ବର୍ତ୍ତମାନ ସମୟରେ ତପୁ ମିଶ୍ରଙ୍କ ଶେଷ ଭିଡିଓ ଯେଉଁଥିରେ ସେ ନିଜର ଫ୍ୟାନମାନଙ୍କ ସହ କଥାବାର୍ତ୍ତା ହେଉଛନ୍ତି ତାହା ବହୁତ ଭାଇରାଲ ହେଉଛି । ଏଥିରେ ସେ ପ୍ରଥମେ ନିଜ ବାପାଙ୍କ ବିଷୟରେ ଓ ସ୍ଵାମୀଙ୍କ ବିଷୟରେ ନିଜର ଫ୍ୟାନମାନଙ୍କ ସହ କଥାବାର୍ତ୍ତା କରୁଛନ୍ତି । ଏହି ଭିଡିଓରେ ସେ ନିଜ ବିଷୟରେ ବି ବହୁତ କିଛି କହୁଛନ୍ତି କି ତାଙ୍କୁ କଣ ଭଲ ଲାଗେ ଓ କଣ ଭଲ ଲାଗେ ନାହିଁ ।
ଆଜି ଆମେ ଆପଣଙ୍କୁ ଆଙ୍କର କିଛି ଫେବରେଟ ଜିନିଷ ବିଷୟରେ କହିବୁ । ସେ ସ୍କୁଲ ଦିନ କଥା ମନେ ପକାଇ କହିଲେ କି ମୁଁ ନିଜର ସ୍କୁଲ ସାଙ୍ଗମାନଙ୍କୁ ବହୁତ ଷ୍ଟାଇଲ ଶିଖାଉ ଥିଲି । ମୋତେ ବିଭିନ୍ନ ପ୍ରକାରର ନେଲପଲିସ ନଖରେ ପିନ୍ଧିବାକୁ ଭଲ ଲାଗେ ।
ମୁଁ ନିଜର ସାଙ୍ଗମାନଙ୍କୁ ନେଲ ପଲିସ ବିଷୟରେ ବହୁତ କିଛି ଜ୍ଞାନ ବି ଦେଉଥିଲି । ସେ ଆଗକୁ କହିଲେ କି ବର୍ତ୍ତମାନ ମୁଁ ନିଜର ଚୁଟିକୁ ନେଇ ବହୁତ ଏକ୍ସପେରିମେଣ୍ଟ କରୁଛି । ମୁଁ ବହୁତ କିଛି ଏକ୍ସପେରିମେଣ୍ଟ କରିସାରିଛି ଓ ଏହା ମୋର ଶେଷ ଏକ୍ସପେରିମେଣ୍ଟ ଅଟେ ନିଜ ଚୁଟି ସହ । ମୁଁ ନିଜର ଚୁଟିରେ ଆଉ କୌଣସି ବି ପ୍ରକାରର ଷ୍ଟାଇଲ କରିବେ ନାହିଁ ବୋଲି ତପୁ ମିଶ୍ର ନିଜର ଫ୍ୟାନମାନଙ୍କୁ କହୁଛନ୍ତି ।
ତାଙ୍କୁ ଜଣେ ତାଙ୍କର ଫ୍ୟାନ ପ୍ରଶ୍ନ କରିଲେ କି କଣ ଆପଣଙ୍କୁ ଚିଙ୍ଗୁଡି ଭଲ ଲାଗେ । ତେବେ ସେ କହିଲେ କି ମୋତେ ଚିଙ୍ଗୁଡି ବହୁତ ପସନ୍ଦ । ଅନ୍ୟ ଏକ ଫ୍ୟାନର ପ୍ରଶ୍ନର ଜବାବ ଦେଇ ତପୁ ମିଶ୍ର କହିଲେ କି ମୋତେ ମିଠା ଭଲ ଲାଗେ ନାହିଁ ।
ମୋତେ କେବଳ କୋଲ୍ଡ ଡ୍ରିଂକ୍ସ, ରବଡି ବାଲା ଆଇସକ୍ରିମ, ଫ୍ରୁଟ କଷ୍ଟର୍ଡ ଭଲ ଲାଗେ । ବେଳେ ବେଳେ ଖାଇବା ପରେ ମୋତେ ମିଠା ଦରାକର ପଡେ । କିନ୍ତୁ ମିଠା ଏତେ ବି ପସନ୍ଦ ନୁହେଁ । ତପୁ ମିଶ୍ର ଆଗକୁ କହିଲେ କି ମୋତେ ଚକୋଲେଟ ବି ବହୁତ ଭଲ ଲାଗେ ।
ଚକୋଲେଟ ଖାଇ ଖାଇ ମୁଁ ମୋଟା ହେଇଛି । ବର୍ତ୍ତମାନ ମୁଁ ଚକୋଲେଟ ଛାଡି ଦେଇଛି । ମୁଁ ବର୍ତ୍ତମାନ ଡାଇଟରେ ଅଛି । ସେ କହିଲେ କି ମୋତେ ବିରିୟାନୀ ବହୁତ ଭଲ ଲାଗେ । ମୁଁ ଯେତେବେଳେ ବିରିୟାନୀ ଖାଏ ମୋତେ ଜଣା ପଡେ ନା ହିଁ କି ଏହା ଗୋଟିଏ ପ୍ଳେଟ ନା ୨ ଟା ପ୍ଳେଟ ।
ମୋତେ କଟକର ବିରିୟାନୀ ଭୁବନେଶ୍ଵର ବିରିୟାନୀ ସବୁଠୁ ଅଧିକ ଭଲ ଲାଗେ । ଭୁବନେଶ୍ଵରର ଗୋଟିଏ ୨ ଟା ସ୍ଥାନର ବିରିୟାନୀ ଭଲ ଲାଗେ । ମୋତେ ଆଇସକ୍ରିମ ବି ଭଲ ଲାଗେ । ଏହିଭଳି ଭାବରେ ସେ ନିଜର ଫ୍ୟାନମାନଙ୍କର ପ୍ରଶ୍ନର ହସି ହସି ଜବାବ ଦେଉଛନ୍ତି । ଏହା ଛଡା ତପୁ ମିଶ୍ର ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର କିଛି ଫେବରେଟ ଫୁଡର ଫଟୋ ବି ଶେୟାର କରିଛନ୍ତି ।