ତପସ୍ଵିନୀଙ୍କ ଭାଇରାଲ Video – 8 ଲକ୍ଷ ଦେ, ତୁ ତୋ ବାଟରେ ଯା… ନଚେତ ତତେ ବର୍ବାଦ କରିଦେବି!

ତପସ୍ଵିନୀ ଓ ସୁମିତଙ୍କ ମାମଲା ଦିନକୁ ଦିନ ଆହୁରି ଜଟିଳ ହୋଇ ଚାଲିଛି । ବର୍ତ୍ତମାନ ଚାରି ଆଡେ କେବଳ ତପସ୍ଵିନୀ ଓ ସୁମିତଙ୍କ ବିଷୟରେ ଚର୍ଚା ହେଉଛି । ଯେଉଁଠି ତପସ୍ଵିନୀ ପୁଣି ଥରେ ସୁମିତଙ୍କ ଘର ସାମ୍ନାରେ ଧାରଣାରେ ବସିଛନ୍ତି ତ ଅନ୍ୟ ପଟେ ସୁମିତଙ୍କ କୌଣସି ବି ପ୍ରକାରର ଖବର ନାହିଁ । ସେ କେଉଁଠି ଅଛନ୍ତି କଣ କରୁଛନ୍ତି କାହାକୁ କିଛି ବି ଜଣା ନାହିଁ । ସୁମିତ ଓ ତପସ୍ଵିନୀଙ୍କ ଛାଡପତ୍ର ଖବର ବି ସାମ୍ନାକୁ ଆସୁଛି । ଯାହାର ଜବାବ ଦେଇ ତପସ୍ଵିନୀ କହିଛନ୍ତି କି ମୋତେ ଯେତେ ଟଙ୍କା ଦେଲେ ବି ମୁଁ ଛାଡପତ୍ର ଦେବି ନାହିଁ ।

ଛାଡପତ୍ର ଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ତପସ୍ଵିନୀଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଯାହାକୁ ସୁମିତ ରେକର୍ଡ କରିଛନ୍ତି । ଏହି ଭିଡିଓ ପୁଣି ଥରେ ଏହି କେସକୁ ଏକ ନୂଆ ମୋଢ ଦେଇଛି । ଯେଉଁଥିରେ କି ତପସ୍ଵିନୀ ସୁମିତଙ୍କ ଠାରୁ ୮ ଲକ୍ଷ ଟଙ୍କା ଡିମାଣ୍ଡ କରୁଛନ୍ତି ।

ଏହି ଭିଡିଓ କେଉଁ ସ୍ଥାନରେ ହୋଇଛି ଏହା ଜଣା ନାହିଁ । କିନ୍ତୁ ଭିଡିଓରେ ଯେମିତି କି ଆପଣମାନେ ଦେଖି ପାରିବେ କି ତପସ୍ଵିନୀ ନିଜର ମୋବାଇଲ ଧରିଛନ୍ତି । ସୁମିତ ଭିଡିଓ ରେକର୍ଡିଂ ଆରମ୍ଭ କରି ତପସ୍ଵିନୀଙ୍କ ପାଖକୁ ଯାଉଛନ୍ତି । ତାଙ୍କ ପାଖରେ ଦୁଇଟି କାର ବି ଅଛି ଯାହାର ନମ୍ବର ପ୍ଳେଟକୁ ବି ସୁମିତ ରେକର୍ଡିଂ କରୁଛନ୍ତି ।

ସୁମିତ ତପସ୍ଵିନୀଙ୍କୁ ପଚାରୁଛନ୍ତି କି କାହା ସହ ଚ୍ୟାଟ କରୁଛ ଓ କାହାକୁ ମୋର ଫଟୋ ପଠାଉ ଥିଲ । ଯାହାର ଜାବବ ଦେଇ ତପସ୍ଵିନୀ କହିଲେ କି ମୁଁ ମୋର ଫଟୋ ପଠେଇଛି ନା ହିଁ କି ତମର । ତପସ୍ଵିନୀ ତାଙ୍କର ଫୋନ ଦେଖାଉଛନ୍ତି । ସୁମିତ ତପସ୍ଵିନୀଙ୍କୁ ପୁଣି ପ୍ରଶ୍ନ କରୁଛନ୍ତି କି ସଞ୍ଜିତ ବାରିକ କିଏ ?

ସଞ୍ଜିତ ବାରିକ ବିଷୟରେ ନ କହି ତପସ୍ଵିନୀ କହିଲେ କି ଏତେ ଫାଲତୁ ଲୋକ ମୁଁ ଜାଣିଥିଲେ କେବେ ବି ବାହା ହେଇ ନ ଥାନ୍ତି । ସୁମିତ କହିଲେ କି ତମେ କଉ ଭଲ ଲୋକ କି । ତପସ୍ଵିନୀ କହିଲେ ମୁଁ କଣ ତମ ପଛରେ ଯାଇ ଲାଗିଯାଇ ଥିଲି କି । ସୁମିତ କହିଲେ କି ମୁଁ ତମ ପାଇଁ କଣ ନ କରିଛି କହିଲ ।

ତପସ୍ଵିନୀ ଶେଷରେ କହିଲେ କି ତୁ ମୋତେ ୮ ଲକ୍ଷ ଟଙ୍କା ଦବୁ । ତା ପରେ ତୁ ତୋ ବାଟରେ ମୁଁ ମୋ ବାଟରେ । ତୁ ଯେମିତି ମୋ ଜୀବନ ଖରାପ କରିଛୁ ସେମିତି ମୁଁ ତୋର ଓ ତୋର ପରିବାରର ସମସ୍ତଙ୍କର ଜୀବନ ଖରାପ କରିବି । ଏହିଭଳି ଭବାରେ ଦୁଇ ଜଣଙ୍କ ମଧ୍ୟରେ ବହୁତ ବିବାଦ ହେଉଛି ।

Leave a Reply

Your email address will not be published. Required fields are marked *