ମହିଳା ମାନଙ୍କୁ ଘରର ଲକ୍ଷ୍ମୀ କୁହା ଯାଇଥାଏ ଆଉ ଯେଉଁ ଘରେ ମହିଳାଙ୍କ ମାନ ସମ୍ମାନ କରା ଯାଇ ନଥାଏ ସେହି ଘରେ ମାତା ଲକ୍ଷ୍ମୀ କେବେ ବାସ କରନ୍ତି ନାହିଁ । ଶାସ୍ତ୍ର ଅନୁଯାଇ ମହିଳାଙ୍କ ଭିତରେ କିଛି ଭଲ ଆଉ କିଛି ଖରାପ ଗୁଣ ରହିଥାଏ ତେବେ ଭଲ ଗୁଣ ମାତା ଲକ୍ଷ୍ମୀଙ୍କ ଗୁଣ ହୋଇଥାଏ ଆଉ ଖରାପ ଗୁଣ ଦାରିଦ୍ରତା ର । ତେବେ କଣ ଆପଣ ଜାଣିଛନ୍ତି ଯେଉଁ ସ୍ତ୍ରୀ ନିଜ ସ୍ଵାମୀ ପାଇଁ ଲକ୍ଷ୍ମୀ ହୋଇଥାଏ ସେହି ସ୍ତ୍ରୀ କିଛି ଭୁଲ କାମ କରିବା ଦ୍ଵାରା ତାଙ୍କ ଘର ଉଧାରୀରେ ବୁଡି ଯାଇଥାଏ, ତେବେ ଆସନ୍ତୁ କେଉଁ କାମ କରିବା ଦ୍ଵାରା ସ୍ଵାମୀ ଭିକାରି ହୋଇଥାନ୍ତି ।
୧. ଶାସ୍ତ୍ର ଅନୁଯାଇ ଅନ୍ନ ମାତାଙ୍କ ସବୁଠାରୁ ଉତ୍ତମ ଜିନିଷ ଅଟେ ତେବେ ଯେଉଁ ସ୍ତ୍ରୀ ଖାଇଲା ବେଳେ ଗୋଡ ହଲାଇଥାଏ ସେହି ସ୍ତ୍ରୀ ର ସ୍ଵାମୀ କେବେ ଉନ୍ନତି କରି ପାରିନଥାନ୍ତି ଆଉ ଡିଆଙ୍କୁ ଦିନ ତାଙ୍କ ଘର ପରିସ୍ଥିତି ଆହୁରି ଖରାପ ହୋଇଥାଏ । ତେବେ ମହିଳାଙ୍କୁ କେବେ ବି ଏହି ଭଳି କାମ କରିବା ଉଚିତ ନୁହଁ ଆଉ ଭୁଲରେ ବି ଅନ୍ନ ଅପମାନ କରନ୍ତୁ ନାହିଁ ଯେତେ ରାଗିଥିଲେ ମଧ୍ୟ ଅନ୍ନ ଅପମାନ ଆପଣଙ୍କୁ ବହୁତ ମହଙ୍ଗା ପଡି ପାରେ ।
୨. ଯେଉଁ ଘରେ ଝାଡୁ ଅପମାନ ହୋଇଥାଏ ସେହି ଘରେ ମାତା ଲକ୍ଷ୍ମୀ କେବେ ବାସ କରନ୍ତି ନାହିଁ ତେବେ ଝାଡୁ ଅପମାନ ଅର୍ଥ ଝାଡୁକୁ ଗୋଇଠା ଲଗାଇବା ବା ଝାଡୁକୁ ଅନାବାସ୍ୟକ ଜିନିଷ ଭଳି ଫିଙ୍ଗି ଦବା ନଚେତ ଯେଉଁ ଘରେ ସ୍ତ୍ରୀ ଝାଡୁ ଦ୍ଵାରା କାହାକୁ ମା-ରି-ଥାନ୍ତି ତେବେ ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ ।
୩. ଯେଉଁ ଘରେ ରୋଷେଇ ପରେ ଅଇଁଠା ବାସନ ଚୁଲ୍ହି ଉପରେ ଥୋଇ ସ୍ତ୍ରୀ ସୋଇଥାନ୍ତି ସେହି ଘରୁ ମାତା ଲକ୍ଷ୍ମୀ ଆଉ ଅନ୍ନପୂର୍ଣା ଦୁହେଁ ଘର ଛାଡି ଯାଇଥାନ୍ତି ସେଥିପାଇଁ ଅଇଁଠା ବାସନ କେବେ ସେମିତି ରଖନ୍ତୁ ନାହିଁ ।
୪. ଯେଉଁ ଘରର ଦୁଆର ବନ୍ଧ ଉପରେ ବସି ମହିଳା ମାନେ କାମ କରନ୍ତି ସେହି ଘରର ସୁଖ ଶାନ୍ତି ଘରୁ ଚାଲି ଯାଇଥାଏ ଆଉ ଘର କେବଳ ନକାରାତ୍ମକ ଊର୍ଜା ଦ୍ଵାରା ଭର୍ତି ହୋଇଥାଏ । ଯଦି ଆପଣ ମଧ୍ୟ ଏହି ଭଳି କରନ୍ତି ତେବେ ଆଜି ଠାରୁ ନିଜ ଅଭ୍ୟାସ ବଦଳି ଦିଅନ୍ତୁ ।