ତାଣ୍ଡବ ରଚିଲା Cyclone “Freddy”… ଭାଙ୍ଗିଲା ସବୁ ରେକର୍ଡ, ଦେଖନ୍ତୁ ବାତ୍ୟା ପରର ବିକଳ ଦୃଶ୍ୟ

ନମସ୍କାର ବନ୍ଧୁଗଣ । ଫେବୃଆରି 6 ରୁ ଆରମ୍ଭ ହୋଇଥିଲା ବାତ୍ୟା ଫ୍ରେଡ୍ଡି । ଯାହାକୁ ନେଇ ଖୁବ ଟକ ବିତର୍କ ଲାଗି ରହିଛି । ତେବେ ବର୍ତ୍ତମାନ ସମୟରେ ଆଉ ଏକ ନୂଆ ଅପଡେଟ ଆସି ପହଞ୍ଚି ବାତ୍ୟା ଫ୍ରେଡ୍ଡି କୁ । ସୂଚନା ଅନୁଯାୟୀ ତାଣ୍ଡବ ରଚିଲା ବାତ୍ୟା ଫ୍ରେଡ୍ଡି । ମାଜୋମ୍ବିକ ଉପକୂଳର କ୍ଵାଲିମେନ ରେ ହିଟ କରିବା ପରେ ପ୍ରକୋପ ଦେଖାଇଛି । ସ୍ଥଳ ଭାଗ ଛୁଇଁବା ପରେ ତାଣ୍ଡବ ରଚିଛି ।

ଲ୍ୟାଣ୍ଡଫଲ ବେଳେ ଘଣ୍ଟା ପ୍ରତି 148 କିମି ବେଗରେ ପବନ ବୋହିଥିଲା । ପ୍ରବଳ ବର୍ଷା ବି ହୋଇଛି । ବର୍ଷା ପବନରେ ଭାଙ୍ଗିଛି ଅନେକ ଘର ଦ୍ଵାର । ଆଉ ଭାଙ୍ଗି ଯାଇଛି ବହୁ ବଡ ବଡ ଗଛ । ବ୍ୟାପକ କ୍ଷୟ କ୍ଷତି ଘଟାଇଛି ବାତ୍ୟା ଫ୍ରେଡି । କିଛି ସ୍ଥାନରେ ଭୂ-ସ୍ଖଳନ ବି ହୋଇଛି । ପୁରା ଭାରତ ମହାସାଗର ରେ 35 ଦିନ ଧରି ରେକର୍ଡ ଭାଙ୍ଗିଛି ଫ୍ରେଡ୍ଡି । 3 ଥର ଲ୍ୟାଣ୍ଡଫଲ କରିଛି ।

ପୂର୍ବରୁ ମାଡଗାସ୍କର ଓ ମୋଜାମ୍ବିକ କୁ ହିଟ କରିଥିଲା । ଶନିବାର ଦ୍ଵିତୀୟ ଥର ମୋଜାମ୍ବିକ ଉପକୂଳରେ କରିଥିଲା ଲ୍ୟାଣ୍ଡଫଲ । ଏ ପଟେ ଇତିହାସ ରହିଛି ବାତ୍ୟା ଫ୍ରେଡ୍ଡି । ନିଜ ନାଁ ରେ କରିଛି ଆଉ ଏକ ବିଶ୍ଵ ରେକର୍ଡ । ଦୀର୍ଘ ସମୟ ଧରି ସମୁଦ୍ରରେ ରହି ରେକର୍ଡ କରିଥିଲା । ଏବେ ସବୁଠାରୁ ଶକ୍ତିଶାଳୀ ବାତ୍ୟା ଭାବେ ନୂଆ ବିଶ୍ଵ ରେକର୍ଡ କରିଛି ଫ୍ରେଡ୍ଡି । ସଂଗୃହୀତ ହୋଇଥିବା ସାଇକ୍ଳୋନିକ ଏନର୍ଜିରେ ରେକର୍ଡ କରିଛି ଫ୍ରେଡ୍ଡି ।

2006 ରେ ପ୍ରଶାନ୍ତ ମହାସାଗର ରେ ସୃଷ୍ଟି ହରିକେନ ଆଇକର ପୂର୍ବ ରେକର୍ଡ ଭାଙ୍ଗିଛି ଫ୍ରେଡ୍ଡି । ହରିକେନର ଆଇକେ ର ଆକ୍ୟୁମୁଲେଟେଡ ସାଇକ୍ଳୋନ ଏନର୍ଜି 85.26 ଥିବା ବେଳେ ଫ୍ରେଡ୍ଡି ର ଆକ୍ୟୁମୂଳେତ୍ଦ ସାଇକ୍ଳୋନ ଏନର୍ଜି ରହିଛି 85.88 । ଭାରତର ଭୂ-ବିଜ୍ଞାନୀ ମନ୍ତ୍ରାଳୟ ର ପୂର୍ବତନ ସଚିବ ମାଦଭାନ ରାଜୀବନ ଏହି ସୂଚନା ଦେଇଛନ୍ତି । ୟୁ ଟର୍ନ ନେଇ ବାତ୍ୟା ଫ୍ରେଡି ଋଟର୍ନ କରିପାରେ ।

ଏହା ପରେ ଦକ୍ଷିଣ ମୁହାଁ କୁ ଅଗ୍ରସର ହେବ । ଘନିଭୂତର ପ୍ରକ୍ରିୟା ପୂର୍ବ ଅପେକ୍ଷା କମ ହୋଇପାରେ । 48 ରୁ 72 ଘଣ୍ଟା ମଧ୍ୟରେ ତାର ଜୀବନ ଚକ୍ର ଭାବେ ବାତ୍ୟା ଫ୍ରେଡ୍ଡି ଫେରିବ । ତେବେ ଆଗକୁ ବାତ୍ୟା ର ରୂପ କଣ ହୋଇପାରେ ତାହାକୁ ନେଇ ପାଣିପାଗ ବିଭାଗ ସୂଚନା ଦେଇ ପାରନ୍ତି ।ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *