ମୃତ୍ୟୁ ପୂର୍ବରୁ Tapu ନିଜ ସ୍ଵାମୀଙ୍କ ବିଷୟରେ କହିଥିଲେ କିଛି ଏମିତି, ଦେଖନ୍ତୁ ଭାଇରାଲ Video

ବନ୍ଧୁଗଣ, ଆପଣ ମାନେ ସମସ୍ତେ ତପୁ ମିଶ୍ର ଙ୍କୁ ଅନେକ ଆଲବମ ତଥା ଚଳଚ୍ଚିତ୍ର ରେ କଣ୍ଠଦାନ କରିଥିବାର ଶୁଣିଥିବେ । ବନ୍ଧୁଗଣ ତପୁ ମିଶ୍ର ବର୍ତ୍ତମାନ ଏହି ଦୁନିଆରେ ଆମ ମାନଙ୍କ ଗହଣରେ ଆଉ ନାହାନ୍ତି । ଓଡିଆ ଇଣ୍ଡଷ୍ଟ୍ରି ର ସେ ଏଭଳି ଗାୟିକା ଥିଲେ ଯେ ଓଡିଆ ଇଣ୍ଡଷ୍ଟ୍ରି ର କଳାକାର ମାନେ ତାଙ୍କ ବିୟୋଗ କୁ ଓଡିଶା ସଙ୍ଗୀତ ଜଗତର ବହୁତ ବଡ କ୍ଷତି ବୋଲି ମନେ କରୁଛନ୍ତି ।

ବନ୍ଧୁଗଣ ଓଡିଆ ଗାୟିକା ତପୁ ମିଶ୍ର ଙ୍କର କିଛି ଏଭଳି ସ୍ମୃତି ରହିଅଛି ଯାହାକୁ ଦେଖିଲେ ହୃଦୟ ମର୍ମାହତ ହୋଇ ଯାଉଅଛି । ବନ୍ଧୁଗଣ ତପୁ ମିଶ୍ର ଙ୍କ ବିବାହ ସମୟରେ ସେ ନିଜ ସ୍ଵାମୀ ଙ୍କୁ ନେଇ କିଛି ଏଭଳି ଅନୁଭୂତି ମିଡିଆ ଆଗରେ ସେୟାର କରିଥିଲେ । ଆସନ୍ତୁ ଜାଣିବା ତାହା ସମ୍ବନ୍ଧରେ କିଛି କଥା । ବନ୍ଧୁଗଣ ତପୁ ମିଶ୍ର କହିଥିଲେ, ମୁଁ ଅତି ସାଧାରଣ ଭାବରେ ବିବାହ କରିବାକୁ ଯାଉଅଛି ।

ଯେହେତୁ ମୁଁ ଜଣେ ସେଲିବ୍ରିଟି । ଆପଣଙ୍କ ଭଲ ପାଇବା ରୁ ମୁଁ ଏତେ ଆଗକୁ ଆସି ପାରିଛି ଏଥିପାଇଁ ସମସ୍ତେ ଆଶା ରଖିଥିବେ ଯେ ବେଶ ଧୂମ ଧାମରେ ବିବାହ ହେବ ମାତ୍ର ସେ ଭଳି କିଛି ନୁହେଁ । ସାଧାରଣ ଓଡିଆ ଘରର ଝିଅ ଯେଉନଭଳି ବିବାହ କରେ ଠିକ ସେହିଭଳି ଭାବରେ ମୁଁ ବିବାହ କରିବାକୁ ଯାଉଅଛି ।

ବନ୍ଧୁଗଣ ତପୁମିଶ୍ର ନିଜ ସ୍ଵାମୀ ଙ୍କ ସମ୍ବନ୍ଧରେ କହିଥିଲେ ଯେ, ସେ ଜଣେ ବିଜନେସ ମ୍ୟାନ ଅଟନ୍ତି । କିନ୍ତୁ ତାଙ୍କୁ ସମସ୍ତେ ଗୋଟିଏ ଅଭିନେତା ହିସାବରେ ଜାଣନ୍ତି । ତାଙ୍କ ନାମ “ଦୀପକ ପୂଜାହାରୀ” ଅଟେ । ସେ ବହୁତ ଗୁଡିଏ ମେଗା ଧାରାବାହିକ ରେ ଲିଡ କରିଛନ୍ତି ।

ଏହାପରେ ସେ ସମ୍ବଲପୁରୀ ଆର୍ଟ ମଧ୍ୟ କରିଛନ୍ତି । ତପୁ ମିଶ୍ର କହିଥିଲେ ଯେ, ମୁଁ ତାଙ୍କୁ ଜାଣି ନଥିଲି । ମାତ୍ର ଯେଉଁ ସିରିୟଲ ରେ ମୁଁ ଟାଇଟେଲ ଟ୍ରାକ ଗାଇଥିଲି ସେ ସେଥିରେ ଲିଡ ରୋଲ ପଳେ କରିଥିଲେ । ଆହୁରି ମଧ୍ୟ ତପୁ ମିଶ୍ର କହିଥିଲେ ଯେ, ଆମ୍ଭେ ସେଭଳି କିଛି ଡେଟିଙ୍ଗ ମଧ୍ୟ କରି ନାହୁଁ ।

ମାତ୍ର ତାଙ୍କ ଆଡୁ ପ୍ରୋପୋଜାଲ ଥିଲା । କଥାରେ ଅଛି ଯୋଡି ଭଗବାନ ବନାଇ ଥାନ୍ତି । ମୁଁ ସମୁଦାୟ ଥରେ ତାଙ୍କୁ ଦେଖା କରିଥିଲି । ଦୀପକ ଜଣେ ଭଲ ମଣିଷ ଅଟନ୍ତି । ପ୍ରଥମେ ସିଧାସଳଖ ଦୀପକ ଙ୍କ ତରଫରୁ ବିବାହ ନିମନ୍ତେ ପ୍ରସ୍ତାବ ଆସିଥିଲା । ଏଣୁ ମୁଁ ମଧ୍ୟ ବିବାହ ପାଇଁ ରାଜି ହେଲି । ବନ୍ଧୁଗଣ ବର୍ତ୍ତମାନ ଗାୟିକା ତପୁ ମିଶ୍ର ଆଉ ଆମ ଗହଣରେ ଉପସ୍ଥିତ ନାହାନ୍ତି ।

ସେ କିଛିଦିନ ହେବ କୋରୋନା ସଂକ୍ରମଣ ରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସ୍ୟା ହେଉଥିଲେ । ଏହାପରେ ସ୍ଥିତି ସାଂଘାତିକ ହେଲା ଏବଂ ଏହାପରେ ସେ ଇହକାଳ ତ୍ୟାଗ କରି ଆର ପାରି କୁ ଚାଲିଗଲେ ।

Leave a Reply

Your email address will not be published. Required fields are marked *