ବନ୍ଧୁଗଣ ସେ ଥିଲେ ଭାରତମାତାର ଜଣେ ସଚ୍ଚା ସୈନିକ । ଯାହାର ନାଁ ଶୁଣିଲେ ଥରୁଥିଲେ ଗୋରା ସାହେବ । ଆଗକୁ ଆସିବା ତ ଦୂରର କଥା ଛାତ୍ରଭଙ୍ଗ ଦେଉଥିଲେ ବ୍ରିଟିଶ ସରକାର । ଆଉ ଟେକାର ଜବାବ ପଥରରେ ଦେବାକୁ ସେ ପଛେଉ ନ ଥିଲେ । ସେ ହେଉଛନ୍ତି ଭାରତର ଅଗ୍ରଣୀ ସଂଗ୍ରାମୀ ସୁଭାଷଚନ୍ଦ୍ର ବୋଷ । କଟକ ଓଡିଆ ବଜାରରେ ଜନ୍ମିତ ସୁଭାଷ ଥିଲେ ଓଡିଶାର ବୀରପୁତ୍ର ।

ଆଇନଜୀବୀ ଜାନକୀନାଥ ବୋଷ ପ୍ରଭାବତୀଙ୍କ ପୁଅ ହେବା ସହ ବିସ୍ମୟ ଓ ବିଦ୍ରୋହୀ ସଂଗ୍ରାମୀ । ୧୮୫୭ ମସିହାରେ ଜାନୁଆରୀ ୨୩ରେ ସିଲଭର ସିଟି କଟକରେ ଜନ୍ମ ନେଇଥିଲେ ନେତାଜୀ । ୧୪ ଜଣ ଭାଇ ଭଉଣୀଙ୍କ ମଧ୍ୟରେ ନେତାଜୀ ଥିଲେ ୯ମ । ବ୍ୟାପତିଷ୍ଟ ମିସନ ଦ୍ଵାରା ପରିଚାଳିତ ପ୍ରୋଟେଷ୍ଟାଣ୍ଟ ୟୁରିପୀୟାନ ସ୍କୁଲରେ ସେ ସ୍କୁଲ ଜୀବନୀ ଆରମ୍ଭ କରିଥିଲେ ।
୧୯୦୯ରେ ରେଭେନ୍ସା କଲଜେଟ ସ୍କୁଲରେ ସ୍ଥାନାନ୍ତରଣ ପରେ ୧୯୧୩ରେ ମାଟ୍ରିକ ପରୀକ୍ଷାରେ ଦୈତ୍ୟ ସ୍ଥାନରେ ପାସ କରିଥିଲେ । ମାଧ୍ଯମିକ ଶିକ୍ଷା ଶେଷ ପରେ କଲିକତା ପ୍ରେସିଡେନ୍ଟ କଲେଜର ଦଶମ ଶାସ୍ତ୍ର ଓ ସ୍କଟିଆ ଚର୍ଚ୍ଚ କଲେଜରେ ପଥ ପାଢୀଥିଲେ । ସେହି ସମୟରେ ଅଧ୍ୟାପକଙ୍କ ଭାରତ ବିରୋଧୀ ମନ୍ତବ୍ୟ ତାଙ୍କୁ ଦେଶପ୍ରେମର ମୂଳଦୁଆ ପକାଇବାକୁ ବାଧ୍ୟ କରିଥିଲା । ଭାରତ ବିରୋଧୀ ମନ୍ତବ୍ୟରେ ଅଧ୍ୟାପକଙ୍କୁ ଦୁର୍ବ୍ୟବହାର କରିବାକୁ ପଛାଇନ ଥିଲେ ନେତାଜୀ ।

ଏଥିପାଇଁ ତାଙ୍କୁ କଲେଜରୁ ବାହାର କରାଯିବା ପରେ ଉଚ୍ଚ ଶିକ୍ଷା ପାଇଁ ବିଲାତ ପଠାଗଲା । ୧୯୨୦ରେ ICS ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ତାଲିମ ନେଉଥିବା ବେଳେ ଭାରତରେ ଘଟିଥିଲା ଜାଲିୟାତବାଗ ୱାଲିୟାନା ହତ୍ୟାକାଣ୍ଡ । ଏହା ଶୁଣିବା ପରେ ସେ ପାଠ ପଢା ଅଧାରୁ ଛାଡି ଭାରତ ଫେରଥିଲେ । ୧୯୨୪ରେ ସେ କଲିକତାର ମେୟର ହୋଇଥିଲେ । ୧୯୩୦ରେ ଆଇନଅମାନ୍ଯ ଆନ୍ଦୋଳନରେ ଗିରଫ ହୋଇ ସେ ଜେଲରେ ରହିଲେ ।
୧୯୩୮ରେ ହରିପୁରା ଜାତୀୟ କଂଗ୍ରେସ ଅଧିବେଶନରେ ଗାନ୍ଧୀଙ୍କ ମନୋନୀତ ପ୍ରାର୍ଥୀ ପତତଡି ସିତାରମ୍ୟାଙ୍କୁ ହରାଇ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ୧୯୩୯ରେ ପୁଣି ଥରେ ସେ ପଦବୀକୁ ନିର୍ବାଚିତ ରେକର୍ଡ କରିଲେ । ଶସ୍ତ୍ର ଆନ୍ଦୋଳନରେ ଭାରତକୁ ବ୍ରିଟିଶ ଶାସନରୁ ମୁକ୍ତ କରି ହେବ ଏହା ଭାବି ୧୯୪୯ରେ ଫରୱାର୍ଡ ବ୍ଲକ ନାମରେ ନୂତନ ଦଳ ଗଠନ କରିଥିଲେ ନେତାଜୀ ।
ସ୍ଵାଧୀନତା ପାଇଁ ଦେଶ ବାହାରେ ରହି ୧୯୪୯ ଜନାଉଆରି ୧୭ରେ ଆଫଗାନ ଓ ଶୋଭିଏତରୁଷ ଦେଇ ବର୍ଲିନରେ ପହଞ୍ଚିଲେ । ଜର୍ମାନର ନାଜିଆ ଶାସକ ହିଟଲରଙ୍କ ସହ ସାକ୍ଷାତ କରି ଭାରତ ସ୍ଵାଧୀନତା ପାଇଁ ସାହାଜ୍ଯ ମାଗିଥିଲେ । ଜର୍ମାନ ମାଟିରେ ଫ୍ରି ଇଣ୍ଡିଆନ ଗଠନ କରି ବର୍ଲିନରୁ ଆଜାଡ ହିନ୍ଦ ମାଧ୍ୟମରେ ଭାରତବାସୀଙ୍କୁ ଆହ୍ଵାନ ଦେଇଥିଲେ ନେତାଜୀ ।

“ମୋତେ ରକ୍ତ ଡି ଦିଅ ମୁଁ ସ୍ଵାଧନତା ଦେବି” ଏହି ଆହ୍ଵାନରେ ଭାରତବାସୀଙ୍କୁ ଏକଜୁଟ କରିଲେ । ସିଙ୍ଗାପୁରରେ ଆଜାଡ ହିନ୍ଦର ଦାୟିତ୍ଵ ଗ୍ରହଣ କରି ୧୯୪୩ ଅକ୍ଟୋବର ୨୧ରେ ଏକ ସ୍ଥାୟୀ ସରକାର ଗଠନ କରି ଆହ୍ଵାନ ଦେଲେ “ଦିଲ୍ଲୀ ଚଲୋ” । ଆଜି ଭାରତମାତାର ବୀରପୁତ୍ର ଜୀବିତ ନା ମୃତ ତାହା ବିଷୟରେ କେହି ଜାଣି ନାହାନ୍ତି ।
ବନ୍ଧୁଗଣ ଆପଣ ମାନଙ୍କର ନେତାଜୀଙ୍କ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
