ଦର୍ଶକ ବନ୍ଧୁ ଆପଣ ମାନେ ଓଲିଉଡ ଷ୍ଟାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଦମଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣିବାରେ ସଫଳ ହୋଇଛନ୍ତି । ଏମିତି ବଡ ବଡ କଳାକାର ମାନେ ଅଛନ୍ତି ଯେଉଁ ମାନେ ନିଜର ଅଭିନୟ ବ୍ଯତୀତ ଆକ୍ସନ, ଷ୍ଟାଇଲ ଆଉ ଲୁକ ପାଇଁ ବେଶ ଚର୍ଚ୍ଚା ରେ ରହିଥାନ୍ତି ସୋସିଆଲ ମିଡିଆରେ । ତେବେ ଆଜି ଆମେ ଆପଣଙ୍କୁ ଅଭିନେତା ବାବୁସାନ ମହାନ୍ତି ସୁସ୍ଥ ହେବା ପରେ ଭିଡିଓ ଜାରି କରି କଣ କହିଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।
ବନ୍ଧୁଗଣ ଆପଣ ମାନେ ସମସ୍ତେ ଅଭିନେତା ବାବୁସାନ ମହାନ୍ତି ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଓଡିଆ ଇଣ୍ଡଷ୍ଟ୍ରି କୁ ଅନେକ ସାରା ସୁପର ଦୁପର ଫିଲ୍ମ ଭେଟି ଦେଇଛନ୍ତି ଯାହାକୁ ଦର୍ଶକ ମାନେ ଖୁବ ପସନ୍ଦ କରିବା ସହ ତାଙ୍କୁ ବହୁତ ସାରା ଭଲ ପାଇବା ମଧ୍ୟ ଦେଇଛନ୍ତି । ତେବେ ଗତ କିଛି ଦିନ ତଳେ ବାବୁସାନ-ପ୍ରକୃତି-ତୃପ୍ତି ବିବାଦ କୁ ନେଇ ସାରା ରାଜ୍ୟ ରେ ଚାଞ୍ଚଲ୍ୟ କର ସ୍ଥିତି ଦେଖା ଯାଇଥିଲା ।
ଆଉ ବିବାଦ ଏତେ ବଢି ଯାଇଥିଲା କି ବାବୁସାନ ଙ୍କ ସ୍ତ୍ରୀ ତୃପ୍ତି ତାଙ୍କୁ ଛାଡି ନିଜ ବାପଘରେ ରହିଲେ । କିନ୍ତୁ ଏବେ ସବୁ କିଛି ଠିକ ହୋଇ ସାରିଛି । ତେବେ ସୁସ୍ଥ ହେବା ପରେ ଭିଡିଓ ଜାରି କରିଲେ ବାବୁସାନ । ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ସେ ଅସୁସ୍ଥ ହୋଇ ମେଡିକାଲ ରେ ଚିକିତ୍ସା ହେଉଥିଲେ । ସେ ନିଜର ଫିଲ୍ମ ଦମନ ର ପ୍ରମୋଶନ ପାଇଁ ଲଦାଖ ଯାଇଥିଲେ ଆଉ ସେଠାରେ ତାଙ୍କର ନିଶ୍ଵାସ ନେବାରେ ଅସୁବିଧା ହୋଇଥିଲା ଯାହା ପାଇଁ ସେ ମେଡିକାଲ ରେ ଭର୍ତ୍ତି ହୋଇଥିଲେ ।
ଏବେ କିନ୍ତୁ ସୁସ୍ଥ ହେବା ପରେ ସେ ଏକ ଗ୍ରାଣ୍ଡ ଓପନିଂ ରେ ଯାଏଁ କରିବାକୁ ଯାଉଛନ୍ତି ଓ ସେଠାରେ ନିଜ ଫ୍ୟାନ୍ସ ମାନଙ୍କୁ ଭେଟିବେ ବୋଲି ଏକ ଭିଡିଓ ଜାରି କରିଛନ୍ତି । ଆଉ ଅଭିନେତା ବାବୁସାନ ମହାନ୍ତି କହୁଛନ୍ତି ଜୟ ଜଗନ୍ନାଥ, ମୁଁ ଆପଣ ମାନଙ୍କ ପାଖକୁ ୪ ତାରିଖ । ରେଲୱେ ଷ୍ଟେସନ ବୋଟ ସିଟିକେଚୁନାଲ ରେଷ୍ଟୁରାଣ୍ଟ ସ୍କାଏଲାଉନ ର ଗ୍ରାଣ୍ଡ ଓପନିଙ୍ଗ ରେ ୫ଟା ବେଳେ ।
ମୁଁ ବହୁତ ଆଗ୍ରହୀ ଅଛି ଆପଣ ମାନଙ୍କୁ ଦେଖା କରିବାକୁ ଆସା କରୁଛୁ ଆପଣ ମାନେ ମଧ୍ୟ ଥିବେ । ନିଶ୍ଚୟ ଦେଖା ହେବ । ଏତିକି କହିଛନ୍ତି ବାବୁସାନ ନିଜ ଫ୍ୟାନ୍ସ ମାନଙ୍କୁ ଆଉ ଆସା କରୁଛନ୍ତି ତାଙ୍କୁ ଦେଖି ଫ୍ୟାନ୍ସ ମାନେ ବେଶ ଖୁସି ପ୍ରକାଶ କରିବେ । ବନ୍ଧୁଗଣ ଆପଣ ମାନଙ୍କୁ ବାବୁସାନ ଙ୍କ ଅଭିନୟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।