ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଅନେକ ବୃକ୍ଷ ଅଥବା ଗଛ ଗୁଡ଼ିକର ମହତ୍ଵ ବିଷୟରେ ବର୍ଣନା କରାଯାଇଛି । ଗଛଟିର ଫୁଲ, ଫଳ, ଚେର, ଡାଳ, ପତ୍ର ଏବଂ ତାହାର ବିଜ ମାନଙ୍କର ଗୁଣ ମଧ୍ୟ ଉଲ୍ଲେଖ କରାଯାଇଛି । ବନ୍ଧୁଗଣ ଏଭଳି ଏକ ଚମତ୍କାରୀ ଗଛ ଅଛି ଯାହାର ଗୁଣ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବଂ ଆପଣଙ୍କୁ ସେଥିରୁ ବହୁତ ଲାଭ ମଧ୍ୟ ମିଳିବ । ଆସନ୍ତୁ ଜାଣିବା ସେହି ଗଛଟିର ନାମ ଏବଂ ଗୁଣ ବିଷୟରେ ।
ବନ୍ଧୁଗଣ ସେହି ଗଛାତିର ନାମ ହେଉଛି ଡାଳିମ୍ବ ଗଛ । ଆପଣ ମାନେ ଜାଣିଥିବେ ଯେ ଏହି ଡାଳିମ୍ବ ଫଳଟିକୁ ମାତା ଲକ୍ଷ୍ମୀ, ପାର୍ବତୀ, କାଳୀଙ୍କ ପାଖେ ଭୋଗ ଲଗାଇଲେ ମାତା ଖୁସି ହୋଇ ଆପଣଙ୍କୁ ମନଲାଖି ବର ଦାନ କରିଥାନ୍ତି । ବନ୍ଧୁଗଣ ସବୁ ଫଳ ମାନଙ୍କର କିଛି ମହତ୍ଵ ଗୁଣ ବିଶେଷ ଥାଏ । ଏଥି ମଧ୍ୟରୁ ଡାଳିମ୍ବ ଅନ୍ୟତମ । ଡାଳିମ୍ବ ଅତ୍ୟନ୍ତ ସ୍ୱାସ୍ଥ୍ୟକର ଫଳଟିଏ । ଯଦି କୌଣସି ବ୍ୟକ୍ତି ଏହି ଫଳଟିକୁ ଦିନକୁ ଗୋଟିଏ ଗୋଟିଏ ଖାଏ ତେବେ ତାହାର ଅନେକ ରୋଗ ନଷ୍ଟ ହୋଇଥାଏ ।
ବନ୍ଧୁଗଣ ଡାଳିମ୍ବର ଏହି ଗୁଣଟି ମଣିଷର ଭାଗ୍ୟକୁ ଉଜ୍ବଳ କରିପାରେ । ବନ୍ଧୁଗଣ ଯଦି ଆପଣଙ୍କର ଭାଗ୍ୟରେ ତାଲା ପଡିଅଛି ତେବେ ଏହା ଆପଣଙ୍କ ଭାଗ୍ୟକୁ ଖୋଲି ଦେଇପାରେ । ବନ୍ଧୁଗଣ ଆପଣ ଏହି ଡାଳିମ୍ବ ଗଛ ଦ୍ଵାରା କୌଣସି ଦେବୀ ଦେବତାଙ୍କୁ ମଧ୍ୟ ପ୍ରସନ୍ନ କରି ପାରିବେ । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଡାଳିମ୍ବ ଡାଳର ମହତ୍ଵ ବିଷୟରେ ଜଣେଇବାକୁ ଯାଉଛୁ । ଏହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଯେ ଏହି ଗଛଟିର ଏତେ ମାହାତ୍ମ୍ଯ ରହିଛି । ବନ୍ଧୁଗଣ ପୁରାଣରେ ବର୍ଣ୍ଣିତ ଅଛି ଯେ ଏହି ଗଛଟିରେ ଭଗବାନ ଶ୍ରୀ ହରି ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ବାସ କରନ୍ତି । ଏଣୁ ଅନେକ ଲୋକ ଏହି ଡାଳିମ୍ବ ଗଛକୁ ଘରେ ରଖି ପୂଜା କରିଥାନ୍ତି ।
ବନ୍ଧୁଗଣ ଆପଣ ମାନେ ପ୍ରାଏ ଦେଖିଥିବେ ଯେ କେତେକ ଲୋକେ ନିଜ ଘର ଦୁଆର ମୁହଁରେ ଡାଳିମ୍ବ ଗଛ ଲଗାଇ ପୂଜା କରିଥାନ୍ତି । ଏହା ଘରର ବାସ୍ତୁ ଦୋଷ ମଧ୍ୟ ଦୂର କରିଥାଏ । ଏହା ଘରକୁ ସକାରାତ୍ମକ ଊର୍ଜାରେ ଭରି ଦେଇଥାଏ । ଏହା ଘରର ବାତା ବରଣରେ ମଧ୍ୟ ଶୁଦ୍ଧତା ଆଣିଥାଏ । ଏହା ଫଳରେ ଘରେ ଧନର ଅଭାବ ରହି ନଥାଏ । ଆପଣଙ୍କ ଘରେ ଧନର ବୃଦ୍ଧି ହୋଇଥାଏ । ବନ୍ଧୁଗଣ ଯଦି ଆପଣଙ୍କ ଜୀବନରେ ବାଧା ଆସୁଛି ତେବେ ଆପଣ ଏହି ଡାଳିମ୍ବ ଗଛଟିର ପ୍ରୟୋଗ କରିପାରିବେ । ଏହା ଏକ ସହଜ ଉପାୟ ଅଟେ । ଯେଉଁ ମାସରେ ରାହୁ ସ୍ଵାଧୀନ କ୍ଷେତ୍ରକୁ ଆସିଥାଏ । ସେହିଦିନ ଡାଳିମ୍ବ ଗଛର ଡାଳଟିଏ ଭାଙ୍ଗି ଆଣିବେ ।
ଆପଣ ଡାଳଟିଏ ଭାଙ୍ଗି ସାରିବା ପରେ ସେହି ଡାଳିମ୍ବ ଗଛଟିକୁ କ୍ଷମା ମାଗିବେ । କାରଣ ସେଥିରେ ଭଗବାନ ବାସ କରିଥାନ୍ତି । ଡାଳିମ୍ବ ଡାଲଟିକୁ ଆଣି ଆପଣଙ୍କ ଠାକୁର ଘରେ ରଖି ଦିଅନ୍ତୁ ଏହାକୁ ଧୂପ ଦୀପ, ଫୁଲ ଚନ୍ଦନ, ଅରୁଆ ଚାଉଳ, ଦେଇ ପୂଜା କରନ୍ତୁ । ଏହା ଫଳରେ ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ ଭାଗ୍ୟ ଆପଣଙ୍କ ସାଥ ଦେବ ଆପଣଙ୍କୁ ବହୁତ ଉଚିତ ଫଳ ପ୍ରାପ୍ତ ହେବ ଘରେ ଧନର ବୃଦ୍ଧି କ୍ରମଶ ହେବାରେ ଲାଗିବ । ବନ୍ଧୁଗଣ ଏହାଥିଲା ଡାଳିମ୍ବ ଗଛର ମହତ୍ଵ ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।