ସ୍ଵପ୍ନରେ ଦେଖିଲେ ନିଜ ବିବାହ ମିଳିଥାଏ ଏହି ସଂକେତ- Shakuna Shastra

ପ୍ରତେକ ବ୍ୟକ୍ତି ରାତିରେ ଶୋଇବା ସମୟରେ ସ୍ଵପ୍ନ ଦେଖିଥାଏ । ଏହା ସାଧାରଣ କଥା ଅଟେ । କିନ୍ତୁ ସ୍ଵପ୍ନରେ ଏମିତି କିଛି ଭୟାନକ ଘଟଣା ଦେଖିବା ବା କାହାର ବିବାହ ହେଉଥିବା ଦେଖିବା ଏହାର କିଛି ଅର୍ଥ ରହିଛି ସ୍ଵପ୍ନ ଶାସ୍ତ୍ରରେ ବର୍ଣ୍ଣିତ ଆସି । ସ୍ଵପ୍ନ ଶାସ୍ତ୍ର ଅନୁଯାୟୀ ନିଜର ବିବାହ ବା ଅନ୍ୟ କାହାର ବିବାହ ସ୍ଵପ୍ନରେ ଦେଖିବା ଶୁଭ ଓ ଅଶୁଭ ଭଳି ସଂକେତ ଦେଇଥାଏ । ଯଦି କୌଣସି ବ୍ୟକ୍ତି ବିବାହିତ ହୋଇ ମଧ୍ୟ ନିଜ ବିବାହର ସ୍ଵପ୍ନ ଦେଖିଥାନ୍ତି ଏହା ଅଶୁଭ ହୋଇଥାଏ ।

ଏହାର ପରିଣାମ ଦାଂପତ୍ଯ ଜୀବନରେ ସମସ୍ଯା ଆସିଥାଏ । ଜ୍ଯୋତିଷ ଅନୁସାରେ ଏପରି ସ୍ଵପ୍ନ ଆସିଲେ ବ୍ୟକ୍ତିର ମୃତ୍ୟୁ ହୋଇଥାଏ ବା ଗମ୍ଭୀର ରୋଗରେ ପୀଡିତ ହୋଇଥାଏ । ଯଦି କୌଣସି ଅବିବାହିତ ପୁରୁଷ ବିବାହ ସ୍ଵପ୍ନ ଦେଖିଥାନ୍ତି ତେବେ ତାଙ୍କ ବିବାହରେ ବିଳମ୍ବ ହେବର ସୂଚନା ମିଳିଥାଏ । ଯଦି କୌଣସି ବ୍ୟକ୍ତି ନିଜ ସ୍ଵପ୍ନରେ ନିଜର ନିର୍ବନ୍ଧ ଦେଖିଥାଏ ତେବେ ତାହା ବିଳମ୍ବ ହୋଇଥାଏ ।

ଯଦି କୌଣସି ଅବିବାହିତ ପୁରୁଷ ଲୁଚି କରି ବିବାହ କରିବାର ସ୍ଵପ୍ନ ଦେଖିଥାଏ ତେବେ ତାର ଦାଂପତ୍ଯ ଜୀବନରେ ମନୋମାଳିନ୍ୟ ହେବାର ସଂକେତ ମିଳିଥାଏ । ଯଦି ସ୍ଵପ୍ନରେ ଅନ୍ୟ କାହାର ବିବାହ ହେବାର ଦେଖନ୍ତି ତେବେ ଭବିଷ୍ୟତରେ ଆପଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାର ସଙ୍କେତ ମିଳିଥାଏ । ଯଦି କୌଣସି ନାରୀ ବା ପୁରୁଷ ବିବାହରେ ପଣ୍ଡିତଙ୍କ ସ୍ଵପ୍ନ ଦେଖନ୍ତି ତେବେ ଏହା ଶୁଭ ହୋଇଥାଏ । ଆପଣଙ୍କ ଜୀବନରେ ଉନ୍ନତି ଆସିବା ସହ ଉଚ୍ଚ ପଦର ସଂକେତ ମିଳିଥାଏ ।

ସମୁଦ୍ର ଶାସ୍ତ୍ରରେ ନିଜର ବିବାହ ବା ଅନ୍ୟର ବିବାହ ସ୍ଵପ୍ନରେ ଦେଖିଲେ ଆପଣଙ୍କ ଜୀବନରେ ନୂଆ ଆରମ୍ଭ ହେବାର ସଂକେତ ମିଳିଥାଏ । ଯଦି କୌଣସି ନାରୀ ସ୍ଵପ୍ନରେ ନିଜର ବିବାହର ମୁଦି ହଜିବା ପରେ ପାଇବାର ସ୍ଵପ୍ନ ଦେଖିଥାଏ ତେବେ ସେହି ନାରୀ ଯାହାକୁ ପ୍ରେମ କରୁଥିବେ ତାଙ୍କ ସହ ବିବାହ ହେବାର ସଂକେତ ମିଳିଥାଏ । ବ୍ୟକ୍ତି ସ୍ଵପ୍ନରେ କନ୍ୟାକୁ ପୁଷ୍ପମାଳା ନେଇ ତା ଆଗକୁ ଆସିବାର ସ୍ଵପ୍ନରେ ଦେଖିଥାଏ ତେବେ ଶୁଭ ସଂକେତ ହୋଇଥାଏ ।

ଯାହା ବ୍ଯକ୍ତିର ବ୍ଯବସାୟିକ ଜୀବନରେ ସଫଳତା ମିଳିବାର ସଂକେତ ମିଳିଥାଏ । କୌଣସି ବ୍ୟକ୍ତି ନିଜ ବିବାହରେ ନିଜକୁ କୁମଙ୍କୁମ ଲଗାଇବାର ସ୍ଵପ୍ନ ଦେଖିଥାଏ ଏହା ଶୁଭ ସଂକେତ ହୋଇଥାଏ । ଏହି ସ୍ଵପ୍ନ ରୋଗୀ ଦେଖିଲେ ନିରୋଗୀ ହୋଇଯାଏ । କୌଣସି ସୁସ୍ଥ ବ୍ୟକ୍ତି ଏହି ସ୍ଵପ୍ନ ଦେଖିଲେ ତାର ସ୍ୱାସ୍ଥ୍ୟରେ ଅଧିକ ଉନ୍ନତି ହୋଇଥାଏ ।

ସ୍ଵପ୍ନରେ କନ୍ୟା ବର ବରମାଳା ପିନ୍ଧାଉଥିବା ବା ସାତ ଫେରା ନେବା ବା ବିବାହ ସହ ଜଡିତ ସାମଗ୍ରୀ ଦେଖିବା ବା ବରଯାତ୍ରୀ ଦେଖିବା ବା ବର କନ୍ୟା ପରସ୍ପରକୁ ଆଙ୍ଗୁଠି ପିନ୍ଧାଉଥିବାର ଦେଖିଲେ ଅଶୁଭ ହୋଇଥାଏ । ଯାହା ଆପଣଙ୍କ ଜୀବନରେ ଖରାପ ସମୟ ବା ଦାଂପତ୍ଯ ଜୀବନରେ ସମସ୍ୟା ଆସିବାର ସୂଚନା ମିଳିଥାଏ । ବିବାହ ମଣ୍ଡପ, ଭାଇ ଭଉଣୀଙ୍କ ବିବାହ, ପ୍ରେମୀ ଯୁଗଳଙ୍କ ବିବାହ ସ୍ଵପ୍ନରେ ଦେଖିଲେ ବିବାହ ଓ ସୁଖ ସମୃଦ୍ଧି ଆସିବାର ସଂକେତ ମିଳିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *