ଆମ ହିନ୍ଦୁ ସଂସ୍କୃତିରେ ଗାଈକୁ ଖାଲି ପଶୁ ରୂପରେ ଦେଖାଯାଇନଥାଏ ତାକୁ ଗୋ ମା ବା ଦେବତଭଳି ପୂଜା କରାଯାଏ । ଗାଈ ମାତା ସମାନ ସ୍ଥାନ ଦିଆଯାଇଛି । ସେଥି ଲାଗି ତାକୁ ଗୋମାତା ମଧ୍ୟ କୁହାଯାଏ । ଆମ ସଂସ୍କୃତିରେ ଗାଈକୁ ଶୁଭ ଓ ପବିତ୍ରତାର ସଙ୍କେତ ବୋଲି କୁହାଯାଇଥାଏ । ଏମିତି ମାନ୍ୟତା ରହିଛିକି ଗାଈ ଦେହରେ ସବୁ ଦେବା ଦେବୀଙ୍କର ବାସ ହୋଇଥାଏ । ପ୍ରାଚୀନ କାଳରୁ ହିଁ ଗୋମାତାକୁ ଧାର୍ମିକ ସଂସ୍କୃତିକ ଆଉ ଆଧ୍ୟାତ୍ମିକ ଦ୍ରୁଷ୍ଟି କୋଣରୁ ଅତ୍ୟନ୍ତ ମହତ୍ବପୂର୍ଣ ବୋଲି କୁହାଯାଇଛି । ଗାଈ ମିଳୁଥିବ ପ୍ରତେକ ବସ୍ତୁ ପବିତ୍ର ହୋଇଥାଏ, ଆୟୁର୍ବେଦୀରେ ଗାଇର ଦୁଧରେ ବନୁଥିବା ବସ୍ତୁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଅତ୍ୟନ୍ତ ପୌଷ୍ଟିକ ଓ ସର୍ବଶ୍ରେଷ୍ଠ ବୋଲି କୁହାଯାଇଥାଏ ।
ଗାଈ ଗୋବର ଓ ଗୋମୁତ୍ର ଅତ୍ୟନ୍ତ ଉପଯୋଗୀ ହୋଇଥାଏ, ଏହାକୁ ମଧ୍ୟ ଆଜିର ବିଜ୍ଞାନ ମାନିବାକୁ ଲାଗିଛି । ଆୟୁର୍ବେଦରେ ଗୋମୁତ୍ରକୁ ବହୁତ ଗୁଣକାରୀ ବୋଲି କୁହାଯାଇଛି, ଆଜି କେବଳ ଭାରତରେ ନୁହେଁ ଅନ୍ୟ ଦେଶ ମଧ୍ୟ ଏହାକୁ ମାନିବାକୁ ଲାଗିଛି । ଆମର ସବୁ ପ୍ରମୁଖ ଗ୍ରନ୍ଥରେ ଉଲେଖ ମିଳିଥାଏ ଆଉ ଗାଈ ଉପରେ ବହୁତ ମନ୍ତ୍ର ଓ ଶ୍ଳୋକ ଲେଖାଯାଇଛି । ଆମ ପବିତ୍ର ଗ୍ରନ୍ଥ ଋଗ ବେଦରେ ଗାଈ ପୂଜନୀୟ କହି ଲେଖା ଯାଇଛି । ଗାଈ ରୁଦ୍ରର ମାତା, ବଶୁଙ୍କ ପୁତ୍ରୀ, ଆଦିତ୍ଯର ଭଉଣୀ ହେବା ସହିତ, ଅ-ମୃ-ତର ଭଣ୍ଡାର ମଧ୍ୟ ଅଟନ୍ତି ।
ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ସମ୍ବନ୍ଧିତ ଅନେକ କଥାରେ ଗୋମାତା ସହିତ ତାଙ୍କର ପ୍ରେମ ମଧ୍ୟ ଦେଖାଯାଇଛି । ଶ୍ରୀକୃଷ୍ଣ ଗାଈ ମାନଙ୍କର ପାଳନ କରୁଥିଲେ । ସେଥିପାଇଁ ତାଙ୍କୁ ଗୋପାଳ କୁହାଯାଉଥିଲା । ଗାଈକୁ ପୂଜା କରି ଛୁଇଁ ତାକୁ ପ୍ରଣାମ କରିବା ଆମ ପରମ୍ପରାର ଭାଗ ହୋଇଥାଏ । ଗୋମାତାକୁ ନମସ୍କାର କରି ମଧ୍ୟ ତାଙ୍କର ଆଶୀର୍ବାଦ ପ୍ରାପ୍ତ କରିପାରିବା । ଯଦି କୌଣସି ବିଶେଷ କାରଣରୁ ଆପଣ ଗୋମତାର ପୂଜା କରୁଚେ ତେବେ ତାଙ୍କ ପୂଜା ବାଛୁରି ସହିତ କରନ୍ତୁ । ତମ୍ବା କଳସରେ ପାଣି ଆଣି ଗାଈ ଓ ବାଛୁରି ପାଦରେ ପାଣିଢାଳି ତାଙ୍କୁ ଅର୍ଘ୍ୟ ଦିଅନ୍ତୁ ଓ କୁମକୁମ ଅକ୍ଷତ, ଫୁଲର ମାଳା ପିନ୍ଧାଇବା ଦରକାର ।
ତାଙ୍କୁ ପ୍ରେମ ପୂର୍ବକ ଚାରା ତଥା ଅନ୍ୟ ଜିନିଷ ଖୁଆନ୍ତୁ । ଏହି ମନ୍ତ୍ର ଗଇପାରିବେ, ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରୁଥିବା ହେ ନନ୍ଦିନୀ ଗୋମାତା, ସବୁ ଦେବତାଙ୍କ ଆପଣଙ୍କ ଭିତରେ ବାସ ହୋଇଥାଏ ସେଥି ପାଇଁ ତୁମର ସବିନୟ ଆଦର କରୁଛୁ । ହେ ମା ଆମର ମନୋକମନା ମଧ୍ୟ ପୂର୍ଣ କରନ୍ତୁ । ତିନି ଲୋକରେ ଗାଈ ଭଳି ପବିତ୍ର ଆଉ ପୂଜନୀୟ ଆଉ କିଛି ନହିଁ । ଗାଇର ପେଟରେ ୩୩ କୋଟି ଦେବି ଦେବତା ଆଉ ଚଉଦ ଭୁବନ ବାସ କରିଥାନ୍ତି । ଏମିତି ମହାନ ଗୋମାତାକୁ ସ୍ପର୍ଶ କରିବା ମାତ୍ରେ ହିଁ ସବୁ ସୁଖ ପ୍ରାପ୍ତ ହୋଇଥାଏ ।
ପାପ ନାସ ହୋଇ ବରଦାନ ପ୍ରାପ୍ତ ହୋଇଥାଏ । ଗାଇର ଶିଂଗର ତଳ ଭାଗରେ ଭଗବାନ ବିଷ୍ଣୁ ଯିଏ ସୃଷ୍ଟିର ପାଳନ କର୍ତା ଆଉ ସୃଷ୍ଟିର ରଚନା କାର ବ୍ରହ୍ମାଙ୍କର ବାସ ହୋଇଥାଏ । ସିଂହ ମଝିରେ ଭଗବାନ ଶିବ ଓ ମଥାରେ ମା ଗୌରି ନିବାସ କରିଥାନ୍ତି । ଏହି ପ୍ରକାର ଗାଇର ସମ୍ପୂର୍ଣ ଶରୀରରେ ଭଗବାନ ନିବାସ କରିଥାନ୍ତି । ଗାଈର ସବୁ ଭାଗ ପବିତ୍ର ହୋଇଥାଏ । ଗାଈର ଯେଉଁଠିବି ଛୁଇଁଲେବି ପବିତ୍ର ହୋଇଥାଏ । ଆଉ ଆମର ମନୋକାମନା ପୂର୍ଣ ହୋଇଥାଏ ।