ସୂର୍ଯ୍ୟପୁତ୍ର ଶନିଙ୍କର ପୂଜାରେ କରାଯାଇଥିବା ଏହି ଗୋଟିଏ ଭୁଲ, ପଡିପାରେ ଆପଣଙ୍କୁ ଭାରି, ଜାଣନ୍ତୁ କେଉଁ ସବୁ କଥା ପ୍ରତି ଦେବେ ଧ୍ୟାନ

ଯେତେବେଳେ ସୂର୍ଯ୍ୟପୁତ୍ର ଶନିଦେବଙ୍କର ନାମ ଆସିଥାଏ ସେତେବେଳେ ସମସ୍ତଙ୍କ ମନରେ ଡର ଆସିଯାଏ । କାରଣ ଶନିଦେବ ସବୁଠୁ କ୍ରୋଧିତ ଦେବତା ଅଟନ୍ତି । ସେଥିପାଇଁ ସମସ୍ତେ ଚେଷ୍ଟା କରିଥାନ୍ତି କି ଶନିଦେବଙ୍କୁ ତାଙ୍କ ଉପରେ ପ୍ରସନ୍ନ ରହିଥାନ୍ତୁ, ଏଥିପାଇଁ ଲୋକମାନେ ତାଙ୍କର ପୂଜା – ଅର୍ଚନା କରନ୍ତି । ଯଦି ଆପଣମାନେ ବି ଶନିଦେବଙ୍କର ପୂଜା ଅର୍ଚନା କରୁଛନ୍ତି ତେବେ କିଛି ମହତ୍ୱପୂର୍ଣ କଥାର ଧ୍ୟାନ ରଖିବା ବହୁତ ଜରୁରୀ ଅଟେ । ଯଦି ଆପଣ ଏହି କଥା ଗୁଡିକର ଧ୍ୟାନ ରଖିବେ ତେବେ ଆପଣ ଶନିଦେବଙ୍କର ଖରାପ ଦ୍ରୁଷ୍ଟି ପ୍ରଭାବରୁ ବଞ୍ଚି ପାରିବେ ।

ଶନିଦେବଙ୍କର ପୂଜା କରିବା ସମୟରେ ରଖନ୍ତୁ ଧ୍ୟାନ

·    ଯଦି ଆପଣ ଶନି ମହାରାଜାଙ୍କର ପୂଜା ଅର୍ଚନା କରୁଛନ୍ତି ତେବେ ସର୍ବେ ପ୍ରଥମେ ଆପଣ ଏହି କଥାର ଧ୍ୟାନ ରଖିବେ କି ଆପଣ କେଉଁ ଦିଗରେ ତାଙ୍କର ପୂଜା କରୁଛନ୍ତି ? କହିବାକୁ ଗଲେ ଶନିଙ୍କର ପୂଜା କରିବା ସ୍ମୟରେ ଆପଣଙ୍କର ମୁହଁ ପଶ୍ଚିମ ଦିଗ ଆଡକୁ ରହିବା ଉଚିତ ।

·    ଯଦି ଆପଣ ଶନିଦେବଙ୍କର ପୂଜାରେ ଭୋଗ ଅର୍ପଣ କରୁଛନ୍ତି ତେବେ ଆପଣ ସବୁବେଳେ କଳା ରାସୀର ଭୋଗ ଲଗାନ୍ତୁ । ଏହା ଦ୍ଵାରା ଜାତକରେ ପଡୁଥିବା ଗ୍ରହମାନଙ୍କର ଅଶୁଭ ପ୍ରଭାବ ଦୂର ହୋଇଯିବ ।

·    ଯେମିତି ଆପଣ ସମସ୍ତେ ଜାଣିଛନ୍ତି କି ଯଦି କୌଣସି ବ୍ୟକ୍ତି ଉପରେ ଶନି ମହାରାଜାଙ୍କର ଖରାପ ଦ୍ରୁଷ୍ଟି ପଡିଯାଏ ତେବେ ତାହାର ଜୀବନରେ ସମସ୍ୟା ଉତ୍ପନ୍ନ ହେବାକୁ ଲାଗିଥାଏ । ଏମିତିରେ ଯଦି ଆପଣ ଶନିଦେବଙ୍କର ପୂଜା କରୁଛନ୍ତି ତେବେ ଶନିଦେବଙ୍କର ସମକ୍ଷରେ ଛିଡା ହୋଇ ପୂଜା କରନ୍ତୁ ନାହିଁ । ଏହା ଛଡା ଶନିଦେବଙ୍କର ଆଖିକୁ କେବେ ବି ଦେଖନ୍ତୁ ନାହିଁ ।

·    ଆପଣ ଶନିଦେବଙ୍କର ପୂଜା କରିବା ସମୟରେ କେବେ ବି ଭୁଲରେ ବି ନାଲି ରଙ୍ଗଲର ଫୁଲ କିମ୍ବା ନାଲି ରଙ୍ଗର ସାମଗ୍ରୀର ବ୍ୟବହାର କରନ୍ତୁ ନାହିଁ ।

ଶନିଦେବଙ୍କୁ ସବୁବେଳେ ନ୍ୟାୟ ଦେବତା ବୋଲି କୁହାଯାଏ । ସେ ସବୁବେଳେ ବ୍ୟକ୍ତିମାନଙ୍କ ସହ ନ୍ୟାୟ କରିଥାନ୍ତି । ସେଥିପାଇଁ ତାଙ୍କର ପୂଜା ବିଧି ବିଶେଷ ରୂପରେ ସାବଧାନ ହୋଇ କରିବା ଉଚିତ । କାରଣ ଯଦି ଆପଣ ତାଙ୍କର ପୂଜାରେ କିଛି ବି ଭୁଲ କରି ଦେଇଛନ୍ତି ତେବେ ଆପଣଙ୍କୁ ଏହାର ପରିଣାମମ ଭୋଗିବାକୁ ପଡିବ । ଶନିଦେବଙ୍କର ପୂଜା କରିବା ଦ୍ଵାରା ଆପଣଙ୍କର ଜୀବନର ସମସ୍ତ କଷ୍ଟ ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *