ବର୍ତ୍ତମାନ ସବୁ ନ୍ୟୁଜ ଚ୍ୟାନେଲରେ ତପସ୍ଵିନୀ ଓ ସୁମିତଙ୍କୁ ନେଇ ଚର୍ଚା ଚାଲିଛି । ତପସ୍ଵିନୀ ପୁଣି ଥରେ ସୁମିତଙ୍କ ଘର ସାମ୍ନାରେ ବସି ଧାରଣା ଦେଉଛନ୍ତି । ଏହା ମଧ୍ୟରେ ସୁମିତ ଓ ତପସ୍ଵିନୀଙ୍କ କିଛି ଭିଡିଓ ଓ ଅଡିଓ କିଳ୍ପ ଭାଇରାଲ ହେଉଛି । ଯାହାକି ସୁମିତ କରୁଛନ୍ତି ବୋଲି କୁହାଯାଉଛି ।
ଅନ୍ୟ ପଟେ ତପସ୍ଵିନୀ ବି ଏହାର ଜବାବରେ ସେ ବି କହିଛନ୍ତି କି ତାଙ୍କ ପାଖରେ ବି ସୁମିତଙ୍କ ବିରୁଦ୍ଧରେ ବହୁତ କିଛି ପ୍ରମାଣ ଅଛି । ଯାହାକୁ ସେ କୋର୍ଟରେ ଦାଖଲ କରିବେ ଓ ଏହା ପରେ ଜଣା ପଡିବ କି ସତ କିଏ କହୁଛି ଓ ମିଛ କିଏ କହୁଛି ।

ଆଜି ସକାଳେ ଯେତେବେଳେ ଗଣମାଧ୍ୟମ ତାଙ୍କର ହାଲଚାଲ ବିଷୟରେ ଜାଣିବାକୁ ଯାଇଥଲେ ତେବେ ସେହି ସମୟରେ ତପସ୍ଵିନୀଙ୍କ ସହ ରହୁଥିବା ଓ ତାଙ୍କର ସାଥ ଦେଉଥିବା ପ୍ରମିଳା ମାଉସୀ କହିଲେ କି ଯେଉଁ ସବୁ ଭିଡିଓ ଭାଇରାଲ ହେଉଛି, ତେବେ ଆଜି ପର୍ଯ୍ୟନ୍ତ ସୁମିତ କେଉଁଠି ଥିଲେ ।
ଆଗରୁ କାହିଁକି ସେ ଭିଡିଓ ଭାଇରାଲ କରୁ ନ ଥିଲେ । ସେ ଜାଣିଶୁଣି ଲୁଚି ଛପି ଏହି ଭିଡିଓ କରାଯାଇଛି । ଏହା ସମସ୍ତଙ୍କ ସାମ୍ନାରେ କରାଯାଇ ନାହିଁ । ପ୍ରମିଳା ମାଉସୀ ଏକ ମୋବାଇଲ ଗଣମାଧ୍ୟମ ସାମ୍ନାରେ ଦେଖା ଯାଉଛନ୍ତି ଓ ଏହି ମୋବାଇଲ ସୁମିତଙ୍କର ବୋଲି କହୁଛନ୍ତି । ଯାହା ବିଷୟରେ ତପସ୍ଵିନୀ କହିଲେ କି ଏହି ମୋବାଇଲକୁ ସୁମିତ ଦୁଇ ବର୍ଷ ବ୍ୟବହାର କରିଥିଲେ ଓ ଏହା ତାଙ୍କର ପୁରୁଣା ଫୋନ ।

ନୂଆ ଫୋନ କିଣିବା ପରେ ସେ ମୋତେ ଏହି ଫୋନ ଦେଇ ଦେଲେ । ପ୍ରମିଳା ମାଉସୀ କହିଲେ କି ଏଥିରେ ସୁମିତଙ୍କ ସବୁ ଅଡିଓ ଭିଡିଓ କିଳ୍ପ ଅଛି । ସୁମିତଙ୍କ ନୃଶଂସ ଚେହେରା ଏଥିରେ ଲୁଚି ଅଛି । ଏହା ସହିତ ସବୁ ଚ୍ୟାଟିଙ୍ଗ ବି ଅଛି । ବହୁତ ଝିଅଙ୍କର ବି ଫଟୋ ଅଛି । କହିବାକୁ ଗଲେ ତପସ୍ଵିନୀ ନିଜ ଘରର ଓ ସୁମିତଙ୍କ ଓ ତାଙ୍କ ଘରର ସମ୍ମାନ ରଖିବା ପାଇଁ ପ୍ରଥମେ ତପସ୍ଵିନୀ ଏହି ସବୁ ବିଷୟରେ ଆଗରୁ କହୁ ନ ଥିଲା ।
ପ୍ରମିଳା ମାଉସୀ ଆଗକୁ କହିଲେ କି ଏଥିରେ ତପସ୍ଵିନୀଙ୍କ ଅପରେସନ ଠାରୁ ନେଇ, ତା ପାଖରେ ବସି ସାଲାଇନ ଲାଗିଛି ଏହି ସବୁର ଭିଡିଓ ସୁମିତ କରିଛନ୍ତି ଓ ଏହି ସବୁ ଭିଡିଓ ଏହି ମୋବାଇଲରେ ଅଛି । ତପସ୍ଵିନୀ କହିଲେ କି ମୁଁ ଏହି ପୁରା ମୋବାଇଲକୁ ନେଇ କୋର୍ଟରେ ଦେଇ ଦେବି । ଏହା ପରେ ଜଜ ଦେଖିବେ ଓ ସେ ଜାଣି ପାରିବେ କିଏ ଠିକ କିଏ ଭୁଲ ।
