ଶ୍ୟାମଳ ରଙ୍ଗ ଦେଖି ପୁଅ ମଣ୍ଡପରେ ହିଁ ଭାଙ୍ଗିଥିଲା ବିବାହ, ଭାଗ୍ୟ ଏମିତି ଖେଳିଲା ଖେଳ କି ପୁଅ ନିଜେ ଆସି ଧରିଲା କନ୍ଯାର ଗୋଡ

ବରଯାତ୍ରୀ ଖାଲି ହାତରେ ଫେରିଥିଲା,ବାହାଘରରେ ଆସିଥିବା ବନ୍ଧୁବାନ୍ଧବ ମାନେ ଫେରିଯାଇଥିଲେ । ଏଥରକ ଯୌତୁକ ପାଇଁ ବାହାଘର ଭାଙ୍ଗି ନଥିଲା ଶ୍ୟାମଳ ରଙ୍ଗ ପାଇଁ ଭାଙ୍ଗି ଥିଲା । ଝିଅର ବାପା ସମସ୍ତଙ୍କ ପାଦ ତଲେପଡି ବିନତି କରିଥିଲା ଯାହା ବି ହେଲେ ଝିଅର ବାପା ଥିଲା,ଗୋଟେ ଝିଅ ତାର ବାପାକୁ ସଂମନ୍ନିତକରିଥାଏ  ଓ ଗୋଟେ ବାପା ତା ଝିଅ ଲାଗି ସବୁବେଳେ ସଂମନ୍ନିତ ହେବ ପାଇଁ ଚାହେଁ । ନିର୍ବନ୍ଧ ପର୍ଯ୍ୟନ୍ତ ଶ୍ଵେତା ପସନ୍ଦ ଥିଲା କିନ୍ତୁ ବାହାଘର ଦିନ ଶ୍ଵେତା ଶ୍ୟାମଳ ରଙ୍ଗଲାଗି ବାହାଘର ଭାଙ୍ଗି ଦେଇଥିଲା । ଶ୍ଵେତା ବାପା ଚେୟାର ଉପରେ ବସି ବହୁତ ବେଳ ଯାଏଁ କାନ୍ଦିଥିଲେ । ଘରେ କେବଳ ଦୁଇଜଣ ଶ୍ଵେତା ଓ ତା ବାପା ।

ଯେତେବେଳେ ଶ୍ଵେତା ପଞ୍ଚବର୍ଷର ଥିଲା ତାର ମା ଛାଡି ଚାଲି ଯାଇଥିଲା । ଅଚାନକ ମାନେ ପଡିଲା ଝିଅ ଶ୍ଵେତା କଥା ,ବରଯାତ୍ରୀ ଫେରିଯିବା କାରଣରୁ କିଛି କରିବସିବାନି ତ……???ଦଉଡି କରିଗଲେ ଶ୍ଵେତା ପାଖକୁ …ଦେଖି ଆଶ୍ଚର୍ଯା ହେଲେ ….???ଶ୍ଵେତା ଦୁଇ କପ ଚାହା ନେଇ  ହସି ହସିତା ବାପା ପା ଖକୁ  ଆସୁଥିଲା । ବୋହୁବେଶ କୁ ଉତା ରି ଡେଲି ପିନ୍ଧା ଡ୍ରେସ ପିନ୍ଧିଥିଲା ।

ତାର ବାପା ଆଶ୍ଚର୍ଯା ହୋଇଥିଲେ ଦେଖି ,ଦୁଖ ବଦଳରେ ହସ ଚେହେରାରେ ,ନୀରସ ନହୋଇ ଖୁସି,କିଛି ସମୟ ପରେ ଶ୍ଵେତା କହିବାକୁ ଲାଗିଲା ,ବାପା ଜଲ୍ଦି ଚା ପିଈ ଏହି ଡେକୋରେଶନ କପଡା,କୁର୍ସି ,ଓ ବାସନ ଯାହାର ଶୀଘ୍ର ଦେଇଦେବା ,ନହେଲେ ଅଧିକ ଭଡା ଦେବାକୁ ପଡିବ । ଏଠାରେ ବାପା ପାଇଁ ଝିଅ ଗୋଟେ ଜଟିଳ ପ୍ରଶ୍ନ ଥିଲା । ବାପା ଝିଅ କୁ ଖୁଶି ଦେଖିବାକୁ ଚାହୁନ୍ଥିଳ,କାରଣ ଯାହା ବି ହେଉ । ସେଥିପାଇଁ କାରଣ ପଚାରିଲେନି,ତାପରେ ଝିଅ କୁ କହିଲେ ଚଳ ଗାଁ କୁ ଫେରିଯିବା ,ଏହି ସହରରେ ଆଉଭଲ ଲାଗୁନି । ଶ୍ଵେତା ମାନି ଯାଇଥିଲା । ପୁଣି କିଛିଦିନପରେ ସହର ଛାଡି ଗାଁ କୁ ଯାଇଥିଲେ । ଗାଁରେ ମାଛଧରି ଚଳୁଥିଲା ,କିନ୍ତୁ ଶ୍ଵେତା ର ମା ଚାଲିଗଲା ପରେ ସେ ସେ ଦୁଖକୁ ଭୁଲିବା ପାଇ ସହର ଯାଇ ଦିନମଜୁରିଆଙ୍କ ଭଳି କାମ କରି ପେଟ ପୋଷୁଥିଲା । ଏବେ ପୁଣି ସେଇ ପେସା କୁ ଆପଣେଇ ଥିଲେ । ଏଠାରେ ସେଇ ପିଲାର ଗୋଟେ ଗୋରିଆ ଝିଅ ସହିତ ବାହାଘର ଠିକ ହୋଇ ଯାଇଥିଲା,ପିଲାଟି ବହୁତ ଖୁସିଥିଲା । ତାର ବାହାରେ ଜାଇଁ ସାଙ୍ଗ ମାନଙ୍କ ସହିତ ମସ୍ତି  କରିବାର ବହୁତ ସୌକିନି ଥିଲା ।

ଦିନେ ସେ ବାହାରକୁ ବୁଲିବାକୁ ଯାଇଥିଲା ସାଙ୍ଗମାନଙ୍କ ସହିତ ଓ ନଦୀ କୂଳରେ ମଜା ମସ୍ତି କରୁଥିଲେ ହଠାତ ତାର ଗୋଡ ଖସିଗଲା ,ଓ ଅଧିକ ଗଭୀର ପାଣିରେ ପିଲାଟି ବୁଡି ଗଲା । ପାଣିର ବହିବାର ସ୍ରୋତ ବହୁତ ଥିଲା ,ନଦୀର ସ୍ରୋତରେ  ପିଲାଟି ଭାସି ଯାଇଥିଲା । ପିଲାଟି ର ସାଙ୍ଗମାନେ ବହୁତ ବଞ୍ଚେବାକୁ ଚେଷ୍ଟା କରିଥିଲେ କିନ୍ତୁ ସବୁ କଷ୍ଟ ବ୍ୟର୍ଥ ଥିଲା । ଶ୍ଵେତା ବାପା ସକାଳୁ  ନଦୀକୁ ଯାଇଥିଲେ ,ସେଠାରେ ସେ ମାଛ ଧରିବା ପାଇଁ ଜଳ ବିଛେଇଥିଲେ ଓ ସେଇ ଜାଲରେ ପିଲାଟି ଲାଗିଥିଲା । ସେଠାରେ ବହୁତ ଅନ୍ଧାର ଥିବା କାରଣରୁ ପିଲାଟିକୁ କାନ୍ଧରେ ପକାଇ ଘରକୁ ନେଇ ଆସିଥିଲେ । କିଛି ଟାଇମ ପରେ ପିଲାଟିକୁ ହୋସ ଆସିଲା । କିନ୍ତୁ ସାମ୍ନାରେ ଶ୍ଵେତା ଓ ତା ବାପାକୁ ଦେଖି ଦେ ବହୁତ ସରମ କରି,କିଛି ମନେନହିଁ ବୋଲି ଅଭିନୟ କରିଥିଲା । ବାପା:ଝିଅ  ପିଲାଟିକୁ କିଛି ମାନେ ନାହିଁ  ବୋଧେ ତାର ସ୍ମରଣ ଶକ୍ତି ହରାଇଛି ,ଓ ସେ ବହୁତ ଖଣ୍ଡିଆ ଖାବରା ହୋଇଛି ।

ମୁ ତାକୁ ତା ଘରକୁ ଛାଡି ଆସୁଛି । ଶ୍ଵେତା: ରହିବାକୁ ଦିଅ ଦୁଇ ଚାରିଦିନ ବାପା ,ଯେବେ ପୁରା ଭଲ ହୋଇଯିବେ ତେବେ ଛାଡି ଆସିବା । ବାପା:ତୁ ଜାଣିଛୁ ଏଇ ପିଲା କିଏ ?ସେଟ ହସି ତବାପାକୁ ଧରି କହିଲା ହଁ ବାପା,କିନ୍ତୁ ସେଇଦିନର କଥା ବୀତି ଯାଇଛି । ଏବେ ଏଇଟା ନୂଆ କି ତାଙ୍କର ଘା ର ଯତ୍ନ ନିଆଯାଉ,ଏବେ ତାଙ୍କୁ ସିମଳା ରଙ୍ଗ ଲାଗି କିଛି ଅସୁବିଧା ହେବନି କାରଣ ସେ ତାଙ୍କର ସ୍ବରଣ ଶକ୍ତି ହରାଇଛି,ଏବେ ସେ ବହୁତ ଅସୁସ୍ତ ଅଛନ୍ତି ,ପୁରା ଠିକ କରିବା ଆମର ଧର୍ମ । କିନ୍ତୁ ଶ୍ଵେତା ର ବାପା ହସ ଭିତରେ ଝିଅର ଆଖିରେ ଲୁହ ଅନୁଭବ କରିପାରିଥିଲେ । ଏପଟେ ପିଲାଟି ସବୁ କଥା ଶୁଣିସାରିଛି । ସେ ବହୁତ ଆଶ୍ଚର୍ଯା ଥିଲା । ପିଲାଟିର ଚିକିସ୍ୟ ଆରମ୍ଭ ହୋଇଥିଲା ଏଠାରେ ସବୁ ସମୟ ପିଲାଟିର ଯତ୍ନ ନେଉଥିଲା ଝିଅଟି । ଶ୍ଵେତା ବହୁତ ଯତ୍ନବାନ ଥିବାରୁ ପିଲାଟି ପ୍ରତି ପିଲାଟି ମନେ ମନେ ଭଲ ପାଇବସିଛି,ଦୁଇଜଣଙ୍କ ଭିତରେ ମଜାମସ୍ତି ହେଉଥାଏ ।

କିଛି ଦିନପରେ ପିଲାଟିର ସ୍ୱାସ୍ଥ୍ୟ ରେ ଉନ୍ନତି ହେଲା ସେ ପୁରା ସୁସ୍ତ ଅନୁଭବ କଲା । ପିଲାଟି ଶ୍ଵେତା କୁ ପଚାରିଲା ମୁ କିଏ ? କୌଠୁ ଆସିଛି ,ମୋ ନାଁ କଣ ,ମୋତେ କିଛି ଜଣ ନହିଁ କିନ୍ତୁ ତମର ନିଜ ପରି ବ୍ୟବହାର ଦେଖି ମୋତେ ଏଠାରେ ରହିବାକୁ ଇଚ୍ଛା ହେଉଛି । ଶ୍ଵେତା କହିଲା ଆପଣ ଚିନ୍ତା କରନ୍ତୁ ନହିଁ ,ମୋ ବାପା କାଲି ଆପଣଙ୍କୁ ସହରରେ ଛାଡି ଆସିବେ ,ଓ ଗୋଟେ ପୋସ୍ଟର ଛପିବେ କି ଗୋଟେ ସୁନ୍ଦର ଯୁବକକୁ ତା ଘରର ଠିକଣା ଯିଏ ଦେବା ତାକୁ ୧ଲକ୍ଷ ପୁରସ୍କାର ମିଳିବ । ପିଲାଟି କହିଲା ମୋର ମଜ୍ଜା କରୁଛ ? ଶ୍ଵେତା:- ଆମର ଏତେ ସାହସ ନହିଁ କି ଆମେ କାହାର ମଜ୍ଜା କରିବୁ ।   ପିଲାଟି ଶ୍ଵେତାକୁ ପଚାରିଲା ତମେ କେବେ କାହାକୁ ଭଲ ପାଇଛ ? ଶ୍ଵେତା:- ନାଁ ,କିନ୍ତୁ ଜଣକୁ ମୋ ନିଜର ମାନି  ଦୁନିଆ ଭାବିଥିଲି କିନ୍ତୁ ସେ ମୋତେ ଗ୍ରହଣ କରିବାପାଇଁ ମନାକରିଦେଲା । ପିଲାଟି ପଚାରିଲା କଣ ପାଇଁ …?ଶ୍ଵେତା କିଛି ଟାଇମ ପାଇଁ ଚୁପ ରହିଲା , ଓ କିଛି ସମୟ ପରେ ଝରକା ଆଡେ ଚାହିଁଲା । ବୋଧେ କିଛି କହିବ ପାଇଁ ନିଜକୁ ସମ୍ଭାଳୁ ଥିଲା ।

ଭିତରେ ତା ବାପା କାରଣ ଶୁଣିବ ପାଇଁ ବ୍ୟସ୍ତ ଥିଲେ । ପିଲାଟି ଶ୍ଵେତା ପାଖକୁ ଯଇଁ ନିଜ ଆଡକୁ କଲା ଓ କିନ୍ତୁ ଶ୍ଵେତା ଆଖିରେ ଧାରା ଧାରା ଲୁହ ବୋହିଯାଉଥିଲା । ଏହା ଦେଖି ପିଲାଟିର କିଛି ଦେଖିବା ପାଇଁ ସାହସ ହେଉନଥିଲା । ଶ୍ଵେତା ତା ଆଖିଲୁହା ପୋଛି କହୁଥିଲା ,ସେ ଦିନ ମୋ ବାପଙ୍କୁ ସେଇ ଲୋକଙ୍କ ପାଦତଳେ  ପଡି କାନ୍ଦି ବହୁତ କାକୁତି ମିନତି କରିଥିଲେ ,ସେଇ ବାପା ମୋର ସ୍ଵାଭିମାନ,ଓ ଗର୍ବ ଅଟେ । ସେ ଦିନ ବହୁତ କାନ୍ଦିଥିଲି । ବରଯାତ୍ରୀ ଫେରି ଯାଇଥିଲା ,କିନ୍ତୁ ଏମିତି ଜଣେ ଲୋକଥିଲା ଜିଏ ପାଦ ଧରି   ମୋ ପାଇଁ ବହୁତ କାନ୍ଦିଥିଲା । ସେ ନିଜ ଭାଗ୍ୟ ଉପରେ ବହୁତ କାନ୍ଦି ଥିଲେ ,ଝରକା ପଟେ ସେଇ ଦୁଖୀ ବାପା କୁ ଦେଖିଥିଲି ସେ ବହୁତ ବେବଶ ଓ ଲାଚାର ଥିଲେ,ଜିଏ  ମୋର ସବୁକିଛି ଥିଲେ । ନିଜ ଲୁହାକୁ ପୋଛି କନିଆରା ବସ୍ତ୍ର ଖୋଲି ନିଜ ଡେଲି ପିନ୍ଧା ଡ୍ରେସ ପିନ୍ଧି  ଦୁଇ କପଚାହା ବନେଇ ଥିଲି ।

ସେଇ ଟାଇମ  ବହୁତ କଷ୍ଟ ଥିଲା ଲୁହାକୁ ରୋକିବା ପାଇଁ । ସେଦିନ ଜୀବନ ଫେରିଥିଲା ଗୋଟେ ଜୀବନ୍ତ ମୁର୍ଦାହୋଇ ,ଜରୁରୁଥିଲା ହସିବ କାରଣ ସାମ୍ନାରେ ଯେଉଁ ଲୋକଥିଲା ସେ ମୋ ଲୁହ କେବେ ସହିପରି ନଥାନ୍ତା,ମୋ ବାପା ମୋ ରାଜା ଓ ମୁ ତାଙ୍କ ରାଜକୁମାରୀ । ଜଣେ ଲୋକ ଏମିତି ଥିଲା ଯିଏ ମୋ ଶ୍ୟାମଳ ରଙ୍ଗ ଦେଖି ବାହାହେବା ପାଇଁ ମନ୍ନା କରି ଦେଲା ଔ ଯିଏ ମୋବାପ ଯେତେବେଳେ ମୁ ପାଞ୍ଚ ବର୍ଷରଥିଲି ମୋର ମା ଚାଲିଗଲା ସେବେ ସେ ଆଉ ଦିତୀୟ ବିବାହ କରିନଥିଲେ । କି ଆଉକୌ ଅଲଗା ସ୍ତ୍ରୀ ଆସି ହାଇରଣନ କରୁ ତାଙ୍କ ରାଜକୁମାରୀକୁ । ଏହା ଭିତରେ ଶୁଣି ତା ବାପାର ଅବସ୍ତା ବହୁତ ଖରାପ ଥିଲା । ପ୍ରଥମ ଥର ତା ଝିଅ ମୁହାରୁରୁ ଦୁଖ କଥା ଶୁଣି ଥିଲେ,ସେହି ଦୁଖକୁ ବାପାଙ୍କ ପାଇଁ ମିଛର ଚଦର ଢାଙ୍କି ରଖିଥିଲା । ଝିଅର ଦୁଖ ମୋହମ ଭଳି ତରଳେଇ ରଖିଥିଲା, ଯେତେବେଳେ ଝିଅ ହସେ ବାପାକୁ ଦୁଇଗୁଣ ଜୀବନ ମିଳିଥାଏ ଯଦି ଝିଅ କାନ୍ଦେ ସେଥି ବାପା ଜିଂ ଥାଉ ଥାଉ ମରିଯାଏ ।

ମୁ ଶ୍ୟାମଥିଲି ତାଙ୍କ ପାଇଁ କିନ୍ତୁ ପରି ଓ ରାଜା କୁମାରିଥିଲି ମୋ ବାପା ପାଇଁ ।  ମୋ ଘର ଏରୁଣ୍ଡି ବନ୍ଧରୁ ବରଯାତ୍ରୀ ଫେରାଇନେଇଥିଲା ସେ,କିନ୍ତୁ ମୋ ବାପା ସେଇ ସହରକୁ ଛାଡି ଦେଇଥିଲେ । ଯିଏ ତାଙ୍କ ରାଜକୁମାରୀକୁ ଅପମାନ କରିଥିଲେ । ଏବେ ତମେ କୁହ, କେମିତି ବିବାହ କରିବି ସେଇ ଲୋକାକୁ  ଯିଏ ମୋ ଭଗବାନ ଭଳି ବାପଙ୍କୁ ପାଦତଳେ ପଡି ବାକୁ ବାଧ୍ୟ କରିଥିଲା । ମନୁଛି ମୁଁ ଶ୍ୟାମଳୀ କିନ୍ତୁ ତାପରେ ମୁ ଗୋଟେ ଝିଅ ଅଟେ । ଶ୍ଵେତା କାହାଣୀ ଶୁଣି ପିଲାଟି ବହୁତ କାନ୍ଦିଲା  ଓ ଲାଜ୍ୟା ଅନୁଭବ କଲା । ଶ୍ଵେତାକୁ ଧୀରେ କହିଲା କି ତୁମକୁ ଥରେ ଆଲିଙ୍ଗନ କରିବି କି, ଶ୍ଵେତା କିଛି କହିଲାନି ,କିନ୍ତୁ ପିଲାଟି ଶ୍ଵେତାକୁ ଆଲିଙ୍ଗନ କରି ଏତିକି କହିଲା କି ,ଭଗବାନ କରନ୍ତୁ ମୋତେ ଗୋଟେ ଶ୍ୟାମଳୀ ଝିଅ ମିଳୁ ମୋତେ ତମେ ମିଳ ।  ପିଲାଟି ଶ୍ଵେତାକୁ ଛାଡି ତାର ବାପାଙ୍କ ପାଖକୁ ଆସିଲା,ତାର ବାପା ବସି କାନ୍ଦୁଥିଲେ,ତା ବାପ ଦେଖି ସଙ୍ଗେ ସଙ୍ଗେ ଠିଆ ହୋଇଗଲେ ।

ପିଲାଟି ଆସି ପାଦ ତଳେ ପଡି ଭୁଲ ମାଗିଲା ଓ କହିଲା ମୋ ସ୍ମରଣ ଶକ୍ତି ଠିକ ଅଛି କିନ୍ତୁ ଏହି କଥା ଶ୍ଵେତାକୁ କହିବେନି । ପିଲାଟି କହିଥିଲା ଜହଭୂଲ କରିଛି ତା ପାଇଁ କିଛି ସଫାଇ ଦେବାକୁ ଚାହୁନି,କିନ୍ତୁ ଯାହା ଭୁଲ କରିଛି ତା ପାଇଁ ଦଣ୍ଡ ମିଳିବ ନିହାତି ଆବଶ୍ୟକ । ମୋତେ ମୋ ଭୁଲ ର ଦଣ୍ଡ ହିସାବରେ ଶ୍ଵେତା କୁ ଦିଅ । ଏତିକି କହି ପିଲାଟି ,ବାବା ଏବେ ମୋତେ ଯିବାକୁ ଆଜ୍ଞା ଦିଅନ୍ତୁ ନହେଲେ ସଜା ଦିଅନ୍ତୁ ,ଆଉ ଗୋଟେ ଦିନ ରହିଲେ ଏଠାରେ ମୁଁ ବଞ୍ଚିପାରିବିନି ଶ୍ଵେତା ର ଗୁହ୍ନେଗାର ହେଇକି । ଏତିକି କହି  ପିଲାଟି ଚାଲିଗଲା ।  ଶ୍ଵେତା ଦେଖୁଥାଏ ତାର ପ୍ରିୟ ମଣିଷ ଯାଉଥିବାର । କିନ୍ତୁ ଆଖିରେ ବହୁତ ଆସାଥାଏ ,ତାର ପୁଣି ଫେରିବାର । ପିଲାଟି ର ଓ ବାପାର କଥା ଶୁଣି ସାରିଥିଲା ।

ଶ୍ଵେତା ର ବାପା କହିଲେ କି ଗୋଟେ ଥର ଭାବେ ପିଲାଟି ବହୁତ ପସ୍ତେଇଲାଣି । ତାକୁ କ୍ଷମା କରିଦେ,ମୁଁ  ତୋର ଖୁସି  ଚାହେଁ ,ଚାଲେ ଆଉଥରେ କନିଆ ସଜାଇ ସେଇ ପିଲା ସହିତ ବିଭା କରାଇଦେବି ଜିଏ ମୋ ଝିଅ କୁ ଶ୍ୟାମଳୀ କହିଥିଲା ଶ୍ଵେତା କହିଥିଲା ବାପା ତମ ଖୁସିରେ ମୁ ଖୁସି । ବାପା କଥାରେ ସେ ପ୍ରସ୍ତୁତ ହୋଇଯାଇଥିଲା । ପିଲାଟି ତାର ମା ବାପଙ୍କୁ ରାଜି କରାଇ ସେଇ ଝିଅ କୁ ବାହାହାବା ପାଇଁ କହିଥିଲା । ପିଲାଟି ଜିଦଦି କରିଥିଲା ବାହାଘର ସେଇଟି ହେବ ଯେଉଁଠି ମୁ ମୋର ଶ୍ୟାମଳୀ କୁ ମନକରିଥିଲି ବାହା ନ ହେବ ପାଇଁ,ଏହାପରେ ଦୁଇଜଣଙ୍କ ବାହାଘର ହୋଇଥିଲା । ବନ୍ଧୁଗଣ କାହାର ରଙ୍ଗକୁ ଦେଖି ଜଜ କରିବା କଥାନୁହେଁ । କାହାଣୀ ଭଲ ଲାଗିଲେ ଶେୟର କରନ୍ତୁ ।

Leave a Reply

Your email address will not be published. Required fields are marked *