ଚାଣକ୍ୟ ନୀତି: ପତି ପତ୍ନୀ ଭିତରେ କେବେ ହେବନି ଝଗଡ଼ା, ଯଦି ଏହି କଥା ପ୍ରତି ଦେବେ ଧ୍ୟାନ

ସୁଖୀ ବୈବାହିକ ଜୀବନ ବଞ୍ଚିବାକୁ ସବୁ ଦମ୍ପତ୍ତି କଳ୍ପନା କରିଥାନ୍ତି । କିନ୍ତୁ ଏହି ଭାଗ୍ୟ ସମସ୍ତଙ୍କୁ ମିଲେନି । ଯଦି ଚାଣକ୍ୟଙ୍କ କଥାକୁ ଜୀବନରେ ଗ୍ରହଣ କରିନେବା ତ ବୈବାହିକ ଜୀବନ ସୁଖୀ ଓ ସଫଳ ହୋଇପାରିବ ।  ଆଚାର୍ଯ୍ୟ ଚାଣକ୍ୟ ପତି ପତ୍ନୀ ସମ୍ପର୍କକୁ ନେଇ ନିଜ ଚାଣକ୍ୟ ନୀତିରେ ବହୁତ ଭଲ କଥା କହିଛନ୍ତି । ଏହି କଥାକୁ ଯଦି ମନିବେ ଜୀବନରେ ଖୁସି ହିଁ ଖୁସି ମିଳିବ । ଚାଣକ୍ୟଙ୍କ ଅନୁସାରେ ପତି ପତ୍ନୀର ସମ୍ପର୍କ ରେଶମୀ ଡୋର ଭଳି ହୋଇଥାଏ । ଏହାର ଭାଙ୍ଗିବାର କଳ୍ପନା କରିବା ଉଚିତ ନୁହେଁ ।

Image Courtesy: Google

କିନ୍ତୁ ଏଥିରେ ଗଣ୍ଠି ବି ପଡ଼ିବା ଉଚିତ୍ ନୁହେଁ । ଯେବେ ସମ୍ପର୍କରେ ଗଣ୍ଠି ପଡେ ସମ୍ପର୍କର ପବିତ୍ରତା କମ ହୋଇଯାଏ । ସେଥିପାଇଁ ସମ୍ପର୍କରେ ବିଶ୍ବାସ ଓ ସତ୍ୟତା ସେତିକି ରହିବା ଜରୁରି ଯେମିତି ମଣିଷ ଜୀବନରେ ପବନର ଆବଶ୍ୟକତା । ଚାଣକ୍ୟଙ୍କ ଏହି କଥା ଗ୍ରହଣ କରି ବୈବାହିକ ଜୀବନ ସୁଖଦ କରିହେବ ।

Image Courtesy: Google

ଜଣେ ଜଣକୁ ଠିକ୍ ସେ ଜାଣିବା ଓ ବୁଝିବା ଦରକାର:-

ସୁଖଦ ବୈବାହିକ ଜୀବନର ପ୍ରଥମ ସର୍ତ୍ତ ଏଇଆ କି ନିଜ ଜୀବନ ସାଥି କୁ ଭଲ ଭାବେ ବୁଝିବା । ଏମିତି ହେବା ଦ୍ଵାରା ଛୋଟ ଛୋଟ କଥାରେ ଭୁଲ୍ ବୁଝାମଣା ହେବନି । ସମ୍ପର୍କକୁ ମଜଭୁତ କରିବା ପାଇଁ ଜଣେ ଜଣକୁ ବୁଝିବା ବହୁତ ଆବଶ୍ୟକ । ନଚେତ ସବୁବେଳେ ଝଗଡା ହୋଇଥାଏ ।

Image Courtesy: Google

 

ଭଲପାଇବାରେ କମି କେବେ ବି ଆଣିବାକୁ ଦେବନି:-

ପ୍ରେମ ବହୁତ ପବିତ୍ର ଅଟେ । ଏହାର ପବିତ୍ରତାକୁ ଯିଏ ଅନୁଭବ କରିଛି ତ ଜୀବନ ସୁଖ ଶାନ୍ତି ରେ ଭାରିଯାଏ । ପ୍ରେମରେ ସମ୍ପର୍କ ମଜଭୁତ ଓ ପରିପକ୍ୱତା ଆସିଥାଏ । ପତି ପତ୍ନୀ ର ସମ୍ପର୍କ ଏମିତି ହୋଇଥାଏ କି ଯେଉଁଥିରେ ସବୁ ସଂପର୍କର ସମାବେଶ ହୋଇଥାଏ । ଏଥିପାଇଁ କିଛି ବି ବିଷୟରେ ତର୍କ ବିତର୍କ କର , କିନ୍ତୁ ଜଣେ ଜଣଙ୍କ ସମ୍ମାନ ର ଧ୍ୟାନ ରଖନ୍ତୁ । ଏହି କଥାର ପୁରା ଧ୍ୟାନ ରଖିବା ଯେ କଥା ବାର୍ତ୍ତା ବେଳେ ଅଯଥା ଝଗଡ଼ା କରିବା ଉଚିତ୍ ନୁହେଁ । ଏହା ବହୁତ ଖରାପ ଅଟେ ।

Image Courtesy: Google

ସବୁ ଛୋଟ ବଡ଼ କଥାରେ ଭରପୁର ଆନନ୍ଦ ଉଠାନ୍ତୁ:-

ଖୁସିର ସମ୍ପର୍କ ଆମ ସ୍ଥିତିରେ ନଥାଏ ଏହାର ସମ୍ପର୍କ ମନର ସ୍ଥିତି ଉପରେ ନିର୍ଭର କରେ । କୌଣସିି ଭି ପରିସ୍ଥିତିରେ ଧନ ଥାଉକି ନଥାଉ ,ଯେତେବେଳେ ଖୁସି ଆସୁଚି ତାକୁ ମୋତି ଭଳିଆ ସାଉଁଟି ରଖନ୍ତୁ । ଜୀବନ ଏଇ ଛୋଟ ଛୋଟ ଖୁସିରେ ଥାଏ । ସବୁ ପରିସ୍ଥିତିରେ ଖୁସି ରହିବାକୁ ଚେଷ୍ଟା କର ଓ ଜଣେ ଆଉ ଜଣଙ୍କର ତାକତ ହୁଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *