‘ମୋ ଧନ ପ୍ରେଗନେଣ୍ଟ ଅଛି… ସ୍ତ୍ରୀ ଗଲା ପରେ ବାହୁନି କାନ୍ଦୁଛି ସ୍ଵାମୀ, Video ଦେଖିଲେ ଆପଣ ବି ନିଜକୁ ସମ୍ଭାଳି ପାରିବେନି…

ବାହାଘରର ମାତ୍ର ୬ ମାସ ହୋଇଛି ସ୍ତ୍ରୀ କଲେଜ୍ରୁ କୁଆଡେ ଫେରାର ହୋଇ ଯାଇଛି । ଯାହା କାରଣରୁ ସ୍ଵାମୀ ରାହୁଲ ଭୋ ଭୋ ହୋଇ ସ୍ତ୍ରୀ ଫୋଟୋ ଧରି କାନ୍ଦୁଛି । ଏମିତିକି ରାହୁଲଙ୍କ ସ୍ତ୍ରୀ ଗର୍ଭବତୀ ମଧ୍ୟ ଥିଲେ । ରାହୁଲ କାନ୍ଦି କାନ୍ଦି କହୁଛି ଧନ କୋଉଠି ଛୁ ତୁ ଫେରିଆ ମୁଁ ତୋ ବିନା ବଞ୍ଚି ପାରିବି ନାହି । ଖାଲି ଏତିକି ନୁହେଁ ବରଂ ରାହୁଲ ଭରସା ରଖିଛନ୍ତି ତାଙ୍କ ସ୍ତ୍ରୀ ନିଶ୍ଚିନ୍ତ ଭାବେ ଫେରି ଆସିବେ । ରାହୁଲ ନିଜ ମତରେ କହିଛନ୍ତି ଗତ ୨ ବର୍ଷ ତଳେ ପ୍ରେମ ସମ୍ପର୍କ ଗଢିଥିଲା ଦୁହିଙ୍କ ମଧ୍ୟରେ । ରାହୁଲଙ୍କ ସ୍ତ୍ରୀ ହରପ୍ରିୟା ଦେଢ ମାସର ଗର୍ଭବତୀ ଅଛନ୍ତି ।

ବୋହୁକୁ ନ ପାଇ ଶାଶୁଘର ଲୋକ ମାନେ ଦୁଶ୍ଚିନ୍ତା ରେ ଅଛନ୍ତି । ନୂଆ ଅତିଥିକୁ ପାଇ ଖୁସି ହେବେ କଣ ବରଂ ନୂଆ ବୋହୁ କୁଆଡେ ପଳାଇ ଥିବାରୁ ଏବେ ହରପ୍ରିୟାଙ୍କ ଅପେକ୍ଷାରେ ପୁରା ପରିବାର । ପରୀକ୍ଷା ଦେବାକୁ ଯାଇ ସ୍ତ୍ରୀ ଫେରାର ହୋଇଛି । ସ୍ଵାମୀ ସ୍ତ୍ରୀ ଅପେକ୍ଷାରେ ଏବେ ବି ଅଛନ୍ତି । ଏଭଳି ଘଟଣା ଭଦ୍ରକ ଧୁସିରି ଅଞ୍ଚଳରେ ବେଶ ଚର୍ଚ୍ଚାରେ ବିଷୟ ପାଲଟିଛି ।

ଧୂସୁରି ଥାନା ଅଞ୍ଚଳର ଦେବପ୍ରିୟ ଗୋଛାୟତଙ୍କ ପୁଅ ରାହୁଲ ବ୍ରାମ୍ହଣୀପାଳର ଗାଁ ର ବଳରାମ ପଣ୍ଡାଙ୍କ ଝିଅ ହରପ୍ରିୟାଙ୍କୁ ଦୁଇ ବର୍ଷ ଧରି ଭଲ ପାଉଥିଲେ । ଦୁହେଁ ଘର ଲୋକଙ୍କୁ ନ ଜଣାଇ ପଳାୟନ କରିଥିଲେ । କିଛି ଦିନର ବ୍ଯବଧାନ ପରେ ପରିବାର ସେମାନଙ୍କର ସନ୍ଧାନ ପାଇଥିଲେ । ପୁଅର ଘର ଲୋକେ ଦୁହିଙ୍କୁ ପାଇବା ପରେ ପୁରୀ ନୃସିଙ୍ଘନାଥ ମନ୍ଦିରରେ ବିବାହ କରି ଘରକୁ ଆଣିଥିଲେ ।

ପୁଅ ବୋହୁ ଖୁସିରେ ଦୀର୍ଘ ୬ ମାସ ଧରି ଗହରେ ରହିବା ପରେ ବୋହୁ ହରପ୍ରିୟା ପାଠ ପଢିବାକୁ ଜିଦି କରିଥିଲା । ପରିବାର ଲୋକେ ଅନୁମତି ଦେବା ପରେ ହରପ୍ରିୟାଙ୍କୁ ନିକଟ ଆଖଣ୍ଡଳମଣି ମହାବିଦ୍ୟା କଲେଜରରେ +୩ ଆର୍ଟ୍ସ ରେ ଆଡମିସନ କରା ଯାଇଥିଲା । ପରେ ସ୍ଵାମୀ ଙ୍କ ସହ ସ୍କୁଟିରେ ବସି ଯାଇଥିଲେ ହରପ୍ରିୟା । କିନ୍ତୁ ହରପ୍ରିୟା କଲେଜରୁ ବାହାରିବା ପରେ କାରରେ ବସି କୁଆଡେ ଚାଲି ଯାଇଛନ୍ତି ।

ସେପଟେ ଝିଅର ବାପା ମାଙ୍କ କହିବା କଥା ତାଙ୍କ ଝିଅ ସହ ତାଙ୍କର କୌଣସି ସମ୍ପର୍କ ନାହି । ଅଯଥାରେ ତାଙ୍କ ଝିଅକୁ ବଦନାମ କରା ଯାଉଛି । ଏବେ ତାଙ୍କ ଝିଅ ତାଙ୍କର ଦରକାର ବୋଲି ହରପ୍ରିୟାଙ୍କ ବାପା ମା କହିଛନ୍ତି । ହରପ୍ରିୟାଙ୍କ ପରିବାର ଲୋକେ କହିଛନ୍ତି ସେମାନେ ତାଙ୍କ ଝିଅ ବିଷୟରେ କିଛି ବି ଜାଣି ନାହାନ୍ତି କି ତାଙ୍କର ଗାଏବ ହେବ ପଛରେ ସେମାନଙ୍କର ହାତ ନାହି ।

ସେ ଜାହ ବି ହେଉ ତାଙ୍କ ଝିଅ ଏବେ ତାଙ୍କର ଦରକାର ବୋଲି ହରପ୍ରିୟାଙ୍କ ମା କହିଛନ୍ତି । ତେବେ ହରପ୍ରିୟା କେବେ ରାହୁଲଙ୍କ ପାଖକୁ ଫେରିବେ ତାହା ଦେଖିବା ବାକି ରହିଲା । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *