ବଲିଉଡ ଜଗତରେ କାମ ପାଇଁ କେହି ନିଜ ସମ୍ପର୍କ ଦେଖନ୍ତି ନାହିଁ ତେବେ କିଛି ସମ୍ପର୍କ ଏମିତି ହୋଇଛି ଯାହା ଫିଲ୍ମ ପରେ ମଧ୍ୟ ହୋଇଛି ଆଉ ତାଙ୍କ ଅନ ସ୍କ୍ରିନ ଅଭିନୟ ପାଇଁ ତାଙ୍କୁ ରିଅଲ ଲାଇଫ ରେ ଦର୍ଶକ ବହୁତ ଟ୍ରୋଲ ମଧ୍ୟ କରିଛନ୍ତି । ତେବେ ଭାଉଜ ବା ଶାଳୀ ସହ ସାମାନ୍ୟ ସମ୍ପର୍କରେ ମଜା ହୋଇଥାଏ କିନ୍ତୁ କିଛି ଯୋଡ଼ି ବଲିଉଡ ରେ ଏମିତି ଅଛି ଯିଏ ଫିଲ୍ମରେ ରୋମାନ୍ସ କରିଛନ୍ତି ତେବେ କଣ ଆପଣ ଜାଣିଛନ୍ତି ଏହି ସବୁ ଯୋଡିକୁ ଯଦି ଜାଣି ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ତାଙ୍କ ବିଷୟରେ କହିବାକୁ ଯାଉଛୁ ।
୧- ସଲମାନ ଖାନ :
ଆପଣ ମାନେ ସଲମାନ ଖାନଙ୍କୁ ବେସ ଭଲ ଭାବରେ ଜାଣିଥିବେ ତାଙ୍କ ନାଁରେ ପୁରା ବଲିଉଡ ଚାଲିଥାଏ, ତେବେ ତାଙ୍କ ଅଭିନୟ ଆଉ ଦମଦାର ଷ୍ଟାଇଲ ଦର୍ଶକ ମାନଙ୍କୁ ଦିବାନଆ କରିଥାଏ । ତେବେ ସଲମାନ ଖାନ ମଧ୍ୟ ନିଜ ଭାଉଜ ମଲାଇକା ସହ ଆଇଟମ ସଙ୍ଗ କରିଥିଲେ ଯାହା ଆପଣ ମାନେ ଦବଙ୍ଗ ଫିଲ୍ମରେ ମୁନି ବଦନାମ ହୁଇ ଡାର୍ଲିଙ୍ଗ ତେରେ ଲିଏ ଦେଖିଥିବେ । ମାଲାଇକା ସଲମାନ ଖାନ ବଡ ଭାଇ ଅର୍ବାଜ ଖାନ ଙ୍କ ସ୍ତ୍ରୀ ଥିଲେ ବର୍ତମାନ ଦୁହେଁ ଛାଡ଼ପତ୍ର ନେଇଛନ୍ତି ।
୨- ଅଜୟ ଦେବଗାନ :
ଅଜୟ ଦେବଗାନ ବହୁତ ଭଲ ଅଭିନେତା ଅଟନ୍ତି, ଦର୍ଶକ ମାନେ ମଧ୍ୟ ତାଙ୍କୁ ବହୁତ ସମ୍ମାନ ଦେଇଥାନ୍ତି, ତେବେ କାଜଲ ତାଙ୍କ ସ୍ତ୍ରୀ ଅଟନ୍ତି ଆଉ ଏହି ସମ୍ପର୍କ ଦ୍ୱାରା ରାନି ମୁଖାର୍ଜୀ ତାଙ୍କ ଶାଳୀ କିନ୍ତୁ କଣ ଆପଣ ଜାଣିଛନ୍ତି ଏଲ ଓ ସି ଆଉ ଚୋରି ଚୋରି ଫିଲ୍ମରେ ଅଜୟ ଦେବଗାନ ରାନି ମୁଖାର୍ଜୀ ସହ ଅନ ସ୍କ୍ରିନ ରୋମାନ୍ସ କରିଥିଲେ ଯାହା ବହୁତ ଲୋକଙ୍କୁ ପସନ୍ଦ ଆସିନଥିଲା ।
୩- ଅନିଲ କପୁର :
ଅନିଲ କପୁର ଲିଜେଣ୍ଡ ଅଟନ୍ତି, ତାଙ୍କ ଅଭିନୟ ଦର୍ଶକ ଆଜିବି ଦେଖିବା ପସନ୍ଦ କରନ୍ତି, ଅନିଲ କପୁର ଆଜିବି ନିଜ ବୟସ ଅନୁଯାଇ ଦେଖା ଦିଅନ୍ତି ନାହିଁ ତାଙ୍କ ବୟସ ଠାରୁ କମ ତାଙ୍କ ଚେହେରା ଜଣା ପଡ଼ିଥାଏ, ସେ ବହୁତ ମଜାଳିଆ ବ୍ୟକ୍ତି ଅଟନ୍ତି । ଆପଣ ମାନେ ଅନିଲ କପୁର ଆଉ ଶ୍ରୀ ଦେବୀଙ୍କ ସହ ବହୁତ ଚଳଚ୍ଚିତ୍ରରେ କାମ କରିଥିଲେ ଆଉ ଦୁହିଁଙ୍କ ଯୋଡିକୁ ଜନତା ପସନ୍ଦ ମଧ୍ୟ କରୁଥିଲେ । ତେବେ ଅନିଲ ବଡ ଭାଇ ସହ ଶ୍ରୀ ଦେବୀ ବିବାହ କରିଥିଲେ ଯାହା ପରେ କେବଳ ଯୁଦାଇ ଫିଲ୍ମ ସେ ଅନିଲ କପୁର ସହ କରିଥିଲେ । ଦୁହେଁ ଭାଉଜ ଦିଅର ହେଲା ପରେ ମଧ୍ୟ ଅନ ସ୍କ୍ରିନ ରୋମାନ୍ସ କରିଥିଲେ ଯାହା ଦର୍ଶକ ମାନଙ୍କୁ ପସନ୍ଦ ଆସିଥିଲା ।
ବଲୀଉଡର ତାଜା ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।