ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି କ-ରୋ-ନାର ଦ୍ଵିତୀୟ ଲହରୀ ଆମ ଦେଶରେ ଆରମ୍ଭ ହୋଇ ଯାଇଛି । ଚାରିଆଡେ ହାହାକାର ଓ ଅଭାବ ଦେଖା ଯାଉଛି ।
ସବୁଦିନ କୌଣସି ନା କୌଣସି ପରିବାର ସଦସ୍ୟ ନିଜର ଆ-ତ୍ମୀୟଙ୍କୁ ହରାଉଛନ୍ତି । କିନ୍ତୁ ଏହି ସମୟରେ କେତେକ ଅବିବେକୀ ଲୋକ ଅଛନ୍ତି ଯେଉଁମାନେ କି କିଛି ଲୋକମାନଙ୍କୁ ଅସୁବିଧାରେ ପଡି ଥିବାର ଦେଖି ତାଙ୍କର ଫାଇଦା ଉଠାଇବାର ଲାଗିଛନ୍ତି ଓ ନି-ଷ୍ଠୁ-ର-ତା-ର ସବୁ ସୀମା ପାର କରି ଦେଉଛନ୍ତି । କହିବାକୁ ଗଲେ ବିହାରର ଭାଗଲପୁରରେ ଏକ ପ୍ରାଇଭେଟ ହସ୍ପିଟାଲରେ ଜଣେ ମହିଳା କୋ-ବି-ଡ ପଜିଟିବ ନିଜର ସ୍ଵାମୀର ଜୀବନ ବଞ୍ଚାଇବା ପାଇଁ ହସ୍ପିଟାଲ କର୍ମଚାରୀର ଅ-ଭ-ଦ୍ରା-ମିକୁ ଚୁପଚାପ ସହି ଯାଇଛି ।
କିନ୍ତୁ ଶେଷରେ ତାଙ୍କ ସ୍ଵାମୀ ଜୀବନର ଏହି ଯୁଧ୍ୟକୁ ହାରି ଗଲେ ଓ ନିଜର ସ୍ତ୍ରୀକୁ ଏକୁଟିଆ ଛାଡି ଆର ପାରିକୁ ଚାଲି ଗଲେ । ସୂଚନା ଅନୁସାରେ ମାର୍ଚ୍ଚ ମାସରେ ଉଭୟ ସ୍ଵାମୀ ସ୍ତ୍ରୀ ହୋଲି ପାଳନ କରିବା ପାଇଁ ନୋଏଡାରୁ ବିହାର ଆସିଥିଲେ । କିନ୍ତୁ ହଠାତ ଏପ୍ରିଲ ୧୧ରେ ତାଙ୍କ ସ୍ଵାମୀ ଅସୁସ୍ଥ ହୋଇଗଲେ । ସେ ତାଙ୍କ ସ୍ଵାମୀଙ୍କୁ ନେଇ ଡାକ୍ତରଙ୍କ ପାଖକୁ ଗଲେ ଓ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ତାଙ୍କର ସ୍ଵାମୀଙ୍କର କ-ରୋ-ନା ଟେଷ୍ଟ କରାଇଲେ ଓ ଦୁଇ ଥର କ-ରୋ-ନା ଟେଷ୍ଟ କରିବା ପରେ ତାଙ୍କ ସ୍ଵାମୀଙ୍କର ରିପୋର୍ଟ ନେଗେଟିବ ଆସିଥିଲେ ।
କିନ୍ତୁ ସ୍ଵାମୀର ସ୍ୱାସ୍ଥ୍ୟ ଅସୁସ୍ଥ ରହିବା କାରଣରୁ ସ୍ତ୍ରୀ ଜଣକ ନୋଏଡାର ଜଣେ ଡାକ୍ତରଙ୍କ ପରାମର୍ଶ ନେଇ ସେ ନିଜ ସ୍ଵାମୀଙ୍କର ସିଟି ସ୍କାନ କରାଇଲେ ଯାହା ପରେ ଜଣା ପଡିଲା କି ତାଙ୍କ ସ୍ଵାମୀଙ୍କ ଫୁସଫୁସ ସଂ-କ୍ର-ମି-ତ ହୋଇ ଯାଇଛି । ଠିକ ଗୋଟିଏ ଦିନ ପରେ ତାଙ୍କ ସ୍ଵାମୀ ଓ ତାଙ୍କ ମା ଭାଗଲପୁରର ଗ୍ଲୋକାଲ ହସ୍ପିଟାଲେ ଆଡମିସନ ହୋଇଥିଲେ । କିନ୍ତୁ ହସ୍ପିଟାଲରେ ତାଙ୍କ ସ୍ଵାମୀ ଓ ତାଙ୍କ ମାଙ୍କୁ ଭଲ ଟ୍ରିଟମେଣ୍ଟ ମିଳୁ ନଥିଲା । ତାଙ୍କୁ ସଠିକ ସମୟରେ ଔଷଧ ବି ଦିଆ ଯାଉ ନ ଥିଲା ।
ଅନ୍ୟ ପଟେ ହସ୍ପିଟାଲର କର୍ମଚାରୀମାନେ ବି ମହିଳାକୁ ତାଙ୍କ ସ୍ଵାମୀ ଓ ମାଙ୍କ ପାଖରେ ଯିବାକୁ ଦେଉ ନ ଥିଲେ । ନିଜର ସ୍ଵାମୀ ଓ ମାଙ୍କୁ ଭଲ ଟ୍ରିଟମେଣ୍ଟ ଦେବା ପାଇଁ ଓ ତାଙ୍କ ସହ ଦେଖା କରିବା ପାଇଁ ହସ୍ପିଟାଲର କର୍ମଚାରୀ ଜ୍ୟୋତିକୁମାରକୁ ମହିଳା ଜଣକ ଅନୁରୋଧ କରିଥିଲେ । ଜ୍ୟୋତିକୁମାର ମହିଳା ଜଣକକୁ ତାଙ୍କ ସ୍ଵାମୀଙ୍କୁ ଦୂରରୁ ଦେଖା କରିବା ପାଇଁ ଅନୁମତି ଦେଲେ । କିନ୍ତୁ ଯେତେବେଳେ ମହିଳା ଜଣକ ନିଜ ସ୍ଵାମୀଙ୍କ ସହ କଥା ହେଉଥିଲେ ତେବେ ସେହି ସମୟରେ ଜ୍ୟୋତିକୁମାର ସେହି ମହିଳାର ଓଢଣିକୁ ଟାଣି ନେଇ ଥିଲା ଓ ମହିଳା ସହିତ ଅ-ଶ୍ଳୀ-ଳ ବ୍ୟବାହାର କରିବାକୁ ଲାଗିଲା ।
ସବୁଠୁ ବଡ ଦୁଃଖର କଥା ଏହା ଅଟେ କି ନିଜ ଆଖି ସାମ୍ନାରେ ସ୍ତ୍ରୀ ସହ ହେଉଥିବା ଏହି ବ୍ୟବହାରକୁ ଦେଖି ମଧ୍ୟ ସ୍ଵାମୀ କିଛି ବି କରି ପାରୁ ନ ଥିଲା । କିନ୍ତୁ ରୋ-ଗି-ଣା ମା ଏହାକୁ ଦେଖି ଧୀରେ ଧୀରେ ସମସ୍ତଙ୍କୁ ଡାକିବାକୁ ଚେଷ୍ଟା କରିଲେ ଯେଉଁ କାରଣରୁ ମହିଳା ଜଣକ ବଞ୍ଚି ଗଲେ । ହସ୍ପିଟାଲ କର୍ମଚାରୀ ଯଦି ତାଙ୍କର ସ୍ଵାମୀ ଓ ମାଙ୍କୁ ମା-ରି-ଦେ-ବେ ଏହା ଚିନ୍ତା କରି ମହିଳା ଜଣକ ଏହା ବିଷୟରେ କାହାକୁ ବି କିଛି କହିଲେ ନାହିଁ ।
କେବଳ ଏତିକି ନୁହେଁ ମହିଳା ଜଣକ ଏହା ବି କହିଛନ୍ତି କି ହସ୍ପିଟାଲରେ ଅକ୍ସିଜେନକୁ ବ୍ଲାକ କରି ତାକୁ ବାହାରେ ୫୦ ହଜାର ଟଙ୍କାରେ ବିକ୍ରି କରି ଦେଉଛନ୍ତି । କର୍ମଚାରୀମାନେ ରୋ-ଗୀଙ୍କ ଦେଖାଶୁଣାରେ ଅବହେଲା କରୁଥିବାରୁ କେତେକ ରୋ-ଗୀଙ୍କ ଜୀବନ ମଧ୍ୟ ଚାଲି ଯାଉଛି । ମହିଳା ଜଣକ ଆଗକୁ କହିଲେ କି ଡିୟୁଟି ସମୟରେ କିଛି କର୍ମଚାରୀ ମୋବାଇଲରେ ଭିଡିଓ ଦେଖୁଛନ୍ତି ଓ ରୋ-ଗୀ ପଛେ ମ-ରିଯାଉ ତାଙ୍କୁ କିଛି ଫରକ ପଡେ ନାହିଁ ।
ତାଙ୍କ ସ୍ଵାମୀ ଯେତେବେଳେ ପାଣି ମାଗିଥିଲେ ତେବେ କେହି ବି ତାଙ୍କୁ ପାଣି ଦେଇ ନ ଥିଲେ ବୋଲି ମହିଳା ଜଣକ ଅଭିଯୋଗ କରିଥିଲେ । କିନ୍ତୁ ଏତେ ସବୁ ଅ-ତ୍ୟା-ଚା-ର ସହିବା ସତ୍ବେ ଯେତେବେଳେ ତାଙ୍କ ସ୍ଵାମୀଙ୍କ ନି-ଧ-ନ ହୋଇଗଲା ତେବେ ଶେଷରେ ମହିଳା ଜଣକ ନିଜ ପ୍ରତି ହୋଇଥିବା ସମସ୍ତ ଘଟଣାକୁ ମିଡିଆ ସାମ୍ନାରେ ଉଜାଗର କରିଲେ । ସେ କହିଲେ କି କ-ରୋ-ନାରେ ତାଙ୍କ ସ୍ଵାମୀଙ୍କ ନିଧନ ହୋଇ ନାହିଁ, ହସ୍ପିଟାଲର ଅବହେଲା ଯୋଗୁ ତାଙ୍କ ସ୍ଵାମୀଙ୍କ ନିଧନ ହୋଇଛି ।