ବିବାହ ବନ୍ଧନ ବହୁତ ପବିତ୍ର ବନ୍ଧନ ହୋଇଥାଏ, ତେବେ ଦୁଇ ଲୋକ ଏକାଠି ରହିଲେ ମତ ଭେଦ ହବା ସ୍ଵାଭାବିକ ହୋଇଥାଏ କିନ୍ତୁ କିଛି ଘରେ ଏହି କଳହ ଦିନକୁ ଦିନ ବଢି ବଢି ଚାଲିଥାଏ ତେବେ ଜୀବନରେ ଯଦି କଳହ ଅଧିକ ହୋଇଥାଏ ତେବେ ଜୀବନ ଶାନ୍ତି ପଳାଇଥାଏ ଏହି ଭଳି କେତେକ ଘରେ ହୋଇଥାଏ ଆଉ ଉପାୟ ନଜାଣିବାରୁ ତାଙ୍କ ଘର ମଧ୍ୟ ଭାଙ୍ଗି ଯାଇଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା କରିବା ଦ୍ଵାରା ଘର କଳହ ଦୂର ହୋଇଥାଏ ଆଉ ଆପଣଙ୍କୁ ଜୀବନରେ ସୁଖ ସମୟ ଆସିଥାଏ ।
୧. ଶାସ୍ତ୍ର ଅନୁଯାଇ ଯେଉଁ ଘରେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ସବୁବେଳେ କଳି ଝଗଡା ହୋଇଥାଏ ସେହି ଘର ଲୋକଙ୍କୁ ପୁର୍ଣିମା ଦିନ ସକାଳ ଅମୃତ ବେଳାରେ ଗାଧୋଇ ଆମ୍ବ ପତ୍ର ତୋଳି ଆଣିବା ଉଚିତ ଏହା ପରେ ଆମ୍ବ ପତ୍ର ମାଳ ବଣାଇ ଘର ମୁଖ୍ୟ କବାଟ ଉପରେ ଟାଙ୍ଗୀ ଦିଅନ୍ତୁ କିଛି ଦିନ ପରେ ଏହା ସୁଖୀ ଗଲେ ଏହାକୁ ପାଣିରେ ବିସର୍ଜନ କରି ଦିଅନ୍ତୁ ଏହି ଭଳି କିଛି ପୁର୍ଣିମା କରନ୍ତୁ ଦେଖିବେ ଆପଣଙ୍କୁ ବହୁତ ଶୁଭ ଫଳ ମିଳିବ ।
୨. ତେବେ ଯେଉଁ ଘରେ ଗୃହ କଳେଶ ଅଧିକ ବଢି ଯାଇଥାଏ ସେହି ଘର ଲୋକଙ୍କୁ ପୂଜା କରିବା ପରେ ସବୁ ରୁମରେ ଯାଇ ଶଙ୍ଖ ବଜାଇବା ଉଚିତ ଏହା ଦ୍ଵାରା ଆପଣଙ୍କ ଘରୁ ନକାରାତ୍ମକ ଊର୍ଜା ବାହାରିଥାଏ ଆଉ ଆପଣଙ୍କୁ ମନ ଶାନ୍ତି ମିଳିଥାଏ, ଏହା ଛଡା ମାତା ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଉପରେ ନିଜ କୃପା କରିଥାନ୍ତି ।
୩. ଆପଣଙ୍କ ଘରେ କଞ୍ଚା ହଳଦୀ ଥିବ ଆପଣ ତାକୁ ବାଟି ସେଥିରୁ ମୁଖ୍ୟ କବାଟରେ ଓଁ ଲେଖନ୍ତୁ, ଏହା ଦ୍ଵାରା ନକାରାତ୍ମକ ଊର୍ଜା ଆପଣଙ୍କ ଘରେ ନା ବାସ କରି ପାରିବେ ଆଉ ନା ଆପଣଙ୍କ ଘର ଭିତରକୁ ପ୍ରବେଶ ପାଇବେ । ତେବେ ଏହି ଉପାୟ ଆପଣ ଭଲ ଶୁଭ ଦିନରେ କରନ୍ତୁ ଆଉ ସକାଳେ ପୂଜା କରିବା ପରେ କରନ୍ତୁ ଶୁଭ ଫଳ ମିଳିବ ।
୪. ଯଦି ଆପଣଙ୍କ ଘରେ ବହୁତ ସମୟ ଧରି ଭଙ୍ଗା ଜିନିଷ ପଡି ରହିଛି ତେବେ ଆପଣଙ୍କୁ ସାବଧାନ ରହିବା ଉଚିତ ଆଉ ଏହି ଜିନିଷ କବାଡି ନଚେତ ଅଳିଆବାଲାକୁ ଦବା ଉଚିତ କାହିଁକିନା ଭଙ୍ଗା ପୁରୁଣା ଜିନିଷ ଦ୍ଵାରା ଆପଣଙ୍କ ଘରକୁ ନକାରାତ୍ମକ ଶକ୍ତି ଆସିଥାଏ ଆଉ ଏହା ଆପଣଙ୍କ ଜୀବନରେ ବହୁତ କିଛି ଖରାପ କରିଥାଏ ସେଥିପାଇଁ ବଞ୍ଚି ରହିବା ଉଚିତ ହୋଇଥାଏ ।