“କାରୋନା” ଏହି ନାମ ଶୁଣିଲେ ଯେମିତି ଶରୀରରେ ମୃତ୍ୟୁର ଆତଙ୍କ ଖେଳି ଯାଉଛି । ବିଗତ ଏକ ବର୍ଷ ହେଲା ଏହି ମହାମାରୀ ସାରା ବିଶ୍ବରେ ନିଜର ଆତଙ୍କିତର ରାଜ୍ୟ ଚଲାଉଛି । ସାରା ବିଶ୍ଵ ଏବେ ଏହି ମହାମାରୀ ପାଇଁ ଆତଙ୍କିତ ଓ ଭୟବିତ ।
ଦିନକୁ ଦିନ ଏହି ମହାମାରୀ ନିଜର କରାଲ ରୂପ ଦେଖାଇଚାଲିଛି । ଦେଶରେ ଜନତା ଏହି ରୋଗରେ ଅଧିକରୁ ଅଧିକ ଶିକାର ହେଉଥିବା ବେଳେ ଏହି ମହାମାରୀ କାରଣରୁ ଅନେକ ଲୋକ ମୃତ୍ୟୁ ବରଣ କରୁଛନ୍ତି । ଏହି କିଛିଦିନ ହେଲା ଅନେକ ପରିବାର ନଷ୍ଟ ହେଇ ଯାଇଛି ଏହି ମହାମାରୀ କାରଣରୁ । ସେ କୌଣସି ବର୍ଗର ଲୋକ ହୁଅନ୍ତୁ ବା କୌଣସି ଶ୍ରେଣୀର କେହି ଏହି ମାହାମାରୀ କବଳରୁ ବାଦ ପଡି ନାହାନ୍ତି ।
ତେବେ ଏହାର ପ୍ରଭାବ ଆମ ଓଡିଆ ଚଳଚିତ୍ର ଜଗତ ଓ ଧାରାବାହିକ ଜଗତରେ ମଧ୍ୟ ପଡିଛି । ଆମର ଅନେକ ପ୍ରିୟା କଳାକାର ଏଥିରେ ମୃତ୍ୟୁ ବରଣ କରିଥିବା ବେଳେ ଅନେକ କଳାକାର ଏହି ରୋଗରେ ଗୁରୁତ୍ଵର ଅବସ୍ଥାରେ ପୀଡିତ ଅଛନ୍ତି । ଆଜି ଆମେ ଏମିତି ଜେନ ସୁନାମଧାମି କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ଯେ ଏବେ ଏହି ରୋଗରେ ଗୁରୁତ୍ଵ ଅବସ୍ଥାରେ ପୀଡିତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ସେ ହେଉଛନ୍ତି ତପୁ ମିଶ୍ର ।
ନିକଟ ଅତୀତରେ କାରୋନା ରୋଗରେ ପୀଡିତ ହୋଇ ଗୁରୁତର ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭତରି ହୋଇଥିଲେ ତପୁ ମିଶ୍ର । ଏହା ପରେ ତାଙ୍କ ସ୍ଵାସ୍ଥ୍ୟାବସ୍ଥାରେ ଆଂଶିକ ଉରଣଟି ହୋଇଥିଲା କିନ୍ତୁ ଗତ କାଲୀ ପୁଣିଥରେ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଖରାପ ହେବାରେ ଲାଗିଥିଲା । ସେଥିପାଇଁ ତାଙ୍କୁ ଅନ୍ୟ ଏକ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଦୁଖର ଖବର ଏହା ଯେ ଗତ କିଛି ଦିନ ତଳେ ତପୁ ମିଶ୍ରଙ୍କ ବାପା କାରୋନାରେ ପୀଡିତ ହୋଇ ମୃତ୍ୟୁ ବରଣ କରିଥିଲେ ଓ ଏବେ ସେ ଏହି ରୋଗରେ ନିଜ ଜୀବନ ସହ ସଂଗ୍ରାମ କରୁଛନ୍ତି ।
ଏବେ ତାଙ୍କର ସ୍ଵାସ୍ଥ୍ୟାବସ୍ଥାରେ ଅବନତି ଘଟିଥିବାରୁ ତାଙ୍କ ପରିବାରରେ ଚିନ୍ତାର ଛାଯା ଖେଳି ଯାଇଛି । ତେବେ ଆପଣ ଜାଣିଥିବେ ଯେ ଓଡିଆ ଜଗତର ସୁନାମଧାମି ଗାୟିକା ତପୁ ମିଶ୍ର ଅନେକ ଚଳଚିତ୍ର, ଆଲବମ ଓ ଭଜନରେ ଗୀତା ଗାଈ ସାରିଛନ୍ତି । ମାତ୍ର ୧୬ ବର୍ଷ ବୟସରେ ଚଳଚିତ୍ର ‘କୁଳ ନନ୍ଦନ’ ରେ ତପୁ ମିଶ୍ର ଗୀତା ଗାଇଥିଲେ
ଏବଂ ଏହା ପରେ ସେ ପ୍ରାୟ ୧୬୦ଟି ଓଡିଆ ଚଳଚିତ୍ର ଓ ୨୨ଟି ବଙ୍ଗଳା ଗୀତାରେ ଗୀତା ଗାଈ ସାରିଛନ୍ତି । ତେବେ ତାଙ୍କର ରହି ସ୍ଵାସ୍ଥ୍ୟାବସ୍ଥାକୁ ନେଇ ସମ୍ପୂର୍ଣ ଓଡିଆ ଚଳଚିତ୍ର ଜଗତ ଓ ତାଙ୍କ ପ୍ରଶଂସକ ମାନେ ଚିନ୍ତାରେ ଥିବା ବେଳେ ତାଙ୍କ ସୁସ୍ଥ କାମନା କରିଛନ୍ତି ।