ମାତା ଲକ୍ଷ୍ମୀ ହେଉଛନ୍ତି ସୌଭାଗ୍ୟ ଦାତ୍ରୀ, ସିଏ ଖୁସି ହେଲା ଘରେ ସୁଖ ଶାନ୍ତି ଆଉ ଧନ ଧନ୍ୟରେ ଭରିଯାଏ । ଗୁରୁବାର ହେଉଛି ତାଙ୍କର ପ୍ରିୟ ବାର । ଶୁକ୍ଲ ପାଖରେ ଦଶମୀ ତିଥି ଯଦି କୌଣସି ଗୁରୁବାର ଦିନ ପଡେ ତେବେ ସେହି ଗୁରୁବାର ଦିନ ସୁଦଶା ବ୍ରତ ପୂଜା କରାଯାଏ । ତେବେ ଏହ ସୁଦଶା ବ୍ରତ ଦିନ କରନ୍ତୁ ଏହି ପାଞ୍ଚୋଟି ଉପାୟ । ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ନିଜେ ଆସି ଆପଣଙ୍କ ସ୍ଵାମୀ ଆଉ ସହପରିବାର ଲୋକଙ୍କୁ ଆଶୀର୍ବାଦ ଦେଇକି ଯାଆନ୍ତି ।
ଏହି ଦିନ ବିବାହିତା ନାରୀ ମାନେ ମାତା ଲକ୍ଷ୍ମୀଙ୍କୁ ପୂଜା ଆରାଧନା କରି ନୂଆ ବ୍ରତକୁ ହଳଦୀ ପାଣିରେ ଧୁଅନ୍ତି । ଆଉ ମା ଲକ୍ଷ୍ମୀଙ୍କର ଦଶ ନାମ ଧରି ସେହି ବ୍ରତରେ ଦଶଟି ଗଣ୍ଠି ପକାନ୍ତି । ଆଉ ସେହି ବ୍ରତକୁ ନନିଜ ଡାହାଣ କାନ୍ଧରେ ବାନ୍ଧନ୍ତି । ପରବର୍ତୀ ସୁଦଶା ବ୍ରତ ପର୍ଯ୍ୟନ୍ତ । ଆଉ ନୂଆ ବ୍ରତ ବାନ୍ଧନ୍ତି । ସୁଦଶା ବ୍ରତ ପୂଜାରେ ମା ଲକ୍ଷ୍ମୀଙ୍କ ପାଖରେ ପ୍ରାୟ ସମସ୍ତ ପୂଜା ଦ୍ରବ୍ଯ ଦଶଟି କରି ନିଆଯାଏ । ଭକ୍ତିର ସହିତ ଜଣେ କର୍ତବ୍ୟ ପରାୟଣ ପରିଶ୍ରମୀ ବ୍ଯକ୍ତିର କାନ୍ଧରୁ ମାତା ଲକ୍ଷ୍ମୀ କେବେହେଲେ ଛାଡିକି ଯିବେ ନହିଁ । ଆପଣ ଏହି ପଞ୍ଚୋଟି ଉପାୟ କରି ମାତା ଲକ୍ଷ୍ମୀଙ୍କୁ ନିଶ୍ଚୟ ପ୍ରସନ୍ନ କରିପାରିବେ ।
ଏହି ସୁଦଶା ବ୍ରତ ଦିନ ଘରକୁ ସବୁବେଳେ ପରିଷ୍କାର ପରିଛନ ରଖନ୍ତୁ ଆଉ ଘରେ କଲି କଜିୟା ବା ପାଟି ତୁଣ୍ଡ ଯମବି କରନ୍ତୁ ନାହିଁ ।ଘରକୁ କେବେବି ଅନ୍ଧାର ରଖନ୍ତୁ ନହିଁ । ଅଇଁଠା ଶଙ୍କୁଡିକୁ କେବେବି ପକାଇକି ରଖନ୍ତୁ ନହିଁ । ସୂର୍ଯ୍ୟ ଉଦୟ ହେବା ଆଗରୁ ସେଯା ତ୍ୟାଗ ନିଶ୍ଚୟ କରନ୍ତୁ । ଏହି ପରି କେତୋଟି ଅଭ୍ଯାସ ରଖିଲେ ଲକ୍ଷ୍ମୀ ମା ସବୁବେଳେ ଆପଣଙ୍କ ଉପରେ ପ୍ରଶନ ରହିବେ । ସୁଦଶା ବ୍ରତ ପୂଜାରେ ମା ଲକ୍ଷ୍ମୀଙ୍କ ପାଖରେ ତିନିବେଳା ଭୋଗ ଲଗାଯାଏ । ପ୍ରଭାତରେ ଦସ ପ୍ରକାରର ଫଳ ଓ ଦଶଟି ଛେନା ଚକଟା ଗୁଲାର ଭୋଗ ଲଗାଯାଏ ।
ମଧ୍ୟାହନ୍ନରେ ଦଶଟି ମଣ୍ଡା ପିଠା ଓ ସନ୍ଧ୍ଯା ହେବା ପୂର୍ବରୁ ଚେନ୍ନା ପଣାର ଭୋଗ ଲଗାଯାଏ ।ମା ଲକ୍ଷ୍ମୀଙ୍କ ପାଖରେ ଯେଉଁ ଭୋଗ ଲଗାଯାଇଥାଏ ତାକୁ ପରିବାର ଲୋକ ଛଡା ଅନ୍ୟ କାହାକୁ ବାଣ୍ଟିବେ ନାହିଁ । ସୁଦଶା ବ୍ରତର ପୂଜା ବ୍ରାଂହ୍ୟ ମୁହୂର୍ତରେ ଆରମ୍ଭ କରିବା ବହୁତ ଶୁଭ ହୋଇଥାଏ । କୁହାଯାଏକି ମା ଲକ୍ଷ୍ମୀ ସେତେବେଳେ ମନ୍ଦିରରୁ ବାହାରି ଘରେ ଘରେ ବୁଲି ଥାନ୍ତି । ତେଣୁ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସକାଳୁ ଉଠି ହଳଦୀ ଲଗାଇକି ସ୍ନାନ କରିବେ । ଧଳା ନାଲି ନହେଲେ ହଳଦୀ ରଙ୍ଗର ଶାଢୀ ପିନ୍ଧିବେ ।
ମତରେ ସିନ୍ଦୁର ଆଉ ପାଦରେ ଅଳତା ଲଗାଇବାକୁ ଭୁଲିବେ ନାହିଁ । ପୂଜା ସ୍ଥାନ ଭଲରେ ସଫା କରିବେ ଆଉ ସେଥିରେ ଅରୁଆ ଚାଉଳର ଝୋଟି ପକାଇବେ । କଥା ରହିଚିକି ଯେତେବେଳେ ମତ ଲକ୍ଷ୍ମୀ ନଗର ଭ୍ରମଣରେ ଆସିଥାନ୍ତି ଆଉ ଯେତେବେଳେ ଦୁଆର ମୁହଁରେ ଚିତା ଦେଖି ଥାନ୍ତି ଆଉ ଘରଭିତରକୁ ବୁଲିବାକୁ ଆସିଥାନ୍ତି । କାରଣ ମା ଲକ୍ଷ୍ମୀଙ୍କୁ ଏହି ଚିତା ବହୁତ ପସନ୍ଦ ହୋଇଥାଏ । ଧ୍ୟାନ ରଖିବେ ଯେମିତି କେହି ଚିତା ଉପରେ ନ ଚଢନ୍ତି ।