ପ୍ରେମ ଚିରନ୍ତନ ଓ ଶାଶ୍ଵତ ଏହା ଖୁବ କମ ଲୋକ ମାନେ ବୁଝିଥାନ୍ତି । ଆଉ ମୃ-ତ୍ୟୁ ଯାଏଁ ପ୍ରେମ ସମ୍ପର୍କକୁ ବାନ୍ଧି ରଖିବାକୁ କିଛି ପ୍ରେମୀ ଯୁଗଳ ଚେଷ୍ଟା କରନ୍ତି । ନିଜ ଜୀବନ ସାଥି ପାଇଁ ଏମିତି କିଛି ନିଆରା କାମ କରି ଯାଉଛନ୍ତି ଯାହା ଉଦାହରଣ ହୋଇ ରହି ଅଯାଉଛି । ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ମଧ୍ୟ ପ୍ରଦେଶର ଆନନ୍ଦ ଯୂପସେ । ଆପଣ ମାନେ ଜାଣିଥିବେ ଶାହଜାହାନ ତାଙ୍କ ସ୍ତ୍ରୀ ମୁମତାଜଙ୍କ ସ୍ମୂରତିରେ ଆଗ୍ରାରେ ତାଜମହଲ ନିର୍ମାଣ କରିଥିଲେ । ସେହିପରି ଆନନ୍ଦ ଯୋପ୍ସେ ମଧ୍ୟ ନିଜ ସ୍ତ୍ରୀଙ୍କ ପାଇଁ ଏମିତି କିଛି ଅଲଗା କରିବାକୁ ଇଚ୍ଛା କରିଲେ ।
ଆନନ୍ଦଙ୍କ ସ୍ତ୍ରୀଙ୍କ ପାର୍ଟି କେତେ ଶ୍ରଦ୍ଧା, ଭଲ ପାଇବା ରହିଛି ତାହା ପ୍ରମାଣ କରିବା ପାଇଁ ତାଜମହଲ ଭଳି ଏକ ବିଳାସମୟ ମହଲ ଉପହାର ଦେଇଛନ୍ତି । ମଧ୍ୟ ପ୍ରଦେଶର ବୁରହାନପୁରର ବାସିନ୍ଦା ଆନନ୍ଦ ଯୋପ୍ସେଙ୍କୁ ସର୍ବଦା ଗୋଟିଏ କଥା ବିସ୍ମିତ କରୁଥିଲା । ସେହି କଥାଟି ହେଉଛି ମୋଗଲ ସାମ୍ରାଜ୍ୟର ରାଜା ଶାହାଜାନଙ୍କ ସ୍ତ୍ରୀ ମୁମତାଜାଙ୍କର ବୁରହାନପୁର ଠାରେ ଦେ-ହା-ନ୍ତ ହୋଇଥିଲେ ବି ଏଠାରେ କାହିଁକି ତାଜମହଲ ନିର୍ମାଣ କରାଗଲା ନାହି । ଇତିହାସରେ ଲେଖା ଅଛି ତାପ୍ତି ନଦୀରେ ତାଜମହଲ ନିର୍ମାଣ କରାଯିବାର ଥିଲା ।
କିନ୍ତୁ ପରେ ତାଜମହଲ ଆଗ୍ରାରେ ନିର୍ମାଣ କରାଗଲା । ଅବିକଳ ତାଜମହଲ ଭଳି ଦେଖା ଯାଉଥିବା ଆନନ୍ଦ ଯୋପ୍ସେଙ୍କ ଏହି ବିଳାସମୟ ଘରେ ରହିଛି ୪ଟି ଶୟମ କକ୍ଷ । ଏହା ସହ ଅନ୍ଯାନ୍ଯ ବିଳାସମୟ କକ୍ଷ ଏହି ମହଲରେ ରହିଛି । ଏହି ତାଜମହଲ ନିର୍ମାଣ କରିବା ପାଇଁ ଦୀର୍ଘ ୩ ବର୍ଷ ଲାଗିଛି । ତାଜମହଲ ପରି ଦେଖା ଯାଉଥିବା ଏହି ମହଲକୁ ନିର୍ମାଣ କରିଥିବା ଇଞ୍ଜିନିୟର କହିଛନ୍ତି ଏହା ନିର୍ମାଣ କରିବା ପୂର୍ବରୁ ସେ ଅସଲ ତାଜମହଲକୁ ତନ ତନ କରି ଅଧ୍ୟୟନ କରିଥିଲେ ଯାହା ପାଇଁ ତାଙ୍କୁ ଅନେକ ସମସ୍ୟାର ସମୁଖିନ୍ନ ହେବାକୁ ପଡିଥିଲା ।
ସେ ଘରର ଭିତର ଭାଗ ନିର୍ମାଣ କରିବା ପାଇଁ ପଶ୍ଚିମବଙ୍ଗ ଓ ଇନ୍ଦୋରର ଚିତ୍ରକର୍ମୀ ମାନଙ୍କର ସାହାଜ୍ଯ ନେଇଥିଲେ । ଆନନ୍ଦ ଯୋପ୍ସେଙ୍କର ଏହି ବିଶାଳକାୟ ଘରର ଉଚ୍ଚତା ହେଉଛି ୨୯ଫୁଟ । ଘରର ଚାରି ପାଖରେ ତାଜମହଲ ଭଳି ୪ଟି ମିନାର ରହିଛି । ଘରର ଚଟାଣ ତିଆରି ହୋଇଛି ରାଜସ୍ଥାନର ମକରାନାରେ ମିଳୁଥିବା ଶଙ୍ଖ ମର୍ମର ପଥରରେ । ଘରେ ଥିବା ଆସବାପତ୍ରର ତିଆରି କରିଛନ୍ତି ମୁମ୍ବାଇର କାରୋଗର । ଏହି ସାନଦାର ଘରେ ରହିଛି ବଡ ହଲ ସହ ତଳେ ଓ ଉପର ମହଲରେ ଦୁଇଟି ସୟନ କକ୍ଷ ରହିଛି ।
ଏହା ସହ ଗୋଟିଏ ପାଠାଗାର ଓ ଧ୍ୟାନ କକ୍ଷ ରହିଛି । ଏହା ବ୍ଯତୀତ ଘରର ଆଲୋକ ବ୍ୟବସ୍ଥା ଏମିତି ହୋଇଛି ଯାହା ଅନ୍ଧାରରେ ପ୍ରକୃତ ତାଜମହଲର ଭ୍ରମ ସୃଷ୍ଟି କରିବ । ନିଜ ସ୍ତ୍ରୀଙ୍କୁ ଏପରି ବିଳାସମୟ ଘର ଉପହାର ଦେଇ ଆନନ୍ଦ ଯୋପ୍ସେ ଏବେ ପୁରା ଦେଶରେ ଚର୍ଚ୍ଚାରେ ରହିଛନ୍ତି । ଏହି ଘରର ଫୋଟୋ ସବୁ ଭାଇରାଲ ହେବାରେ ଲାଗିଛି ।
ବନ୍ଧୁଗଣ ଆପଣ ମାନଙ୍କର ଆନନ୍ଦ ଯୋପ୍ସେଙ୍କ ଏହି ନିଆରା ଉପହାର ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।