ବଡ ଖବର- ପୂଜା ପୂର୍ବରୁ କମିବ ସୁନା ଦର, ଜାଣନ୍ତୁ ଏବେ ଗ୍ରାମ ପ୍ରତି ପଡିବ କେତେ?

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ନ୍ୟୁଜ ପୋର୍ଟାଲକୁ ସ୍ଵାଗତ । ତେବେ ଗତ କିଛି ଦିନ ହେବ ସୁନା ଦର ଆକାଶ ଛୁଆଁ ହୋଇଥିବା ବେଳେ ଏବେ ଖବର ମିଳୁଛି କି ପୂଜା ପୂର୍ବରୁ ସୁନା ଦର ହ୍ରାସ ହେବ ବୋଲି । କିଛି ଦିନ ତଳେ ସୁନା ଦର ବଢି ୧୦ ଗ୍ରାମ ପିଛା ୪୦ ହଜାର ରୁ ଉର୍ଦ୍ଧ ଟଙ୍କା ହୋଇଯାଇଥିଲା । କିନ୍ତୁ ଏହା ପୁଣି ଧୀରେ ଧୀରେ କମି ଗତ ସପ୍ତାହରେ ୩୮,୭୭୫ ଟଙ୍କା ହୋଇଥିଲା । ପରାୟେ ୨ ହଜାର ଟଙ୍କା କମିଥିଲା ସୁନା ଦର ।

ତେବେ ଗତ ବର୍ଷ ଏହି ସମୟକୁ ସୁନାର ଦର ପାଖାପାଖି ୩୦ରୁ ୩୧ ହଜାର ଭିତରେ ଥିଲା । କିନ୍ତୁ ଏଥର ଏହା ୪୦ ହଜାର ଟପି ପୁଣି ହ୍ରାସ ହୋଇଛି । ତଥାପି ଏବେ ୩୮ ହଜାର ଉପରେ ଅଛି । ତେବେ ଆଜିର ସୁନା ଦର ହେଉଛି ୩୮.୭୯୦ ଟଙ୍କା ।

ସୂଚନା ଯୋଗ୍ୟ ଯେ ଏହି ପୂଜା ସମୟରେ ସୁନାର ଚାହିଦା ବୃଦ୍ଧି ପାଇବାର ସମ୍ଭାବନା ଅଛି । କାହିଁକି ନା ଧନ୍ତେରସ ସମୟରେ ସମସ୍ତେ ପ୍ରାୟ ନିଜ ପାଇଁ କିଛି ନା କିଛି ସୁନା କିଣିବାର ପ୍ରଥା ଅଛି । ସେଥିପାଇଁ ଏହି ସମୟରେ ପୁଣି ସୁନା ଦର ବଢି ୪୦ ହୋଇ ପାରେ ବୋଲି କିଛି ଅର୍ଥ ନୀତିଜ୍ଞ କହିଛନ୍ତି ।

ଏବେ ସାରା ଦୁନିଆରେ ଅର୍ଥ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସରକାର ବିଭିନ୍ନ ସୁଧହାରକୁ ହ୍ରାସ କରୁଛନ୍ତି । ଏହାର ପ୍ରଭାବରେ ସୁନାର ଦର ଆହୁରି ହ୍ରାସ ପାଇପାରେ । ଚୀନ୍‌ ଓ ଆମେରିକା ମଧ୍ୟରେ ବାଣିଜ୍ୟା ବାର୍ତ୍ତା ସଫଳ ହୋଇ ପାରିଲେ ସୁନାଦର ହ୍ରାସ ପାଇବ ବୋଲି ଅର୍ଥନୀତିଜ୍ଞମାନେ ପ୍ରକାଶ କରିଛନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *