ଆପଣ ମାନେ ସମସ୍ତେ କେବେ ନା କେବେ ସ୍ଵପ୍ନ ଦେଖୁଥିବେ ତେବେ ସ୍ଵପ୍ନ ଦେଖିବା ଅର୍ଥ ମଣିଷ ଗଭୀର ନିଦରେ ସୋଇଥାନ୍ତି । କଣ ଆପଣ ଜାଣିଛନ୍ତି କେଉଁ ଲୋକଙ୍କୁ ଅଧିକ ସ୍ଵପ୍ନ ଆସିଥାଏ ଯଦି ଆପଣ ଜାଣି ନାହାନ୍ତି ତେବେ ଜାଣି ରଖନ୍ତୁ, ଯେଉଁ ବ୍ୟକ୍ତି କୌଣସି କଥା ଉପରେ ଅତ୍ୟଧିକ ବିଚାର କରିଥାଏ, ଯେଉଁ ବ୍ୟକ୍ତି ଅଧିକ ଭାଉକ ହୋଇଥାଏ ଆଉ ଯେଉଁ ଲୋକଙ୍କ ହାତ ଲକିର ବହୁତ ଅଧିକ ହୋଇଥାଏ ସେହି ଲୋକଙ୍କୁ ଅଧିକ ସ୍ଵପ୍ନ ଆସିଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ସ୍ଵପ୍ନରେ ଭଗବାନ ବା ଦେବୀ ଦେବତାଙ୍କୁ ଦେଖିବାର ଅର୍ଥ କଂବ ହୋଇଥାଏ ।
କଣ ଆପଣ ଜାଣିଛନ୍ତି ଯେ କେଉଁ ସମୟରେ ଦେଖା ହୋଇଥିବା ସ୍ଵପ୍ନ ଅର୍ଥ କେଏନ ହୋଇଥାଏ ଆଉ ସ୍ଵପ୍ନ କେତେ ଭାଗରେ ବିଭାଜିତ ଅଛନ୍ତି ତେବେ ଶାସ୍ତ୍ର ଅନୁଯାଇ ସ୍ଵପ୍ନ 3 ଭାଗରେ ବଣ୍ଟା ହୋଇଛନ୍ତି ୧୦ଟାରୁ ୧୨ଟାରେ ଦେଖା ହୋଇଥିବା ସ୍ଵପ୍ନ ଆପଣ ଦିନ ସାରା ଯାହା କାମ କରିଛନ୍ତି ଆଉ ଯେଉଁ ଚିନ୍ତା ଆପଣଙ୍କ ମନରେ ରହିଥାଏ ତାହା ଅନୁଯାଇ ଆସିଥାଏ ଆଉ ଏହାର କିଛି ଅର୍ଥ ନଥାଏ ସେଥିପାଇଁ ଏହା ବିଷୟରେ ଅଧିକ ଭାବି ଚିନ୍ତା କରନ୍ତୁ ନାହିଁ ।
ତେବେ ୧୨ରୁ ୩ ଭିତରେ ଆପଣ ଯେଉଁ ସ୍ଵପ୍ନ ଦେଖିଥାନ୍ତି ତାହା ପୂର୍ବ ପୁରୁଷ ବା ଆପଣଙ୍କ ଇଷ୍ଟ ଦେବଙ୍କ ତରଫରୁ ଗୋଟେ ସଙ୍କେତ ହୋଇଥାଏ ଯାହା ଆପଣଙ୍କୁ ବୁଝିବାକୁ ପଡିଥାଏ । ତେବେ ୩ରୁ ସକାଳ ଭିତରେ ଆପଣଙ୍କୁ ଯେଉଁ ସ୍ଵପ୍ନ ଆସିଥାଏ ତାହା ସତ ହବାର ପୂର୍ଣ୍ଣ ସମ୍ଭାବନା ହୋଇଥାଏ ସେଥିପାଇଁ ସକାଳେ ଦେଖିଥିବା ସ୍ଵପ୍ନ ଉପରେ ଆପଣଙ୍କୁ ବିଶେଷ ରୂପରେ ଧ୍ୟାନ ଦବାକୁ ହବ । ଯଦି ଆପଣ ଭାଗତବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ କୌଣସି ଅବତାର ନିଜ ସ୍ଵପ୍ନରେ ଦେଖନ୍ତି ।
ଏହାର ଅର୍ଥ ଆପଣଙ୍କ ଜୀବନରେ ବହୁତ ଶୀଘ୍ର ସବୁ ଜିନିଷ ବଦଳିବାକୁ ଯାଉଛି ଆପଣ ନିଜ ଜୀବନରେ ଧନ ଧାନ୍ୟ ପ୍ରାପ୍ତ କରିବେ ଆଉ ଯେଉଁ କାର୍ଯ୍ୟ ବହୁତ ସମୟ ଧରି ଅଟକି ଯାଇଥିଲା ତାହା ମଧ୍ୟ ବହୁତ ଶୀଘ୍ର ପୂର୍ଣ୍ଣ ହବାକୁ ଯାଉଛି । ତେବେ ଯଦି ଭଗବାନ କୃଷ୍ଣଙ୍କୁ ଆପଣ ନିଜ ସ୍ଵପ୍ନରେ ଦେଖନ୍ତି ତେବେ ଏହାର ଅର୍ଥ ଆପଣଙ୍କୁ ପ୍ରେମ ସମ୍ବନ୍ଧରେ ସୁଖ ମିଳିବାକୁ ଯାଉଛି ଆଉ ସନ୍ତାନ ସୁଖ ମଧ୍ୟ ଶୀଘ୍ର ପ୍ରାପ୍ତି ହବାକୁ ଯାଉଛି, ତେବେ ଯେଉଁ ଲୋକଙ୍କ ସ୍ଵପ୍ନରେ ଭଗବାନ ଶିବ ଆସିଥାନ୍ତି ଏହାର ଅର୍ଥ ଆପଣଙ୍କ ଧାର୍ମିକ ଆଉ ଭାଟି ଭାବରେ ଆଗେଇ ଯାଉଛନ୍ତି ଆଉ ଏହା ଆପଣଙ୍କ ମନକୁ ଶାନ୍ତି ପ୍ରଦାନ କରିବ ।