ବିବାହର ମାସେ ପରେ ସ୍ଵାମୀର ଅବସ୍ଥା ଗୁରୁତ୍ଵର, ବିକଳ ହୋଇ କଣ କହୁଛି ସ୍ତ୍ରୀ ଦେଖନ୍ତୁ ଭିଡିଓ…

ଏହି ଦୁନିଆରେ ସବୁ ମହିଳାଙ୍କର ସ୍ଵପ୍ନ ଥାଏ କି ସେମାନେ ବିବାହ କରି ନିଜ ସ୍ଵାମୀଙ୍କ ସହ ହସ ଖୁସିରେ ଦିନ କାଟିବେ । ଏକ ସୁଖୀ ପରିବାର ଗଠନ କରିବେ । ଏଥିପାଇଁ ମହିଳାମାନେ ବେଳେ ବେଳେ ନିଜର କ୍ୟାରିୟର ବିଷୟରେ ବି ଚିନ୍ତା କରନ୍ତି ନାହିଁ । ଏହା ସହିତ ବିବାହ ପରେ ସ୍ଵାମୀ ହିଁ ତାଙ୍କ ପାଇଁ ସବୁ କିଛି ଭାବି ନିଜର ଜୀବନ ଅତି ବାହିତ କରି ଦିଅନ୍ତି ।

ଆମର ଭାରତୀୟ ମହିଳାମାନେ ବିବାହ ପରେ ତାଙ୍କ ପାଇଁ ସ୍ଵାମୀ ହିଁ ଦୁନିଆ ଅଟେ ମାନି ଚଳନ୍ତି । ପରିବାର ଓ ସ୍ଵାମୀ ପାଇଁ ସେମାନେ ସମସ୍ତ ବାଧା ବିଘ୍ନ ପାର କରି ଦିଅନ୍ତି । ଝିଅର ଯେତେବେଳେ ବିବାହ ଠିକ ହୋଇଥାଏ ତେବେ ସେହି ସମୟରେ ଝିଅର ପିତା ପୁଅ ଘର ବିଷୟରେ ଓ ପୁଅ ବିଷୟରେ ସମସ୍ତ ସୂଚନା ହାସଲ କରି ନିଅନ୍ତି । ଯାହା ଦ୍ଵାରା ତାଙ୍କ ଝିଅକୁ କୌଣସି ବି ପ୍ରକାରର ଅସୁବିଧାର ସାମ୍ନା କରିବାକୁ ନ ପଡେ ।

କିନ୍ତୁ ଏହି ସବୁ ସତ୍ବେ ବି ଯଦି ବିବାହ ପରେ ଝିଅ କିମ୍ବା ପୁଅର କୌଣସି ବି ପ୍ରକାରର ଅସୁବିଧା ହୁଏ ତେବେ ଏଥିପାଇଁ ସେମାନଙ୍କର ଭାଗ୍ୟ ହିଁ ଦାୟୀ ଅଟେ । ଆଜି ଆମେ ଆପଣଙ୍କୁ ଏହିଭଳି କିଛି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ । କହିବାକୁ ଗଲେ ବାଲେଶ୍ଵର ଜିଲ୍ଲାର ଏକ ଅଞ୍ଚଳରେ ମୌସମୀ ମହାନ୍ତି ଓ ଅଭିଷେକ ମହାପାତ୍ରଙ୍କ ବାହାଘର ଠିକ ହୋଇଥିଲା । ବାହାଘର ବି ବହୁତ ଧୁମଧାମରେ ହୋଇଥିଲା । ହସ ଖୁସିରେ ଓ ବିନା କୌଣସି ବାଧା ବିଘ୍ନରେ ଦୁଇ ଜଣଙ୍କ ବାହାଘର ସମାପ୍ତ ହୋଇଥିଲା ।

ଉଭୟ ପକ୍ଷ ଏହି ବାହାଘରକୁ ନେଇ ବହୁତ ଖୁସି ମଧ୍ୟ ଥିଲେ । ଆପଣ ବାହାଘରର କିଛି ଫଟୋ ବି ଦେଖି ପାରିବେ । ଯେଉଁଥିରେ ମୌସମୀ ମହାନ୍ତି ଓ ଅଭିଷେକ ମହାପାତ୍ର ବହୁତ ଖୁସି ନଜର ଆସୁଛନ୍ତି । ଫଟୋରେ ଦୁଇ ଜଣ ପରସ୍ପରକୁ କେକ ଖୁଆଇ ଦେଉଛନ୍ତି ତ ଅନ୍ୟ ଏକ ଫଟୋରେ ଦୁହେଁ ଦୁହିଁଙ୍କୁ ମୁଦି ପିନ୍ଧାଇ ଦେଉଛନ୍ତି । ସାତ ଜନ୍ମ ପର୍ଯ୍ୟନ୍ତ ପରସ୍ପରର ସାଥ ଦେବେ ବୋଲି ପ୍ରତିଜ୍ଞା ବି କରିଥିଲେ ।

କିନ୍ତୁ ଭାଗ୍ୟର ଖେଳ ଦେଖନ୍ତୁ ବାହାଘରର ମାସ ଯାଇ ନାହିଁ କି ମୌସମୀ ମହାନ୍ତିଙ୍କ ସ୍ଵାମୀ ଅଭିଷେକ ମହାପାତ୍ର ବର୍ତ୍ତମାନ ସମୟରେ ଭୁବନେଶ୍ଵରର କଳିଙ୍ଗ ହସ୍ପିଟାଲରେ ECMO Treatment ପାଇଁ ICUରେ ଭର୍ତ୍ତି ହୋଇଛନ୍ତି । ଏହା ପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ବି ପ୍ରକାରର ଚେଞ୍ଜେସ ନ ଆସିବା କାରଣରୁ କଲିକତା ନେଇ ଯିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି । କିନ୍ତୁ ଏହି ଟ୍ରୀଟମେନ୍ଟ ପାଇଁ ୧ କୋଟି ଟଙ୍କାରୁ ବି ଉର୍ଦ୍ଧ ଟଙ୍କା ଲାଗି ପାରେ । ଏହି ଦମ୍ପତ୍ତିଙ୍କ ଆର୍ଥିକ ଅବସ୍ଥା ବିଶେଷ କିଛି ଭଲ ନୁହେଁ ।

ସେଥିପାଇଁ ନିଜ ସ୍ଵାମୀଙ୍କୁ ବଞ୍ଚାଇବା ପାଇଁ ମୌସମୀ ମହାନ୍ତି ଏକ ଭିଡିଓ ମାଧ୍ୟମରେ ନିଜର ସମସ୍ୟା ଓ ତାଙ୍କୁ କିଛି ଆର୍ଥିକ ସାହାର୍ଯ୍ୟ କରିବା ପାଇଁ ସମସ୍ତଙ୍କୁ ଗୁହାରି କରୁଛନ୍ତି । ଏମିତିରେ ଆପଣଙ୍କ ନିକଟରେ ଆମେ ଅନୁରୋଧ କରୁଛି କି ଆପଣ ନିଜର ସକ୍ଷମତା ଅନୁସାରେ ଏହି ଦମ୍ପତ୍ତିକୁ ସାହାର୍ଯ୍ୟ କରନ୍ତୁ ଓ ଅନ୍ୟ ସମସ୍ତଙ୍କୁ ବି କିଛି କିଛି ସାହାର୍ଯ୍ୟ କରିବା ପାଇଁ କୁହନ୍ତୁ । ଆମେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ କି ମୌସମୀ ମହାନ୍ତିଙ୍କ ସ୍ଵାମୀ ଶୀଘ୍ର ସୁସ୍ଥ ହୋଇ ନିଜ ଘର ଓ ସ୍ତ୍ରୀ ନିକଟକୁ ଫେରି ଆସନ୍ତୁ ।

Leave a Reply

Your email address will not be published. Required fields are marked *