ସ୍ତ୍ରୀ ପାଇଁ ଛାଡିଲେ କଲେକ୍ଟର ପୋଷ୍ଟ, ଭାଗ୍ୟର ଏପରି ଖେଳ ହେଲା କି ପୁଣି ସ୍ୱାମୀ-ସ୍ତ୍ରୀ ଦୁହେଁ ଆଜି ବି ଅଛନ୍ତି କଲେକ୍ଟର – ଆଉ ଦିଜଣ କରୁଛନ୍ତି ଏଭଳି ମହାନ କାମ

ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କ ଏ ଦୁନିଆରେ ସବୁଠୁ ଉପରେ, ଯଦି ଦୁହିଙ୍କ ମଧ୍ୟରେ ସେତିକି ସ୍ନେହ ଶ୍ରଦ୍ଧା ଓ ଭଲ ପାଇବା ଥାଏ ତେବେ ଦୁହେଁ ଦୁହିଁଙ୍କ ପାଇଁ କିଛିବି କରିପାରନ୍ତି। ଜୀବନର ଶେଷ ପର୍ଯ୍ୟନ୍ତ ଦୁଇଜଣ ଉଭୟଙ୍କ ସାଥ ଦେଇ ସୁଖ ଦୁଃଖ ରେ ସର୍ବଦା ଠିଆ ହୁଅନ୍ତି। ସେହିଭଳି ଏକ କାହାଣୀ ଆଜି ଆମେ ଆପଣଙ୍କୁ କହିବୁ। କେମିତି ଜଣେ କଲେକ୍ଟର ନିଜ ସ୍ଵାମୀ ପାଇଁ ନିଜର ପୋଷ୍ଟକୁ ଛାଡିବା ଆଗରୁ ଟିକେ ବି ଭାବି ନଥିଲେ।

କିଏ ନିଜ ଜୀବନସାଥୀକୁ ଡିଏମ୍ ହେବାରେ ମନା କରିପାରେ ? ନାହିଁ ନା, କିନ୍ତୁ ଏହି ପ୍ରେମ କାହାଣୀରେ ଏପରି ହୋଇଥିଲା । ୨୦୧୬ ରେ ସରକାର ୟାଙ୍କୁ ଡିଏମ୍ ବନାଇବାକୁ ଚାହୁଁଥିଲେ । କିନ୍ତୁ ସେ ସ୍ତ୍ରୀ ପାଇଁ ମନା କରିଦେଇଥିଲେ । କିନ୍ତୁ ଏବେ ଭାଗ୍ୟ ଦେଖନ୍ତୁ ପୁଣି ଆଉଥରେ ଦୁହେଁ ଡିଏମ୍ ଚାର୍ଜ ସମ୍ଭାଳିଛନ୍ତି । ନିତିନ୍ ଭଦୋରିଆ ସେମିତି ଉତ୍ତର ପ୍ରଦେଶର ବାସିନ୍ଦା ଅଟନ୍ତି । ଲକ୍ଷ୍ନୌ ସହିତ ଅନ୍ୟ ରାଜ୍ୟରେ ପଢା ପଢି କରିସାରିଲା ପରେ ସେ ପ୍ରାଇଭେଟ୍ ସେକ୍ଟରରେ କାମ କରିଥିଲେ ।

୨୦୧୩ ରେ ଯେବେ ସେ କେଦାରନାଥ ଆପତକାଳିନ ଆସିଥିଲେ । ସେହି ସମୟରେ ସେ ସେଠାରେ ଥିଲେ ଏହାର ତୁରନ୍ତ ପରେ ତାଙ୍କ ଜୀବନରେ ଏକ ବଡ ପରିବର୍ତ୍ତନ ଦେଖା ଦେଲା । ଘରେ ବାହାଘର ପାଇଁ କଥା ବାର୍ତ୍ତା ଚାଲିଥିଲା । ଏହି ମଧ୍ୟରେ ୭ ଡିସେମ୍ବରକୁ ଯେବେ ସେ କେଦାରନାଥରେ ଥିଲେ ସେତେବେଳେ ପ୍ରଥମଥର ସେ ସ୍ୱାତୀଙ୍କ ସହ ସାକ୍ଷାତ ଓ କଥାବାର୍ତ୍ତା ହୋଇଥିଲେ ।

୭ ନଭେମ୍ବର ୨୦୧୩ କୁ ପ୍ରଥମଥର ସ୍ୱାତୀଙ୍କ ସହ କଥାବାର୍ତ୍ତା ଓ ୨୦୧୪ ରେ ଫେବୃୟାରୀ ମାସରେ ବିବାହ ହୋଇଥିଲା । ସେମିତି ଆରମ୍ଭରୁ କିଛିଟା ଅସୁବିଧା ହୋଇଥିଲା । କାରଣ ସ୍ୱାତୀ ଛତିଶଗଡ କ୍ୟାଡରର ଥିଲେ ଓ ସେ ଉତ୍ତରାଖଣ୍ତରେ ପୋଷ୍ଟିଙ୍ଗ୍ ପାଇଥିଲେ ।  ତାଙ୍କ କଥାବାର୍ତ୍ତା ଶୈଳୀ ଓ ସରଳତା ଯୋଗୁଁ ମୋତେ ବହୁତ ପସନ୍ଦ ଆସିଥିଲା । ସେଥିପାଇଁ ଆମେ ଦୁହେଁ ଜୀବନସାଥୀ ହୋଇଗଲୁ ।

ସ୍ୱାତୀ କହନ୍ତି କି ତାଙ୍କୁ ନୀତିନ୍ ସେମିତି ପସନ୍ଦ ଲାଗନ୍ତି  ଓ ସେ କେବେ ବି ଚାହନ୍ତି ନାହିଁ କି ତାଙ୍କ ମଧ୍ୟରେ କିଛି ବି ପରିବର୍ତ୍ତନ ହେଉ । ସ୍ୱାତୀ ଭଦୋରିଆ ନିତିନ୍ ଭଦୋରିଆଙ୍କ ସହ ସଚିବାଳୟରେ ନିଯୁକ୍ତ ହୋଇସାରିଥିଲେ । ଏହା ସହ ମଶୁରି ରେ ଏସ୍ ଡିଏମ୍ ରହିସାରିଥିଲେ ।

ଆପଣଙ୍କୁ ଏଠାରେ ଗୋଟେ ଖାସ୍ କଥା ଏହି କି ଯେ ନିତିନ୍ ଭଦୋରିଆ ୨୦୧୧ ର ବ୍ୟାଚର ଆଇଏଏସ୍ ଅଧିକାରୀ ଅଟନ୍ତି । ଯେବେ କି ତାଙ୍କର ସ୍ତ୍ରୀ ସ୍ୱାତୀ ଭଦୋରିଆ ୨୦୧୨ ବ୍ୟାଚର ଆଇଏଏସ୍ ଅଧିକାରୀ ଥିଲେ । ହରିସ୍ ରାୱତ ସରକାରଙ୍କ ନିତିନ୍ ଭଦୋରିଆଙ୍କୁ ପିଥୋରାଗଡ ଡିଏମ୍ ଚାର୍ଜ ପଦ ମିଳିଲା ।

ନିତିନ୍ ଭଦୋରିଆ କହନ୍ତି କି ୨୦୧୬ ରେ ତାଙ୍କୁ ଡିଏମ୍ ପାଇଁ ମନୋନିତ କରାଗଲା । ସେହି ସମୟରେ ସରକାରଙ୍କୁ ସେ ନିଜର କିଛି ଅସୁବିଧା କହିଥିଲେ । ଯାହାକୁ ସରକାର ବୁଝିଥିଲେ । ତାହାପରେ ସେ ସିଡିଓ ପଦରେ ନିଯୁକ୍ତି ମିଳିଲା । ନିତିନ୍ ଙ୍କ କହିବା କଥା କି ସେହି ସମୟରେ ତାଙ୍କ ଜୀବନ ଏକ ନୁଆ ଖୁସି ଆସିବାର ଥିଲା । ତାଙ୍କ ସ୍ତ୍ରୀ ଗର୍ଭବତୀ ଥିଲେ । ସେ ସେତେବେଳେ ଚାହୁଁନଥିଲେ କି ସେ ତାଙ୍କ ସ୍ତ୍ରୀଙ୍କ ସହ ନ ରୁହନ୍ତୁ । ସେଥିପାଇଁ ସେ ପିଥୋରାଗଡର ଡିଏମ୍ ଚାର୍ଜ ନେଲେ ନାହିଁ ।

ତେବେ ନିଜ ପତ୍ନୀ ଓ ପରିବାର ସହ ସମୟ ବିତାଇବା ପାଇଁ ସେ ଏକ ଏତେ ବଡ ପଦବୀ ଛାଡି ଦେଇଥିଲେ। କିନ୍ତୁ ଏହାର କିଛି ବର୍ଷ ପରେ ପୁଣି ସେ ଓ ତାଙ୍କର ପତ୍ନୀ ନିଜ ନିଜର ପଦବୀ ରେ ପୁନଶ୍ଚ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *