ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ବହୁ ଚର୍ଚ୍ଚିତ ବ୍ରଂହପୁର ସହରରେ ତପସ୍ଵୀନୀଙ୍କ ଭଳି ନିଜର ସ୍ବାମୀଙ୍କ ହକ ପାଇବା ପାଇଁ ପ୍ରେମିକ ଦିନେଶଙ୍କ ଘର ଆଗରେ ଦୀର୍ଘ ୭ ଦିନ ହେବ ଧାରଣା ଦେଇ ବସିଛନ୍ତି ପ୍ରେମିକା ଦୀପିକା । ତେବେ ଦିନେଶ ଓ ଦୀପିକାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଆଉ ଦୁହିଙ୍କର ପ୍ରେମ ସମ୍ପର୍କ ଏତେ ଆଗକୁ ବଢିଥିଲା ଯେ ଦୀପିକା ଗୋଟେ ଛୁଆକୁ ଜନ୍ମ ଦେଇଛନ୍ତି । କିନ୍ତୁ ଏବେ ଦିନେଶ ଦୀପିକା ଓ ତାଙ୍କ ଛୁଆକୁ ସ୍ଵୀକାର କରିବାକୁ ମନା କରି ଦେଇଛନ୍ତି ଯାହାର ପ୍ରତିବାଦ କରି ଦୀପିକା ଦିନେଶଙ୍କ ଘରେ ଆଗରେ ବସିଛନ୍ତି ।
ତେବେ ଦୀପିକା ଏ ନେଇ କହିଛନ୍ତି ଯଦି ପ୍ରେମ କରି ଏବେ ଧୋକା କଣ ପାଇଁ ଦେଉଛ, ଯଦି ସେହି ଟାଇପର ଝିଅ ଦରକାର ଥିଲା ତେବେ ଅନ୍ୟ ସମାଜରେ ମିଳୁଛନ୍ତି ନା ସେମିତି ଝିଅ ଦେଖି ଟାଇମ ପାସ କରିଥାନ୍ତେ କଣ ଝିଅ ମାନଙ୍କୁ ବିଶ୍ଵାସ ଦେଖାଇ ପରେ ଧୋକା ଦେଉଛନ୍ତି । ଆଗକୁ ଦୀପିକା କହିଛନ୍ତି ଗତ କାଲି ପ୍ରମିଳା ତ୍ରିପାଠୀ ତାଙ୍କ ପାଇଁ ବାଉଁଶ ଆଣି ପାଲ ପକାଇବା ସହ ପ୍ଳେଟ ଆଣି ନାଳରେ ପକାଇଛନ୍ତି ।
ତେବେ ପ୍ରମିଳା ମା ତାଙ୍କର ଦୁଖ ସହି ନ ପାରି ତାଙ୍କୁ ସାହାଜ୍ୟ କରିବା ପାଇଁ ଆସିଛନ୍ତି ଆଉ ସେ ପ୍ରମିଳା ମା ଙ୍କୁ ଜାଣି ନାହାନ୍ତି କି ପ୍ରମିଳା ମା ମଧ୍ୟ ତାଙ୍କୁ ଜାଣି ନାହାନ୍ତି ବୋଲି ଦୀପିକା କହିଛନ୍ତି । ଯଦିଓ ତାଙ୍କ ସ୍ଵାମୀ ଶ୍ଵଶୁର ଶାଶୁ ସମସ୍ତେ ଅଛନ୍ତି କିନ୍ତୁ ସେମାନଙ୍କ ଉପରେ କିଛି ବି ଫରକ ପଡୁ ନାହି । ଆଜି ପ୍ରମିଳା ମା ଙ୍କ କାରଣରୁ ଆଜି ସେ ସୁରକ୍ଷିତ ଭାବେ ତାଙ୍କୁ ବସିବା ପାଇଁ ସ୍ଥାନ ଦେଇଛନ୍ତି ବୋଲି ଦୀପିକା କହିଛନ୍ତି ।
ତାଙ୍କ ଝିଅ ମାତ୍ର ୧୯ ମାସର ଆଉ ସେ ଦୀପିକାଙ୍କ ମା ଙ୍କ ପାଖରେ ଅଛି ଆଉ ଦୀପିକା ଭିଡିଓ କଲ କରି ନିଜ ଛୁଆକୁ ବୁଝାଇଛନ୍ତି । ନାହି ନ ଥିବା ଅସୁବିଧାର ସମୁଖୀନ ନ ହେଉଛନ୍ତି ଏଇ ବର୍ଷାରେ ବୋଲି ଦୀପିକା କହିଛନ୍ତି । ଗୋଟେ କଦଳୀ ବାଲା ଝିଅ ସହ ଦିନେଶର ବାହାଘର କରିବା ପାଇଁ ତାଙ୍କ ପରିବାର ସ୍ଥିର କରିଛନ୍ତି ।
ଏ ସବୁ ପରେ ବି ଦିନେଶ କେଉଁଠି ଅଛନ୍ତି କଣ ପାଇଁ ସାମନାକୁ ଆସୁ ନାହାନ୍ତି ବୋଲି ଦୀପିକା କହିଛନ୍ତି । ମୋର ଯଦି କଣ ହେଲା ତାହା ପାଇଁ କିଏ ଦାୟୀ ହେବ ବୋଲି ଦୀପିକା କହିଛନ୍ତି । ଦିନେଶ ଆସି ସ୍ତ୍ରୀର ମର୍ଯ୍ୟାଦା ଦିଅ କଣ ପାଇଁ ମୋତେ ଏତେ ହଇରାଣ କରୁଛ ବୋଲି ଗଣ ମାଧ୍ୟମ ଆଗରେ ଦିନେଶଙ୍କୁ କହୁଛନ୍ତି ଦୀପିକା ।
ଶାଶୁଘର ଲୋକେ ସବୁ ଜାଣି ମଧ୍ୟ ଦୀପିକାଙ୍କୁ ଘରୁ ବାହାର କରି ଦେଇଛନ୍ତି ଯାହା ପାଇଁ ସେ ରାସ୍ତାରେ ବସିଛନ୍ତି । ପିଲା ଛୁଆ କରି କଣ ପାଇଁ ଝିଅ ମନାଙ୍କୁ ଧୋକା ଦେଉଛନ୍ତି ବୋଲି ଦୀପିକା ମତ ଦେଇଛନ୍ତି । ବନ୍ଧୁଗଣ ଆପଣଙ୍କ ମତରେ ଦୀପିକା ଦିନେଶଙ୍କୁ ଯେଉଁ ଭଳି ଜବାବ ଦେଇଛନ୍ତି ତାହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।