ଏହି ସମ୍ପ୍ରଦାୟର ମହିଳାମାନେ ସ୍ୱାମୀ ଥାଇ ବିଧବା ଅଟନ୍ତି, ଏକ ଏଭଳି ଅଜବ ପରମ୍ପରା ବିଷୟରେ ଜାଣି ଆପଣଙ୍କ ହୋସ ଉଡିଯିବ

ହିନ୍ଦୁ ଧର୍ମର ମହିଳାମାନେ ସ୍ଵାମୀଙ୍କର ଦୀର୍ଘାୟୁ ଓ ସୁସ୍ଥ ଜୀବନ ପାଇଁ ସେପ୍ଟେମ୍ବର ୯ରେ ହରତାଲିକା ବ୍ରତ ରଖି ଥାନ୍ତି । ଏହି ଦିନ ମହିଳାମାନେ ଉପାସ ମଧ୍ୟ ରଖନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ମହିଳାମାନଙ୍କ ବିଷୟରେ କହିବୁ ଯେଉଁମାନେ ବିବାହ କରିବା ସତ୍ବେ ବି ବିଧବା ମହିଳାଙ୍କ ଭଳି ନିଜର ଜୀବନ ଜାପାନ କରୁଛନ୍ତି । ଆମେ ଆପଣଙ୍କୁ ଗଜବାହା ନାମକ ଏକ ସମ୍ପ୍ରଦାୟର ମହିଳାମାନଙ୍କ ବିଷୟରେ କହିବାକୁ ଯାଉଚୁ ।

ଏହି ସମ୍ପ୍ରଦାୟର ସମସ୍ତ ନିୟମକୁ ଏହି ମହିଳାମାନେ ବର୍ଷ ବର୍ଷ ଧରି ମାନି ଆସୁଛନ୍ତି । କୁହାଯାଏ କି ଗଜବାହା ସମ୍ପ୍ରଦାୟର ବିବାହିତ ମହିଳାମାନେ ନିଜ ସ୍ଵାମୀଙ୍କ ଦୀର୍ଘାୟୁ ପାଇଁ ବିଧବା ହୋଇ ଯାଆନ୍ତି । ଏହି ସମ୍ପ୍ରଦାୟର ଲୋକମାନେ ଉତ୍ତରପ୍ରଦେଶର ପୂର୍ବାଞ୍ଚଳରେ ବସବାସ କରନ୍ତି ।

ଏହି ସମ୍ପ୍ରଦାୟର ଲୋକମାନେ ତାଡି ନାମକ ଏକ ପାନୀୟ ପଦାର୍ଥ ପ୍ରସ୍ତୁତ କରନ୍ତି । ଏହି ସମ୍ପ୍ରଦାୟର ପୁରୁଷମାନେ ୫ ମାସ ଧରି ଖଜୁରୀ ଗଛରୁ ତାଡି ବାହାର କରନ୍ତି । ଏହି ସମୟରେ ହିଁ ସେହି ସମସ୍ତ ପୁରୁଷମାନଙ୍କର ସ୍ତ୍ରୀମାନେ ନା ହିଁ ସିନ୍ଦୁର ପିନ୍ଧନ୍ତି ଓ ନା ହିଁ କୌଣସି ପ୍ରକାରର ଶୃଙ୍ଗାର କରନ୍ତି । ଏତିକି ନୁହେଁ ଏହି ସମୟରେ ମହିଳାମାନେ ବିଧବା ମହିଳାଙ୍କ ଭଳି ଜୀବନ ଜାପନ କରି ଅଲଗା ରୁହନ୍ତି । ଗଛବାହା ସମ୍ପ୍ରଦାୟର କୁଳଦେବୀ ହେଉଛନ୍ତି ମାତା ତରକୁଲହା ।

ଯେଉଁ ସମୟରେ ପୁରୁଷମାନେ ଖଜୁରୀ ଗଛରୁ ତାଡି ବାହାର କରିବାର କାମ କରନ୍ତି ସେହି ସମୟରେ ତାଙ୍କର ସ୍ତ୍ରୀମାନେ ଶଙ୍ଖା, ସିନ୍ଦୁର ଓ ନିଜର ଅନ୍ୟ ସମସ୍ତ ଶୃଙ୍ଗାର ଜିନିଷକୁ ତରକୁଲହା ମାତାଙ୍କ ମନ୍ଦିରରେ ରଖି ଦେଇ ଆସନ୍ତି । ଏହି ମନ୍ଦିର ଉତ୍ତର ପ୍ରଦେଶର ପୂର୍ବାଞ୍ଚଳରେ ଗୋରଖପୁର ଜିଲ୍ଲାରେ ଅବସ୍ଥିତ । ବହୁତ ମାସ ପର୍ଯ୍ୟନ୍ତ ବିଧବାଙ୍କ ଭଳି ଜୀବନ ଜାପାନ କରିବା ପରେ ଏହି ସମସ୍ତ ମହିଳାମାନେ ଶ୍ରାବଣ ମାସରେ ପଡୁଥିବା ନାଗପଞ୍ଚମୀ ଦିନ ତରକୁଲହା ମନ୍ଦିରରେ ପ୍ରାର୍ଥନା କରନ୍ତି ଓ ନିଜ ମୁଣ୍ଡରେ ସିନ୍ଦୁର ପିନ୍ଧିଥାନ୍ତି ।

ଏହା ସହିତ ସମ୍ପ୍ରଦାୟର ଲୋକମାନେ ନିଜ ନିଜ ସାମର୍ଥ୍ୟ ଅନୁଯାୟୀ ମନ୍ଦିରରେ ପଶୁ ବଳି ଦିଅନ୍ତି । କୁହାଯାଏ କି ତାଡି ବାହାର କରୁଥିବା ଗଛ ଗୁଡିକ ପ୍ରାୟତଃ ୫୦ ୫୦ ଫୁଟର ହୋଇଥାଏ । ତାଡି ବାହାର କରିବା ସମୟରେ ଅଳ୍ପ ଭୁଲ ଓ ଜୀବନ ମଧ୍ୟ ଯାଇ ପାରେ । ଉତ୍ତର ପ୍ରଦେଶର ପୂର୍ବାଞ୍ଚଳରେ ଅଧିକ ମାତ୍ରାରେ ତାଡି ସେବନ କରାଯାଏ । ଏମିତିରେ ଏହି ସମ୍ପ୍ରଦାୟର ଏହିଭଳି ପରମ୍ପରା ସମସ୍ତଙ୍କୁ ଏହି ସମ୍ପ୍ରଦାୟ ପ୍ରତି ଦ୍ରୁଷ୍ଟି ଆକର୍ଷଣ କରିଥାଏ ।

Leave a Reply

Your email address will not be published. Required fields are marked *