ସ୍ଵାର୍ଥୀ ଲୋକଙ୍କ ସହ କେମିତି ବ୍ୟବହାର କରିବା ଉଚିତ ? Krishna Vani

ଦୁନିଆରେ ବହୁତ ପ୍ରକାର ବ୍ୟକ୍ତି ଅଟନ୍ତି ଓ ଯେତେ ଲୋକ ସେତେ ପ୍ରକାର ସ୍ଵଭାବ ମଧ୍ୟ ହୋଇଥାଏ । ସମସ୍ତେ ନିଜ ଚିନ୍ତା ଧାରା ଅନୁଯାଇ ନିଜ ଜୀବନ ବଞ୍ଚିବାକୁ ଚେଷ୍ଟା କରନ୍ତି, ତେବେ ନିଜ ପାଇଁ ଓ ନିଜ ପରିବାର ସୁଖ ପାଇଁ ଆପଣ ଯାହା କରନ୍ତି ତାହା ସେ ପର୍ଯ୍ୟନ୍ତ ଉଚିତ ହୋଇଥାଏ ଯେଉଁ ପର୍ଯ୍ୟନ୍ତ ଆପଣ ନିଜ କାର୍ଯ୍ୟ ଦ୍ଵାରା ଅନ୍ୟ ମନରେ କଷ୍ଟ ଦେଇ ନଥାନ୍ତି ଯେତେବେଳେ ଆପଣ ଅନ୍ୟ ମନରେ କଷ୍ଟ ଦିଅନ୍ତି ସେତେବେଳେ ଆପଣଙ୍କ କର୍ମ ପାପ ହୋଇଯାଇଥାଏ ।

ତେବେ ଆଜି ଆମେ ଆପଣଙ୍କୁ ଏହା କହିବାକୁ ଯାଉଛୁ ଯେ ସ୍ଵାର୍ଥୀ ମଣିଷ ସହ କେମିତି ବ୍ୟବହାର କରିବା ଉଚିତ ।

Image Courtesy: Google

ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ସବୁ ପ୍ରକାର ବ୍ୟକ୍ତି ସହ ଆପଣ ରହି ପାରନ୍ତି କିନ୍ତୁ ସ୍ଵାର୍ଥୀ ଲୋକଙ୍କ ସହ ଆପଣ କେବେ ରହି ପାରିବେ ନାହିଁ କାହିଁକିନା ସ୍ଵାର୍ଥୀ ମଣିଷ ନିଜ ସ୍ଵାର୍ଥ ପାଇଁ କିଛି ବି କରି ପାରନ୍ତି । ତେବେ ନିଜ ସ୍ଵାର୍ଥ ପାଇଁ ସେ ଆପଣଙ୍କୁ ମଧ୍ୟ ବ୍ୟବହାର କରିବା ଆଗରୁ ଚିନ୍ତା କରିବେ ତାଙ୍କ ପାଇଁ ସମ୍ପର୍କ, ମୋହ ସବୁଠାରୁ ବଡ ତାଙ୍କ ନିଜ ସ୍ଵାର୍ଥ ହୋଇଥାଏ । ଏମିତି ଲୋକଙ୍କୁ ଭରସା କରି ତାଙ୍କୁ ନିଜ ଜୀବନ ସବୁଠାରୁ ମହତ୍ଵପୂର୍ଣ୍ଣ ଜାଗା ଦବା ଉଚିତ ନୁହ ।

Image Courtesy: Google

ଯେତେବେଳେ ଆପଣଙ୍କୁ ସାହାଜ୍ଯ ଆବଶ୍ୟକ ଥିବ ବା କେବଳ ତାଙ୍କର ଉପସ୍ଥିତି ଦରକାର ଥିବ ସେତେବେଳେ ସେ ନଥିବେ କିନ୍ତୁ ଯେତେବେଳେ ତାଙ୍କୁ ଆପଣଙ୍କ ସାହାଜ୍ଯ ଦରକାର ହବ ସେ ହାତ ବାନ୍ଧି ଆପଣଙ୍କ ସାମ୍ନାରେ ଆସି ଠିଆ ହୋଇଥାନ୍ତି । ତେବେ ଏମିତି ଲୋକଙ୍କ ପାଇଁ ମନରେ କ୍ରୋଧ ଆସିଥାଏ ଇଛା ହୋଇଥାଏ ଏହି ଭଳି ବ୍ୟକ୍ତି ର କେବେ ସାହାଜ୍ଯ ନାକରେ । ଏହି ବ୍ୟକ୍ତି ଜୀବନ ଏମିତି କଷ୍ଟକର ହେଉ ଓ ଏହି ମଣିଷକୁ ଜୀବନରେ କିଛି ନମିଳୁ କିନ୍ତୁ ଆପଣ ଏମିତି କେବେବି କରନ୍ତୁ ନାହିଁ ।

Image Courtesy: Google

ତେବେ ଆପଣ ଭାବୁଥିବେ ଆମେ ଏମିତି କଣ ପାଇଁ କହୁଅଛୁ ତେବେ ଜାଣି ରଖନ୍ତୁ ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ମଣିଷ ଦୀପ ସେତେବେଳେ ଖୋଜିଥାଏ ଯେତେବେଳେ ଅନ୍ଧକାର ହୋଇଥାଏ, ତାକୁ ସ୍ଵାର୍ଥୀ ମନେ କରି ନିଜ ମୁଡ ଖରାପ କରିବା କିଛି ଆବଶ୍ୟକ ନାହିଁ ବରନ ନିଜକୁ ଦୀପ ମାନି ଖୁସି ହୋଇଯିବା ଉଚିତ । ସେଥିପାଇଁ କୁହା ଯାଇଛି ଅନ୍ୟ କେହି ସ୍ଵାର୍ଥୀ ହେଲେ ଆପଣ ନିଜ ଚିନ୍ତା ଧାରା କେବେ ବଦଳିବେ ନାହିଁ ଏହା ଉଚିତ ନୁହ ଆପଣ ଯାହା କରିବେ ତାହା ନିଜ ସ୍ଵଭାବ ଓ ହୃଦୟ ଅନୁଯାଇ କରନ୍ତୁ ଆଉ କିଏ ଖରାପ ବୋଲି ଆପଣ ମଧ୍ୟ ଖରାପ ହୋଇବେ ଏମିତି ହୋଇନଥାଏ ।

Leave a Reply

Your email address will not be published. Required fields are marked *