ବନ୍ଧୁଗଣ ଚଳିତ ବର୍ଷ ଏପ୍ରିଲ 20 ତାରିଖ ରେ ପଡୁଛି ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ । ଏହି ଗ୍ରହଣ 12ଟି ରାଶି ଉପରେ କିଛି ନା କିଛି ପ୍ରଭାବ ପକାଇବାକୁ ଯାଉଛି । ଚନ୍ଦ୍ରଗ୍ରହଣ ହେଉ କି ସୂର୍ଯ୍ୟପରାଗ ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଏହି ସମୟକୁ ଅଶୁଭ ସମୟ କୁହାଯାଇଥାଏ । କାରଣ ଏହି ସମୟରେ ସୂର୍ଯ୍ୟ ଠାରୁ ବାହାରୁଥିବା ଆଲୋକ ସିଧା ସଳଖ ପୃଥିବୀ ପୃଷ୍ଠରେ ପଡିପାରେ ନାହି । ଏହି ସମୟରେ ନାକାରାତ୍ମକ ଶକ୍ତି ଜାଗୃତ ହୋଇଥାନ୍ତି । ସାଧାରଣତଃ ଗ୍ରହଣ ଲାଗିବାର 9 ଘଣ୍ଟା ପୂର୍ବରୁ ଓ ସୂର୍ଯ୍ୟପରାଗ ଲାଗିବାର 12 ଘଣ୍ଟା ପୂର୍ବରୁ ପାକ ନିଷେଧ ବା ହାଣ୍ଡିଛାଡ କରାଯାଇଥାଏ । ଆସନ୍ତୁ ଜାଣିବା ବିସ୍ତାର ଭାବେ ।
ମେଷ ରାଶି : ସୂର୍ଯ୍ୟଗ୍ରହଣର ପ୍ରଭାବ ଆପଣଙ୍କ ପାଇଁ ମିଶ୍ରିତ ରହିବ । ଚାକିରି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ କାର୍ଯ୍ୟ କ୍ଷେତ୍ରରେ ସତର୍କ ରହିବାର ଅଛି ।
ବୃଷ ରାଶି : ଆପଣଙ୍କ ପାଇଁ ଏହି ଗ୍ରହଣ ବହୁତ ଶୁଭ ରହିବାର ଅଛି । ବ୍ୟାପାରୀଙ୍କୁ ଲାଭ ହେବାର ଅଛି । ସାମାଜିକ କ୍ଷେତ୍ରରେ ମାନ ସମାନ ପ୍ରତିଷ୍ଠା ହେବ ।
ମିଥୁନ ରାଶି : ଆପଣଙ୍କ ପାଇଁ ଶୁଭ ସମୟର ଆରମ୍ଭ ହେବାକୁ ଯାଉଛି । ଅଟକିଥିବା କାମ ପୂରଣ ହେବାର ସଂକେତ ଅଛି । ଜୀବନସାଥିଙ୍କ ସହ ପ୍ରେମ ବଢିବ ।
କର୍କଟ ରାଶି : ସୂର୍ଯ୍ୟଗ୍ରହଣ ଆପଣଙ୍କ ପାଇଁ ଶୁଭ ମାନାଯାଉ ନାହି । ବାଦ ବିବାଦଠୁ ବଞ୍ଚିକି ରହିବାକୁ ହେବ । ମନରେ ଚିନ୍ତା ରହିପାରେ । ପରିବାରରେ କଳହ ଲାଗିପାରେ ।
ସିଂହ ରାଶି : ଆପଣଙ୍କ ପାଇଁ ଗ୍ରହଣ ବହୁତ ଶୁଭ ରହିବାର ଅଛି । ଭୂମି, ଭବନ ସହ ଜଡିତ ମାମଲାର ସମାଧାନ ହେବ । ନୂଆ ବାହନ ବା ଘର କ୍ରୟ କରିପାରିବେ ।
କନ୍ୟା ରାଶି : ଏହି ସୂର୍ଯ୍ୟଗ୍ରହଣ ଆପଣଙ୍କ ପାଇଁ ଶୁଭ ରହିବ । ଆପଣଙ୍କୁ ପ୍ରତେକ କାମରେ ସଫଳତା ମିଳିବ । ଆତ୍ମବିଶ୍ବାସରେ ବୃଦ୍ଧି ହେବ ।
ତୁଳା ରାଶି : ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ଏହି ଗ୍ରହଣ ମିଶ୍ରିତ ରହିବ । ବାଦ ବିବାଦରୁ ବଞ୍ଚିକି ରୁହନ୍ତୁ । ବାହନ ଚଳାଇବା ସମୟରେ ସତର୍କ ରୁହନ୍ତୁ ।
ବିଛା ରାଶି : ଆପଣଙ୍କ ପାଇଁ ସୂର୍ଯ୍ୟଗ୍ରହଣ ଶୁଭ ରହିବାର ଅଛି । କାର୍ଯ୍ୟ କ୍ଷେତ୍ରରେ କଠିନ ସ୍ଥିତି ହୋଇପାରେ । ସ୍ୱାସ୍ଥ୍ୟ ଜନିତ ସମସ୍ଯା ଆପଣଙ୍କୁ ଚିନ୍ତାରେ ପକାଇପାରେ ।
ଧନୁ ରାଶି : ଏହି ସୂର୍ଯ୍ୟଗ୍ରହଣ ଆପଣଙ୍କ ପାଇଁ ଶୁଭ ନୁହେଁ । ଖର୍ଚ୍ଚ ବଢିପାରେ । ଧନର ହାନି ହୋଇପାରେ । ଯେଉଁ କାର୍ଯ୍ୟ କରିବେ ବିଚାର କରି କରନ୍ତୁ ।
ମକର ରାଶି : ଆପଣଙ୍କ ପାଇଁ ସୂର୍ଯ୍ୟଗ୍ରହଣ ଅତ୍ୟନ୍ତ ଶୁଭ ରହିବ । ଚାକିରି କରୁଥିଲେ ପଦୋନ୍ନତି ମିଳିବ । ବ୍ୟାପାରୀଙ୍କୁ ଉନ୍ନତି ହେବ । ପ୍ରତେକ କାମରେ ସଫଳତା ପ୍ରାପ୍ତ ହେବ ।
କୁମ୍ଭ ରାଶି : ଏହି ଗ୍ରହଣ ଆପଣଙ୍କ ପାଇଁ ଶୁଭ ଫଳଦାୟୀ ସାବ୍ୟସ୍ତ ହେବ । ଭୂମି, ବାହନ ସହ ଜଡିତ ମାମଲାର ସମାଧାନ ହେବ ।
ମୀନ ରାଶି : ଏହି ସୂର୍ଯ୍ୟଗ୍ରହଣ ଆପଣଙ୍କ ଉପରେ ଶୁଭ ପ୍ରଭାବ ପକାଇବ । ପ୍ରମୋଶନ ହେବା ସହ ବେତନ ବୃଦ୍ଧି ହୋଇପାରେ । ବନ୍ଧୁଗଣ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ଚ୍ୟାନେଲକୁ ଗୋଟେ ଲାଇକ କରନ୍ତୁ, ଧନ୍ୟବାଦ ।