ଷ୍ଟାଟସ ବଦଳିଲା, ବଦଳିଲାନି ଘର! ଏବେବି ଭଙ୍ଗା ଚାଳଘରେ ରହୁଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ Pratap Sarangi

ବଦଳିଗଲା ରାଜନୀତି ଷ୍ଟାଟସ । ରାଜନୀତିର ବି ଉଚ୍ଚତା ବୃଦ୍ଧି ହେଲା । ମୋଦୀ ତାଙ୍କୁ ଡାକିହାକି କେନ୍ଦ୍ରରେ ମନ୍ତ୍ରୀ ପଦ ଦେଲେ । ସାରା ଦେଶରେ ତାଙ୍କର ସାଧାରଣ ଜୀବନ ଶୈଳୀକୁ ନେଇ ଚର୍ଚ୍ଚା ହେଲା । କିଏ କିଏ କହିଲେ ସେ ହେଉଛନ୍ତି ମୋଦୀ ସରକାର । ସବୁ ବଦଳିଗଲା କିନ୍ତୁ ତାଙ୍କ ଗାଁ ଘରର ନକସା ବଦଳିଲା ନାହି । ସେମିତି ଅଛି ଚାଳ ଛପର ମାଟି ଘର ।

ଏ ହେଉଛି ବାଲେଶ୍ଵର ଜିଲ୍ଲା ନିଳଗିରି ନିକଟ ଗୋପୀନାଥପୁର ଗାଁ ରେ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବର୍ତ୍ତମାନର ବାଲେଶ୍ବରର ସାଂସଦ ପ୍ରତାପ ଷଡଙ୍ଗୀ ଓରଫ ପ୍ରତାପ ନନାଙ୍କ ପୈତୃକ ଘର । କାମ ପଡିଲେ ସେ ବାଲେଶ୍ଵର ଯାଇ ପୁଣି ନିଜ ଗାଁକୁ ଫେରି ନିଜ ଘରେ ରୁହନ୍ତୁ । ତାଙ୍କ ମାଙ୍କ ମୃତ୍ୟୁ ପରେ ତାଙ୍କ ଭଉଣୀ ଓ ଭେଣୋଇ ଏହି ଘରେ ରହୁଛନ୍ତି ।

ପ୍ରତାପ ଷଡଙ୍ଗୀଙ୍କ ଘର କାନ୍ଥ ଫାଟି ଧୀରେ ଧୀରେ ଚାଳ କଣା ହୋଇ ଗଲାଣି । ୨୦୨୦ ଜାନୁଆରୀ ପହିଲାରେ ଯେତେବେଳେ ପ୍ରତାପ ବାବୁ ନୂଆ ନୂଆ କେନ୍ଦ୍ରମନ୍ତ୍ରୀ ହେବା ପରେ ଗାଁ କୁ ଆସିଥିଲେ ସେହି ସମୟରେ ତାଙ୍କୁ ଭେଟିଥିଲେ ଅଟିଭିର ପ୍ରତିନିଧି ପ୍ରଶ୍ନ କରିଥିଲେ ନନା ମନ୍ତ୍ରୀ ତ ହେଲେ କିନ୍ତୁ ଘର କେବେ କୋଠା ହେବ ?

ଉତ୍ତରରେ ପ୍ରତାପ ବାବୁ କହିଥିଲେ କି ଗଣ ମାଧ୍ୟମ ତାଙ୍କ ଘରକୁ ନେଇ ଅଧିକ ଚର୍ଚ୍ଚା କରୁଥିଛନ୍ତି କିନ୍ତୁ ସେ କେବେ ବି କରି ନାହାନ୍ତି । ସେ ତାଙ୍କ ଘର ନୂଆ କରିବା ପାଇଁ ଚେଷ୍ଟା କରୁଛନ୍ତି । ଆହୁରି ପ୍ରତାପ ବାବୁ କହିଥିଲେ ସେ ୨୦୨୦ ଶୁଦ୍ଧା ପକ୍କା ଘର କରିବା ପାଇଁ ଚେଷ୍ଟା କରୁଛନ୍ତି କିନ୍ତୁ ଧନ ସଞ୍ଚୟ ହୋଇପାରୁ ନାହି ।

କାରଣ ସେ ଘରୁ ସକାଳେ ବାହାରିବ ସମୟରେ ରୋଗୀ ବୈରାଗ୍ୟଙ୍କ ପଛରେ ତାଙ୍କର ସବୁ ଟଙ୍କା ଖର୍ଚ୍ଚା ହୋଇ ଯାଉଛି ଯାହା ଫଳରେ ସେ ଟଙ୍କା ସଞ୍ଚଯ କରିପାରୁ ନାହାନ୍ତି । ଏହି ଭିତରେ ବିତି ଗଲାଣି ୨ ବର୍ଷ । ପ୍ରତାପ ବାବୁ ଆଉ କେନ୍ଦ୍ରମନ୍ତ୍ରୀ ପଦରେ ନାହାନ୍ତି । କିନ୍ତୁ ଘରର ନକସା ଆଉ ବଦଳିଲା ନାହି । ତାଙ୍କ ଭଉଣୀ କହିଛନ୍ତି ଯେ ଯେତେବେଳେ ବି ତାଙ୍କୁ ଘର ନୂଆ କରିବା ପାଇଁ କୁହନ୍ତୁ ସେ ହସି ହସି କୁହନ୍ତି ନିଶ୍ଚୟ କରିବା ।

ପ୍ରକୃତରେ କହିବାକୁ ଗଲେ କେନ୍ଦ୍ରମନ୍ତ୍ରୀ ଚାଳ ଘରେ ରହି ପାରିବେ ନାହିଁ କିମ୍ବା ଚାଳ ଘରେ ରହିବା ଆରାମ ଦାୟକ ନୁହେଁ ତାହା କଥା ନୁହେଁ ବରଂ କଥା ହେଉଛି ଆଜିକାଲି ନେତା ମାନେ କ୍ଷମତାକୁ ଆସିବା ପରେ କେତେ ମାସ ମଧ୍ୟରେ ଲକ୍ଷପତି ବା କୋଟିପତି ହେଉଛନ୍ତି ସମ୍ପତିର ପରିମାଣ ଦୁଇ ଗୁଣା ହୋଇ ଯାଉଛି ସେହି ସମୟରେ ପ୍ରତାପ ଷଡଙ୍ଗୀଙ୍କ ଭଳି ନେତା ବିରଳ । ତାଙ୍କର ପରିବାର ଜଞ୍ଜାଳ ବା ଖର୍ଚ୍ଚ ନାହି । ସାଧାରଣ ଲୋକଙ୍କ ପାଇଁ ନିଜର ସମ୍ବଳ ଖର୍ଚ୍ଚ କରୁଥିବାରୁ ଘର କରିବା ପାଇଁ ସମ୍ବଳ ରଖିପାରୁ ନାହାନ୍ତି ସେ । ଏହା ଆଜିର ନେତାଙ୍କ ପାଇଁ ଏକ ଉଦାହରଣ ଅଟେ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ  ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *