Chennaiରେ ଚିକିତ୍ସା ପାଉଥିବା Amrit ଏବେ କେମିତି ଅଛନ୍ତି? କଣ ସୁଧୁରିଲାଣି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା? ଦେଖନ୍ତୁ Video

ଆମେ ଆପଣଙ୍କୁ କିଛି ଦିନ ତଳେ ଅମ୍ରିତ ପ୍ରଧାନଙ୍କ ବିଷୟରେ କହିଥିଲୁ, ଯିଏକି ଚେନ୍ନାଇରେ ECMO ଟ୍ରିଟମେଣ୍ଟ ନେଉଛନ୍ତି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ସହ ଜଡିତ ଏକ ଖବର ସାମ୍ନାକୁ ଆସୁଛି । ଯେଉଁଥିରେ କୁହାଯାଉଛି କି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଧୀରେ ଧୀରେ ସୁଧାର ଆସିବାରେ ଲାଗିଛି । ତାଙ୍କର ଅମ୍ଳଜାନର ସ୍ତର ନିୟନ୍ତ୍ରଣରେ ଆସି ୮୫ ରୁ ୯୦ ମଧ୍ୟରେ ରହିଛି ।

କହିଦେଉଛୁ କି ଗତ ଦୁଇ ସପ୍ତାହ ହେବ ଅମ୍ରିତ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ECMO ଚିକିତ୍ସା ନେଉଛନ୍ତି । ସିଟି ସ୍କାନ ପରେ ତାଙ୍କର ଫୁସଫୁସ ଅଧିକ ସଂକ୍ରମଣ ହୋଇଥିବାରୁ ତାଙ୍କୁ ECMO ଚିକିତ୍ସା ଦିଆଯାଉଛି । କହିଦେଉଛୁ କି ଅମ୍ରିତ ପ୍ରଧାନ ଦୁଇ ଦିନ ହେବ ଭେଣ୍ଟିଲେଟରର ଆବଶ୍ୟକ କରୁ ନାହାନ୍ତି ଓ ୧୦୦ ପ୍ରତିଶତ ବଦଳରେ ବର୍ତ୍ତମାନ ଅମ୍ରିତ ପ୍ରଧାନଙ୍କୁ ୭୦ ପ୍ରତିଶତ ECMO ଟ୍ରିଟମେଣ୍ଟ ଦିଆଯାଉଛି ।

ଯାହାକି ତାଙ୍କ ପରିବାର ପାଇଁ ଅଳ୍ପ ଆଶ୍ଵସ୍ତି କର ଖବର ଅଟେ । ଅନ୍ୟ ପଟେ ବର୍ତ୍ତମାନ ଡାକ୍ତରମାନେ ତାଙ୍କୁ ଖାଦ୍ୟ ଦେବାକୁ ଚେଷ୍ଟା କରୁଛନ୍ତି । ଯଦି ଏହା ସଫଳ ହୁଏ ତେବେ ତାଙ୍କ ଶରୀରର ଖାଦ୍ୟ ନଲିରେ ଲାଗିଥିବା ଫୁଡ ଟ୍ୟୁବକୁ ହଟାଇ ଦିଆଯାଇ ପାରେ । ଜୁନ ୪ ରେ ଅମ୍ରିତ ପ୍ରଧାନଙ୍କୁ ଭୁବନେଶ୍ଵରର ଏମ୍ସ ହସ୍ପିଟାଲରୁ ଏୟାର ଆମ୍ବୁଲାନ୍ସ ସାହାର୍ଯ୍ୟରେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ECMO ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଅମ୍ରିତ ପ୍ରଧାନଙ୍କ ଘର ବ୍ରହ୍ମପୁରର ବାସୁଦେବ ନଗରରେ ।

ଯେତେବେଳେ ଅମ୍ରିତ ପ୍ରଧାନଙ୍କ ଦାଦା ସ୍ତତ୍ୟନାରାୟଣ ପ୍ରଧାନଙ୍କ ଠାରୁ ଅମ୍ରିତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପ୍ରଶ୍ନ କରାଗଲା ତେବେ ସେ କହିଲେ କି ବର୍ତ୍ତମାନ ଭେଣ୍ଟିଲେଟର ବାହାର କରି ଦିଆ ଯାଇଛି । ପୂର୍ବ ଅପେକ୍ଷା ସେ ଭଲ ଅଛନ୍ତି । ଅମ୍ରିତଙ୍କ ଦାଦାଙ୍କ ଅନୁସାରେ ଡାକ୍ତରଙ୍କ ଅନୁସାରେ ECMO ଟ୍ରିଟମେଣ୍ଟ ବହୁତ ହିଁ ଲମ୍ବା ପ୍ରକ୍ରିୟା ଅଟେ । ଏହା ସହିତ ECMOରେ ଧୀରେ ଧୀରେ ସୁଧାର ଆସିଥାଏ ।

ଆଗକୁ କହିଲେ କି ଡାକ୍ତରମାନେ ପ୍ରଥମେ ଆମକୁ ୧୫ ଦିନ ପାଇଁ ଏହି ଟ୍ରିଟମେଣ୍ଟ କରିବେ ବୋଲି କହିଥିଲେ କିନ୍ତୁ ବର୍ତ୍ତମାନ କହୁଛନ୍ତି କି ଏହି ଟ୍ରିଟମେଣ୍ଟ ଆହୁରି ୨ ମାସ ପର୍ଯ୍ୟନ୍ତ ଚାଲିପାରେ । ଡାକ୍ତରମାନେ ଆଜି ହିଁ ଅମ୍ରିତଙ୍କ ସିଟି ସ୍କାନ କରିଛନ୍ତି ଓ ସୋମବାର ଦିନ ଏହାର ରିପୋର୍ଟ ସେ ଦେବେ ବୋଲି କହିଛନ୍ତି । କହିଦେଉଛୁ କି ବର୍ତ୍ତମାନ ସମୟରେ ଅମ୍ରିତ ପ୍ରଧାନଙ୍କୁ ନାକ ବାଟେ ଖାଦ୍ୟ ଦିଆ ଯାଉଛି । କିନ୍ତୁ ଦୁଇ ଦିନ ପୂର୍ବରୁ ଦୁଇ ଥର ସକଳା ଓ ସନ୍ଧ୍ୟା ସମୟରେ କଷ୍ଟାର୍ଡ ଦିଆଯାଇଥିଲା ।

ଆମେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ କି ଅମ୍ରିତ ପ୍ରଧାନ ଜଲ୍ଦି ସୁସ୍ଥ ହୋଇ ଘରକୁ ଫେରି ଆସନ୍ତୁ । କହିଦେଉଛୁ କି ଅମ୍ରିତ ପ୍ରଧାନଙ୍କ ECMO ଚିକିତ୍ସା ପାଇଁ କୋଟି କୋଟି ଟଙ୍କାର ଆବଶ୍ୟକ ଥିଲା । ଏକ ସଂସ୍ଥା ତାଙ୍କୁ ଏହି ଟଙ୍କା ଯୋଗାଡ କରିବାରେ ସାହାର୍ଯ୍ୟ କରିଥିଲେ ଓ ଏହା ପରେ ହିଁ ଇସିଏମଓ ଚିକିତ୍ସା ପାଇଁ କଲିକତା ଯାଇଥିଲେ ।

Leave a Reply

Your email address will not be published. Required fields are marked *