ବଲୀଉଡ ଓ ଟିଭି ଜଗତ ଏମିତି ଗୋଟେ ଦୁନିଆ ଯେଉଁଠାରେ ଯାହାକୁ କାମ ମିଳିଥାଏ ସେ ବହୁତ ବଡ ବ୍ୟକ୍ତି ହୋଇଥାଏ କିନ୍ତୁ ଯାହା ପାଖରେ କାମ ନଥାଏ ସେ ଯେତେ ସୁନ୍ଦର ଯେତେ ଭଲ କଳାକାର ହେଲେ ମଧ୍ୟ ତାଙ୍କର କିଛି ମାନ ସମ୍ମାନ ହୋଇ ନଥାଏ । ତେବେ ଏହି ଦୁନିଆରେ କାମକୁ ଭଗବାନ କୁହନ୍ତି ଓ ଦର୍ଶକ ଯାହାକୁ ପସନ୍ଦ କରନ୍ତି ସେହି କଳାକାର ବହୁତ ଶୀଘ୍ର ସଫଳତା ପାଇଥାନ୍ତି ଓ ଯାହାକୁ ଦର୍ଶକ ପସନ୍ଦ କରନ୍ତି ନାହିଁ ତାଙ୍କୁ କାମ ମଧ୍ୟ ମିଳିବା ବନ୍ଦ ହୋଇଥାଏ ।
ତେବେ କଲର୍ସ ଟିଭିରେ ଗୋଟେ ସିରିଏଲ ପ୍ରସାରିତ ହଉଥିଲା ଯାହା ନାମ ଥିଲା ସ୍ବରାଗିନୀ ଏହି ସିରିଏଲରେ କାମ କରୁଥିବା କଳାକାର ଆଜି କଣ କରୁଛନ୍ତି ଆସନ୍ତୁ ଜାଣିବା ।
୧. ପରିନିତା ବୋ ଠାକୁର :
ଏହି ସିରିଏଲରେ ସ୍ବରା ମୁଖ୍ୟ ଅଭିନେତ୍ରୀ ମା ଅଭିନୟ ପାଇଁ ପରିନିତା ଅଭିନୟ କରୁଥିଲେ ତାଙ୍କ ବୟସ ଅନୁଯାଇ ତାଙ୍କ ସୁନ୍ଦରତା ବହୁତ ଅଟେ । ତାଙ୍କର ଜନ୍ମ ୧୯୮୭ରେ ହୋଇଥିଲା ବରତମାନରେ ସେ ୩୩ ବର୍ଷ ର ହୋଇଯାଇଛନ୍ତି । ତାଙ୍କର ଗୋଟେ ପୁଅ ମଧ୍ୟ ଅଛି ଓ ତାଙ୍କ ସ୍ବାମୀଙ୍କ ନାମ ଗୌତମ ଚୌଧୁରୀ ଅଟେ ।
୨. ସଚିନ ତ୍ୟାଗୀ :
ସଚିନ ତ୍ୟାଗୀଙ୍କୁ ଆପଣ ମାନେ ରାଗିନୀଙ୍କ ପିତା ଅଭିନୟରେ ଦେଖିବାକୁ ପାଇଥିବେ, ତେବେ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସେ । ତାଙ୍କ ଜନ୍ମ ମୁମ୍ବାଇରେ ହୋଇଥିଲା ଓ ତାଙ୍କର ପାଠ ମଧ୍ୟ ମୁମ୍ବାଇରେ ସାରିଛି, ତେବେ ସେ ରକ୍ଷ୍ୟନ୍ଦା ଖାନ ସହ ବିବାହ କରିଥିଲେ । ବର୍ତମାନରେ ତାଙ୍କର ଗୋଟେ ଝିଅ ମଧ୍ୟ ଅଛନ୍ତି ଯାହାଙ୍କ ନାମ ଅନ୍ୟା ତ୍ୟାଗୀ ଅଟେ ।
୩. ଅଲ୍କା :
ଅଲ୍କା ସ୍ଵରା ଓ ରାଗିନୀଙ୍କ ଜେଜେମା ଭାବରେ ଅଭିଣାୟ କରିଥିଲେ ଓ ଦର୍ଶକ ମାନେ ତାଙ୍କ ନେଗେଟିବ ରୋଲକୁ ବହୁତ ପସନ୍ଦ ମଧ୍ୟ କରିଥିଲେ । ତାଙ୍କ ଜନ୍ମ ୧୯୬୯ରେ ଦିଲ୍ଲୀରେ ହୋଇଥିଲା ତାଙ୍କ ସ୍ବାମୀଙ୍କ ନାମ ରବି କୋଶଲ ଅଟେ ଓ ତାଙ୍କର ଗୋଟେ ଝିଅ ମଧ୍ୟ ଅଛି ।

୪. ବରୁଣ କପୁର :
ଆପଣ ମାନେ ସ୍ବରାଗିନୀ ସିରିଏଲ ମୁଖ୍ୟ ଅଭିନେତା ରୂପରେ ବରୁଣକୁ ଦେଖିବାକୁ ପାଇଥିବେ ବରୁଣ ରାଗିନୀ ସ୍ଵାମୀ ଭାବରେ କାମ କରିଥିଲେ ତାଙ୍କ ଅଭିନୟ ଓ ଯୋଡି ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା । ଆରମ୍ଭରେ ବରୁଣ ରାଗିନୀକୁ ଭଲ ପାଉ ନଥିଲେ କିନ୍ତୁ ପରେ ତାଙ୍କୁ ରାଗିନୀ ବହୁତ ପସନ୍ଦ ଆସିଥିଲେ ତେବେ ସିରିଏଲ କାହାଣୀ କିଛି ଏହି ଭଳି ଥିଲା ।