ସୁଦଶା ବ୍ରତ ଦିନ କରନ୍ତୁ ଏହି 5ଟି କାମ ମିଳିବ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ

ଓଡିଶାର ବଡ ପର୍ବ ମଧ୍ୟରେ ଗୋଟିଏ ହେଉଛି ସୁଦଶା ବ୍ରତ । ଯାହାକି ଆସନ୍ତା କାଲି ପାଳନ କରାଯିବ । ଏମିତିରେ ଆଜି ଆମେ ଆପଣଙ୍କୁ କହିବୁ କି ଘରର ମହିଳାମାନେ ଏହି ଦିନରେ କେଉଁ ସବୁ ଉପାୟ କରିଲେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବା ସହ ଘର ଧନଧାନ୍ୟରେ ପରିପୂର୍ଣ ହୋଇଯିବ । କୌଣସି ମାସରେ ଶୁକ୍ଳପକ୍ଷ ଦଶମୀ ତିଥି ଗୁରୁବାର ଦିନ ପଡିଥାଏ ତେବେ ସେହି ଗୁରୁବାର ଦିନରେ ସୁଦଶା ବ୍ରତ ପାଳନ କରାଯାଏ ।

ଏହି ଦିନରେ ବିବାହିତ ମହିଳାମାନେ ମାତା ଲକ୍ଷ୍ମୀଙ୍କ ପୂଜା ଅର୍ଚନା କରି ଏକ ନୂଆ ଧଳା ବ୍ରତକୁ ହଳଦୀ ପାଣିରେ ଧୋଇବା ପରେ ମାତା ଲକ୍ଷ୍ମୀଙ୍କ ୧୦ ଟି ନାଁ ଧରି ସେହି ବ୍ରତରେ ୧୦ ଟି ଗଣ୍ଠି ପକାଇଥାନ୍ତି । ମହିଳାମାନେ ଏହି ବ୍ରତକୁ ଡାହାଣ ପଟ କାନ୍ଧରେ ପରବର୍ତ୍ତୀ ସୁଦଶା ବ୍ରତ ପର୍ଯ୍ୟନ୍ତ ବାନ୍ଧି ରଖିଥାନ୍ତି । ଏମିତି କିଛି ଉପାୟ ଅଛି ଯାହାକୁ ସୁଦଶା ବ୍ରତ ଦିନ କରି ଆପଣ ମାତା ଲକ୍ଷ୍ମୀଙ୍କର ବିଶେଷ କୃପା ପାଇ ପାରିବେ । ଯାହା ଦ୍ଵାରା ଆପଣଙ୍କ ଜୀବନର ସମସ୍ତ ସମସ୍ୟା ଦୂର ହୋଇଯିବ ।

୧ – ସୁଦଶା ବ୍ରତ ଦିନ ଘରକୁ ପରିଷ୍କାର ରଖନ୍ତୁ ଓ ଘରେ କୌଣସି ବି ପରକାରର ବିବାଦ ନ ହେଉ ଏହା ପ୍ରତି ବି ଧ୍ୟାନ ରଖନ୍ତୁ । ଏହି ଦିନରେ ଘରକୁ କେବେ ବି ଅନ୍ଧାର ରଖନ୍ତୁ ନାହିଁ । ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଘରର ମହିଳାମାନେ ଉଠି ନିଜର ନିତ୍ୟ କାର୍ଯ୍ୟ ଶେଷ କରି ଦିଅନ୍ତୁ ।

୨ – ସୁଦଶା ବ୍ରତ ଦିନ ମାତା ଲକ୍ଷ୍ମୀଙ୍କ ପାଖରେ ତିନି ଥର ଭୋଗ ଲଗାଯାଏ । ପ୍ରଥମେ ୧୦ ପ୍ରକାରର ଫଳ ଓ ୧୦ ପ୍ରକାରର ଛେନାର ଭୋଗ ଲଗାଯାଏ । ମଧ୍ୟାହ୍ନ ସମୟରେ ୧୦ ଟି ମଣ୍ଡା ପିଠା ଓ ସନ୍ଧ୍ୟା ସମୟରେ ୧୦ ଛେନା ପଣାର ଭୋଗ ଲଗାଯାଏ । କିନ୍ତୁ ଧ୍ୟାନ ରଖିବେ କି ମାତା ଲକ୍ଷ୍ମୀଙ୍କ ପାଖରେ ଯେଉଁ ଭୋଗ ଲଗାଇବେ ତାକୁ ଘର ଲୋକଙ୍କ ଛଡା ଅନ୍ୟ କାହାକୁ ଦେବେ ନାହିଁ । ଏହିଭଳି କରିବା ଦ୍ଵାରା ପରିବାରର ସଦସ୍ୟଙ୍କ ମଙ୍ଗଲ ହୋଇଥାଏ ।

୩ – ବ୍ରହ୍ମ ମୁହୂର୍ତରେ ସୁଦଶା ବ୍ରତର ପୂଜା କରିବା ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ । ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଆପଣମାନେ ବିଛଣାରୁ ଉଠି ହଳଦୀ ଲଗାଇ ସ୍ନାନ କରିବା ପରେ ଧଳା ନାଲି ରଙ୍ଗ କିମ୍ବା ହଳଦୀ ରଙ୍ଗର ଶାଢୀ ପିନ୍ଧି ସୁଦଶା ବ୍ରତର ପୂଜା କରନ୍ତୁ । ଏହା ସହିତ ମୁଣ୍ଡରେ ସିନ୍ଦୁର ଓ ଗୋଡରେ ଅଳତା ଲଗାନ୍ତୁ ।

୪ – ସୁଦଶା ବ୍ରତ ଦିନ ସନ୍ଧ୍ୟା ସମୟରେ ତୁଲସୀ ଗଛ ମୂଳରେ ଓ ଘରର ମୁଖ୍ୟ ଦ୍ଵାରରେ ୨ – ୨ ଦୀପ ଲଗାନ୍ତୁ । ଏହା ସହିତ ଘରର ଚତୁର ଦିଗରେ ଝୁଣା ଓ ଧୂପ ବୁଲାନ୍ତୁ ।

୫ – ମାତା ଲକ୍ଷ୍ମୀଙ୍କୁ ପୂଜା କରିବା ସମୟରେ ୭ ଟି ଧଳା ରଙ୍ଗର କଉଡି ନେଇ ତାକୁ ହଳଦୀ ପାଣିରେ ପରିଷ୍କାର କରି ଦିଅନ୍ତୁ । ଏହା ପରେ ନାଲି କପଡାରେ ଏହି କଉଡିକୁ ରଖି ମାତା ନିକଟରେ ପୂଜା କରିବା ପରେ ଏହି କଉଡିକୁ ନାଲି କପଡାରେ ବାନ୍ଧି ଘରେ ଟଙ୍କା ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ । ଏହିଭଳି ସମସ୍ତ ନିୟମ ପାଳନ କରିଲେ ଆପଣଙ୍କୁ ସୁଦଶା ବ୍ରତର ଲାଭ ଅବଶ୍ୟ ମିଳିବ ।

Leave a Reply

Your email address will not be published. Required fields are marked *