ତମିଲନାଡୁର ମଦୁରୈର ଜଣେ ଦମ୍ପତ୍ତି ପ୍ଳେନରେ ନିଜର ବିବାହକୁ ନେଇ ଚର୍ଚାରେ ବର୍ତ୍ତମାନ ସମୟରେ ଚର୍ଚାରେ ଅଛନ୍ତି, କିନ୍ତୁ ବର୍ତ୍ତମାନ ଏହି ବିବାହ ତାଙ୍କର ସମସ୍ୟା ବଢାଇପାରେ । କାରଣ ଡାୟରେକ୍ଟୋରେଟ ଜନରଲ ଅଫ ସିବିଲ ଏବିଏଶନ ଅର୍ଥାତ DGCA ଏହି ପୁରା ମାମଲାର ଯାଞ୍ଚ କରିବା ଆରମ୍ଭ କରି ଦେଇଛନ୍ତି
ଓ ଏୟାର ଲାଇନ କମ୍ପାନୀ ସହିତ ଏୟାର ଅଥୋରିଟିକୁ ବି ଏହି ପୁରା ମାମଲାର ରିପୋର୍ଟ ମାଗିଛନ୍ତି । ଏହା ଛଡା କରୋନା ପ୍ରୋଟୋକଲର ଉଲ୍ଲଂଘନ କରିବା ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବି ନିର୍ଦେଶ ଦେଇଛନ୍ତି । କହିବାକୁ ଗଲେ ମଦୁରୈର ରହୁଥିବା ରାକେଶ ଓ ଦିକ୍ଷା ରବିବାର ଦିନ ପ୍ଳେନରେ ବିବାହ କରିଥିଲେ । ଏହି ଦମ୍ପତ୍ତି ଦୁଇ ଦିନ ପୂର୍ବେ ହିଁ ବିବାହ କରିସାରିଥିଲେ, କିନ୍ତୁ ସେହି ସମୟରେ ଅଧିକ ସମ୍ପର୍କୀୟ ସାମିଲ ହୋଇ ନ ଥିଲେ ।
କହିଦେଉଛୁ କି ତାମିଲନାଡୁରେ ୨୪ ମେ ରୁ ୩୧ ମେ ପର୍ଯ୍ୟନ୍ତ ପୁରା ରାଜ୍ୟରେ ଲକଡାଉନ ଲାଗିସାରିଛି । କିନ୍ତୁ ତାହା ପୂର୍ବରୁ ୨୩ ତାରିଖ ଦିନ ଲକଡାନରେ ଅଳ୍ପ ଫ୍ରୀ ଛଡା ଯାଇଥିଲା । ଏହାର ଲାଭ ଉଠାଇ ଏହି ଦମ୍ପତ୍ତି ସ୍ପାଇସ ଜେଟର ଚାର୍ଟର୍ଡ ଫ୍ଲାଇଟ ବୁକ କରିଲେ ଓ ପ୍ଳେନରେ ହିଁ ବିବାହ କରିଲେ । ଯେଉଁଥିରେ ପାଖାପାଖି ୧୩୦ ଜଣ ସମ୍ପର୍କୀୟ ସାମିଲ ଥିଲେ । ଏହି ମାମଲାକୁ ବର୍ତ୍ତମାନ ଡ଼ିଜିସିଏ ଯାଞ୍ଚ ଆରମ୍ଭ କରି ଦେଇଛନ୍ତି । ଏହା ସହିତ ହିଁ ମଦୁରୈ ଏୟାରପୋର୍ଟର ଅଥରିଟୀ ଓ ଏୟାରଲାଇନ କମ୍ପାନୀ ଠାରୁ ପୁରା ରିପୋର୍ଟ ବି ମାଗିଛନ୍ତି ।
ଡ଼ିଜିସିଏ ଏୟାରଲାଇନ କମ୍ପାନୀର କରୋନା ପ୍ରୋଟୋକଲର ଉଲ୍ଲଂଘନ କରିଥିବା ସମସ୍ତ ଅଧିକାରୀଙ୍କୁ ଓ ଲୋକମାନଙ୍କ ବିରୁଦ୍ଧରେ କେସ ଦାୟର କରିବା ପାଇଁ ମଧ୍ୟ ନିର୍ଦେଶ ଦେଇଛନ୍ତି । ଏହା ସହିତ କ୍ରୁ ମେମ୍ବରମାନଙ୍କୁ ରୋଷ୍ଟର ଠାରୁ ହଟାଇ ଦିଆଯାଇଛି । ଏହି ମାମଲାରେ ଏୟାର ପୋର୍ଟ ଡାୟରେକ୍ଟରଙ୍କ କହିବା ଅଟେ କି ରବିବାରକୁ ସ୍ପାଇସ ଜେଟର ଏକ ଚାର୍ଟର୍ଡ ଫ୍ଲାଇଟ ମଦୁରୈ ଠାରୁ ବୁକ କରାଯାଇଥିଲା । ଏୟାରପୋର୍ଟ ଅଥରିଟୀକୁ ବିବାହ ବିଷୟରେ କିଛି ବି ଜଣା ନ ଥିଲା ।
ତାଙ୍କର କହିବା ଅଟେ କି ସେହି ଫ୍ଲାଇଟରେ ଦମ୍ପତ୍ତି ଓ ତାଙ୍କର ସମ୍ପର୍କୀୟ ଅତିଥି ବି ଥିଲେ । ସ୍ପାଇସ ଜେଟର ପ୍ରବକ୍ତା ନିଜର ଗୋଟିଏ ବୟାନ ଜାରୀ କରି କହିଛନ୍ତି କି ୨୩ ମେ କୁ ଟ୍ରାଭଲ ଏଜେଣ୍ଟ ତରଫରୁ ବୋଇଙ୍ଗ ୭୩୭ ଫ୍ଲାଇଟ ବୁକ କରାଯାଇଥିଲା । ସେହି ସମୟରେ ସେ କହିଥିଲେ କି ବିବାହ ପରେ ଦମ୍ପତ୍ତି ନିଜର ସମ୍ପର୍କୀୟଙ୍କ ସହ ମସ୍ତି କରିବାକୁ ଚାହୁଁଛନ୍ତି, ସେଥିପାଇଁ ଚାର୍ଟର୍ଡ ଫ୍ଲାଇଟ ବୁକ କରାଯାଉଛି । ତାଙ୍କୁ କୋବିଡ ଗାଇଡଲାଇନ ବିଷୟରେ କୁହାଯାଇଥିଲା । ଏହା ସହିତ ସେହି ଲୋକମାନଙ୍କ ଠାରୁ ଲିଖିତ ମଞ୍ଜୁରୀ ବି ନିଆଯାଇଥିଲା କି ଯାତ୍ରା ସମୟରେ ସମସ୍ତ କୋବିଡ ଗାଇଡ୍ଲାଇନ ପାଳନ କରିବା ପାଇଁ ।
ତାଙ୍କୁ ବାରମ୍ବାର କ୍ରୁ ମେମ୍ବର ତରଫରୁ ବି କୋବିଡ ଗାଇଡଲାଇନ ପାଳନ କରିବା ପାଇଁ ଉପଦେଶ ଦିଆଯାଉଥିଲା । କିନ୍ତୁ ବାରମ୍ବାର ଅନୁରୋଧ କରିବା ସତ୍ବେ ବି ସେ ପ୍ରୋଟୋକଲ ମାନୁ ନ ଥିଲେ । ସେଥିପାଇଁ ଏୟାରଲାଇନ ନିୟମ ଅନୁସାରେ ତାଙ୍କ ବିରୁଦ୍ଧରେ କାର୍ଯ୍ୟକାରୀ କରାଯାଉଛି । ଅନ୍ୟ ପଟେ ଦମ୍ପତ୍ତି କହିଛନ୍ତି କି ତାଙ୍କ ବିବାହରେ ୧୩୦ ଜଣ ଯାତ୍ରୀ ସାମିଲ ଥିଲେ, ଯେଉଁମାନେ ଆରଟିପିସିଆର ଟେସ୍ଟ କରିଥିଲେ ଓ ନେଗେଟିବ ରିପୋର୍ଟ ଆସିବା ପରେ ହିଁ ଫ୍ଲାଇଟରେ ଯାତ୍ରା କରିଥିଲେ ।