ଦେଶର ସବୁଠୁ ବଡ ବ୍ୟାଙ୍କ ସ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନିଜର କିଛି ଗ୍ରାହକମାନଙ୍କୁ ସତର୍କ କରାଇଛି । ୨୦୨୨ ମାର୍ଚ୍ଚ ୩୧ ପୂର୍ବରୁ ଏହି ସମସ୍ତ କାମ ଗୁଡିକ ଶେଷ କରିଦେବା ପାଇଁ ବ୍ୟାଙ୍କ ତରଫରୁ ସମସ୍ତ ଗ୍ରାହକମାନଙ୍କୁ ନୋଟିସ କରାଯାଇଛି । ବ୍ୟାଙ୍କ ୪୦ କୋଟି ଗ୍ରାହକମାଙ୍କୁ ଏହି ସୂଚନା ଦେଇଛି । ତେବେ ଚାଳନ୍ତୁ ଜାଣିବା ସେହି ନିୟମ ବିଷୟରେ । ବର୍ତ୍ତମାନ ଦେଶରେ ଆଧାର କାର୍ଡ ସହ ପ୍ୟାନ କାର୍ଡ ଲିଙ୍କ କରିବାର ନିୟମକୁ ସରକାର କଡାକଡି ରୂପରେ ପାଳନ କରିବା ପାଇଁ କହିଛନ୍ତି ।
ଏମିତିରେ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ସ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଆଗେଇ ଆସିଛି । ୨୦୨୨ ମାର୍ଚ୍ଚ ୩୧ ପୂର୍ବରୁ ଆଧାର କାର୍ଡ ସହ ପ୍ୟାନ କାର୍ଡ ଲିଙ୍କ କରିବା ପାଇଁ ନିଜର ସମସ୍ତ ଗ୍ରାହକମାନଙ୍କୁ ବ୍ୟାଙ୍କ ନୋଟିସ ପଠାଇଛି ।
ଏହା ସହିତ ଏସବିଆଇର ବ୍ୟାଙ୍କ ଆକାଉଣ୍ଟ ସହ ଏହାକୁ ଲିଙ୍କ କରିବା ପାଇଁ ଏସବିଆଇ ଟ୍ଵିଟ କରି କହିଛି । ବ୍ୟାଙ୍କ ଅନୁସାରେ ନିର୍ଧାରିତ ସମୟ ମଧ୍ୟରେ ଯଦି ଏହା କରିବେ ନାହିଁ ତେବେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସେବା ବନ୍ଦ ହୋଇପାରେ । ବର୍ତ୍ତମାନ ଜାଣି ନିଅନ୍ତୁ କି ପ୍ୟାନ ଓ ଆଧାର କାର୍ଡ କେମିତି ଲିଙ୍କ କରିବେ । ପ୍ରଥମେ ଆପଣ www.incometaxindiaefiling.gov.in/home ୱେବସାଇଟକୁ ଯାଆନ୍ତୁ । ଆପଣଙ୍କ ସାମ୍ନାରେ ଲିଙ୍କ କରିବାର ଏକ ଅପସନ ଆସିବ ।
ଏହା ଉପରେ କିଳ୍କ କରିଲେ ଆପଣଙ୍କ ସାମ୍ନାକୁ ଏକ ନୂଆ ପେଜ ଆସିବ । ଯେଉଁଠି ଆପଣ ନିଜର ପ୍ୟାନ ଓ ଆଧାର ଅନୁସାରେ ସମସ୍ତେ ତଥ୍ୟ ଦେବେ । ସମସ୍ତ ସୂଚନା ଦେଇ ସାରିବା ପରେ ଆପଣଙ୍କ ମୋବାଇଲକୁ ଏକ ଓଟିପି ଆସିବ । ଓଟିପି ଦେଇ ଲିଙ୍କ ଆଧାର ଅପସନ କିଳ୍କ କରିଲେ, ମନକୁ ମନ ଆପଣଙ୍କର ଆଧାର କାର୍ଡ ଓ ପ୍ୟାନ କାର୍ଡ ଲିଙ୍କ ହୋଇଯିବ । ୱେବସାଇଟ ବ୍ୟତୀତ ଏସଏମଏସ ଜରିଆରେ ବି ପ୍ୟାନ ଓ ଆଧାର ଲିଙ୍କ କରି ପାରିବେ ।
ଏଥିପାଇଁ ଆପଣ ପ୍ରଥମେ ଆପଣଙ୍କ ମୋବାଇଲ ମ୍ୟାସେଜକୁ ଯାଇ UIDPAN<ଆଧାରର ୧୨ ସଂଖ୍ୟା ବିଶିଷ୍ଟ ନମ୍ବର> <ପ୍ୟାନ ନମ୍ବର> ଦିଅନ୍ତୁ । ଏହି ମ୍ୟାସେଜକୁ ୫୬୭୬୭୮ କିମ୍ବା ୫୬୧୬୧ରେ ପଠାଇ ଦିଅନ୍ତୁ । କେବଳ ଏତିକି କରିବା ଦ୍ଵାରା ଆପଣଙ୍କ ପ୍ୟାନ ଓ ଆଧାର କାର୍ଡ ଲିଙ୍କ ହୋଇଯିବ । ଆପଣ ଏହାକୁ ଆପଣ ନିଜର ବ୍ୟାଙ୍କ ଆକାଉଣ୍ଟରେ ଅପଡେଟ କରି ପାରିବେ ।