ଧନର ଦେବୀ ମା ଲକ୍ଷ୍ମୀଙ୍କ ବାସ ସେହି ଘରେ ରହିଥାଏ ଯେଉଁ ଘରେ ସଫା ସୁତୁରା ରହିଥାଏ ସର୍ବଦା ରହିଥାଏ । ମା ଲକ୍ଷ୍ମୀଙ୍କ କୃପାରୁ ଦ୍ଵାରା ଧନର ବର୍ଷା ମଧ୍ୟ ହୋଇଥାଏ । କିଛି ଲୋକ ମାନେ ନିଜ ଘରେ ପୋଛା ଲଗାଇବା ବେଳେ କିଛି ଭୁଲ କରିଥାନ୍ତି । ଯାହା ପାଇଁ ମା ଲକ୍ଷ୍ମୀଙ୍କ ଆଗମନ ଗୃହରେ ହୋଇପାରେ ନାହି । ଏମିତିକି ଧନ ଜନିତ ସମସ୍ଯା ମଧ୍ୟ ଦେଖା ଯାଇଥାଏ । ଆଜି ଆମେ ଆପଣ ମାନଙ୍କୁ ଘରେ ପୋଛା ଲଗାଇବା ସମୟରେ କେଉଁ ସବୁ କଥା ପ୍ରତି ଧ୍ୟାନ ଦେବା ଉଚିତ ସେହି ବିଷୟରେ କହିବାକୁ ଯାଉଛୁ ।

ଅନେକ ଲୋକ ମାନେ ଘରେ ପୋଛା ଲଗାଇବା ସମୟରେ ଅନେକ ଜିନିଷର ପ୍ରୟୋଗ କରିଥାନ୍ତି । ଆଉ କିଛି କ୍ଷେତ୍ର ରେ ଲୋକ ମାନେ ଖାଲି ପାଣିରେ ପୋଛା ଲଗାଇଥାନ୍ତି । ଯାହା ଫଳରେ ଘରେ କ୍ଲେଶ ସୃଷ୍ଟି ହେବା ସହ ଧନର ମଧ୍ୟ ଅଭାବ ହୋଇଥାଏ । ତେଣୁ ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣ ଦିନ ୧୨ଟା ପରେ ଘରେ ପୋଛା ଲଗାଉଛନ୍ତି ତେବେ ଲଗାନ୍ତୁ ନାହି । ଏହା ଦ୍ଵାରା ମା ଲକ୍ଷ୍ମୀଙ୍କ ଆଗମନ ଗୃହରେ ହୁଏ ନାହି । ତେଣୁ ସକାଳ ସମୟରେ ଘରେ ପୋଛା ଲଗାଇଲେ ମା ଲକ୍ଷ୍ମୀଙ୍କ କୃପା ଲାଭ ହେବା ସହ ଧନର ମଧ୍ୟ ବର୍ଷା ହୋଇଥାଏ ।
ଏପରି କରିବା ଦ୍ଵାରା ବ୍ୟକ୍ତି ଜୀବନରେ ସାକାରାତ୍ମକ ପରିଣାମ ଦେଖିବାକୁ ମିଳିଥାଏ । ସକାଳ ସମୟରେ ମା ଲକ୍ଷ୍ମୀଙ୍କର ଆଗମନର ସମୟ ହୋଇଥାଏ ବୋଲି ବାସ୍ତୁ ଶାସ୍ତ୍ରରେ କୁହା ଯାଇଛି । ଅନ୍ୟ ଏକ ଉପାୟ ହେଉଛି ନିମ ପାତ୍ର ପାଣିରେ ପକାଇ କିଛି ସମୟ ଗରମ କରନ୍ତୁ । ଏହା ପରେ ଯେଉଁ ପାତ୍ରରେ ଆପଣ ଘରେ ପୋଛା ଲଗାଉଛନ୍ତି ସେଥିରେ ଏହି ନିମ ପାତ୍ରର ପାଣି ମିଶ୍ରଣ କରି ପୋଛନ୍ତୁ । ଏପରି କରିବା ଦ୍ଵାରା ମା ଲକ୍ଷ୍ମୀଙ୍କ ଆଗମନ ଗୃହକୁ ହୋଇଥାଏ । ଏହା ବ୍ଯତୀତ ଘରେ କୌଣସି ବ୍ୟକ୍ତି ରୋଗାଗ୍ରସ୍ତ ହେବେ ନାହି ।

କାରଣ ନିମ ପାତ୍ରରେ ଥିବା ଗୁଣ ଅନେକ ପ୍ରକାରର ରୋଗର ନିବାରଣ କରିଥାଏ । ଏହା ସହ ଘରେ ଖରାପ ଶକ୍ତିର ମଧ୍ୟ ପ୍ରବେଶ କରିପାରେ ନାହି । ବାସ୍ତୁ ଶାସ୍ତ୍ର ଅନୁସାରେ ଗୁରବାର ଦିନ ଘରେ ପୋଛା ଲଗାଇବା ଉଚିତ ନୁହେଁ । କାରଣ ଘରର ଐଶାନ୍ୟ କୋଣର ଗ୍ରହ ଗୁରୁ ହୋଇଥାନ୍ତି । ଏପରି କରିବା ଦ୍ଵାରା ବ୍ୟକ୍ତିକୁ ଭାଗ୍ୟର ସାଥ ମିଳେ ନାହି । ଏହା ସହ ବ୍ୟକ୍ତି ଦରିଦ୍ରତା ଆଡକୁ ଗତି କରିବା ସହ ଧନ ଜନିତ ସମସ୍ୟାର ସମୁଖିନ୍ନ ହୋଇଥାଏ ।

ତେଣୁ ସପ୍ତାହ ର ଯେଉଁ ଦିନ ଘରେ ପୋଛା ଲଗାଇଲେ ଚାଲିବ । କିନ୍ତୁ ଗୁରୁବାର ଦିନ ଭୁଲରେ ବି ଘରେ ପୋଛା ଲଗାଇବା ଉଚିତ ନୁହେଁ । ଏହା ଦ୍ଵାରା ଘରେ ନାକାରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ । ଏହି ସବୁ ନିୟମର ପାଳନ କରିଲେ ଘରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
