ସୁସ୍ଥ କିଡନୀ ପାଇଁ ଦିନକୁ କେତେ ପାଣି ପିଇବା ଉଚିତ ? Dr. Manas Ranjan Pradhan

ପାଣି ଆମ ଜୀବନ ପାଇଁ ଓ ପରିବେଶ ପାଇଁ ଅତି ଆବଶ୍ୟକୀୟ ଜିନିଷ ଅଟେ । କାରଣ ଆମର ଶରୀରର ୭୦ ଭାଗ ପାଣି ଦ୍ଵାରା ନିର୍ମିତ । କିନ୍ତୁ ଦେଖା ଯାଇଛି କି କେତେକ ଲୋକମାନଙ୍କ ମଧ୍ୟରେ ପାଣିକୁ ନେଇ ଭୁଲ ଧାରଣା ଅଛି । ଅର୍ଥାତ ଲୋକମାନେ ଚିନ୍ତା କରନ୍ତି କି ଯେତେ ପାଣି ପିଇବ ସେତେ ଭଲ । କିନ୍ତୁ ଲୋକମାନେ ଏହା ଜାଣି ନ ଥାନ୍ତି କି ଦିନକୁ କେତେ ପାଣି ପିଇବା ଉଚିତ । ବହୁତ ଲୋକ ଏମିତି ଅଛନ୍ତି ଯେଉଁମାନେ ଦିନକୁ ୧୦ ରୁ ୧୨ ଲିଟର ପାଣି ପିଉଛନ୍ତି ଅର୍ଥାତ ଗୋଟିଏ ବାଲ୍ଟି ପାଣି ସେମାନେ ପିଉଛନ୍ତି ।

କିନ୍ତୁ ଏହାକୁ ଆପଣ ନଜର ଅନ୍ଦାଜ କରନ୍ତୁ । ଡାକ୍ତରମାନଙ୍କ ଅନୁସାରେ ଗୋଟିଏ ସାଧାରଣ ଲୋକ ୮ ରୁ ୧୦ ଗ୍ଳାସ ପାଣି ପିଇବା ଉଚିତ ଓ ଗ୍ଳାସ ଟି ୨୫୦ ଏମଏଲର ହୋଇଥିବା ତେବେ ଦିନକୁ ୨ ରୁ ୩ ଲିଟର ପାଣି ପିଅନ୍ତୁ । ଏହା ପରେ ନିର୍ଭର କରୁଛି କି ଆପଣ କଣ କାମ କରୁଛନ୍ତି ।

ଯେମିତି କି ଯଦି କେହି ଚାଷୀ ଚାଷ ଜମିରେ କମ କରୁଛି କିମ୍ବା କୌଣସି ବ୍ୟକ୍ତି ଜିମ ଯାଇ ଏକ୍ସରସାଇଜ କରୁଛି ତେବେ ଏହିଭଳି ସ୍ଥିତିରେ ସେମାନଙ୍କର ଶରୀରରୁ ପ୍ରବଳ ମାତ୍ରାରେ ଝାଳ ବୋହି ଥାଏ । ଆପଣ ୩ – ୩.୫ ଲିଟର ପାଣି ପିଅନ୍ତୁ । କିନ୍ତୁ ଯଦି ଆପଣ ଅଧିକ ବାହାରକୁ ଯାଉ ନାହାନ୍ତି ଓ ଘରେ କିମ୍ବା ଅଫିସରେ ବସି କାମ କରୁଛନ୍ତି ତେବେ ଆପଣ ୨ – ୨.୫ ଲିଟର ପାଣି ପିଇ ପାରିବେ । ଖାଦ୍ୟ ଖାଇବା ସଙ୍ଗେ ସଙ୍ଗେ ପାଣି ପିଇବା ଉଚିତ ନୁହେଁ । ପାଖାପାଖି ୩୦ – ୪୫ ମିନିଟ ପରେ ପାଣି ପିଇବା ଉଚିତ ।

ଆପଣଙ୍କୁ କହିଦେଉଛୁ କି ଖାଦ୍ୟ ହଜମ ହେବା ପାଇଁ ପାଣିର ଆବଶ୍ୟକ ଅଟେ । ଯାହାକି ଭୁଲ ଧାରଣା ଅଟେ । ଖାଦ୍ୟ ହଜମ ହେବା ପାଇଁ ଏସିଡ ଦରକାର । ଯାହାକି ଆମ ପେଟରେ ଅଛି । ଯଦି ଆପଣ ଖାଦ୍ୟ ଖାଇବାର ସଙ୍ଗେ ସଙ୍ଗେ ପଣି ପିଉଛନ୍ତି ତେବେ ଖାଦ୍ୟ ହଜମ ହେବାରେ ଅସୁବିଧା ହୋଇଥାଏ । ଦିନରେ ଅଧିକ ପାଣି ପିଅନ୍ତୁ ଓ ରାତିରେ ଅଧିକ ପାଣି ପିଇବା ଉଚିତ ନୁହେଁ । ଆପଣ ସାଧାରଣ ପାଣି ପିଅନ୍ତୁ ।

ଗରମ ପାଣି କିମ୍ବା ଥଣ୍ଡା ପାଣି ପିଇଲେ ଆପଣ ସୁସ୍ଥ ରହିବେ ଏହିଭଳି କୌଣସି ଜିନିଷ ନ ଥାଏ । ଡାକ୍ତରଙ୍କ ଅନୁସାରେ ଯେଉଁମାନେ ୪୦ ବର୍ଷରୁ ଉର୍ଦ୍ଧ କିମ୍ବା ଯେଉଁ ବ୍ୟକ୍ତିମାନଙ୍କର ଡାଏବେଟିସ ଓ ବ୍ଲଡ ପ୍ରେସର ଭଳି ରୋଗର ଶିକାର ଅଛନ୍ତି ସେମାନେ ୩୫ ବର୍ଷରୁ ଉର୍ଦ୍ଧ ହେଲା ପରେ ସେମାନେ ପ୍ରାୟତଃ ନିଜର ହେଲ୍ଥ ଚେକଅପ କରାନ୍ତୁ । ଏହାର ସୁବିଧା ଏହା ଅଟେ କି ଗୋଟିଏ ରୋଗ ଆପଣଙ୍କ ଶରୀରରେ ବଢିବା ଆଗରୁ ଯଦି ଆପଣ ସେହି ରୋଗକୁ ଆରମ୍ଭରୁ ଧରି ତାହାର ଚିକିତ୍ସା କରି ଆପଣ ଠିକ ହୋଇ ପାରିବେ ।

Leave a Reply

Your email address will not be published. Required fields are marked *