ୍ରୀତମ ଓ ପୁନମଙ୍କ ଘରେ ଏକ ଝିଅ ମଧ୍ୟ ଜନ୍ମ ହୋଇଛି । ଯାହାକୁ ଶ୍ରୀତମ ବହୁତ ହିଁ ଭଲ ପାଆନ୍ତି । ଶ୍ରୀତମ ଦାସ ବର୍ତ୍ତମାନ ନିଜର ପରିବାର ବହୁତ ଖୁସିରେ ରହୁଛନ୍ତି । ଶ୍ରୀତମ ଦାସ ବର୍ତ୍ତମାନ ଫିଲ୍ମ ଠାରୁ ଅଧିକା କେତେକ ଶୋରେ ଜଜ ରୂପରେ ନଜର ଆସୁଛନ୍ତି ।

Leave a Reply

Your email address will not be published. Required fields are marked *