Tarang ଟିଭିର ମାୟା ସିରିଏଲରେ ଅଭିନୟ କରୁଥିବା କଳାକାର ମାନଙ୍କ Real Name

ତରଙ୍ଗ ଟିଭି ସିରିଏଲରେ ପ୍ରସାରିତ ହେଉଥିବା ମାୟା ସିରିଏଲ ନିଶ୍ଚିତ ରୂପରେ ଦେଖୁଥିବେ । ପ୍ରାୟତଃ ଦର୍ଶକମାନଙ୍କର ଏହା ପସନ୍ଦିତା ସିରିଏଲ ଅଟେ । ଏହା ସହିତ ଏହାର ପ୍ରତ୍ୟକ କଳାକାରମାନଙ୍କୁ ବି ଦର୍ଶକମାନଙ୍କର ବହୁତ ଭଲ ପାଇବା ମିଳିଥାଏ । ବିଶେଷ କରି ମୁଖ୍ୟ ଅଭିନେତା ଓ ଅଭିନେତ୍ରୀଙ୍କୁ ବି ଦର୍ଶକମାନେ ଖୁବ ପସନ୍ଦ କରନ୍ତି ।

ଏହା ସହିତ ଏହି ସିରିଏଲର କାହାଣୀ ଓ କଳାକାରମାନଙ୍କର ଦମଦାର ଅଭିନୟ କାରଣରୁ ଏହା ଟିଭି ସିରିଏଲ ଦୁନିଆରେ ଟପରେ ଅଛି । ଆପଣମାନଙ୍କ ମଧ୍ୟରୁ ବି ପ୍ରାୟତଃ ଲୋକମାନେ ସବୁଦିନ ଏହି ସିରିଏଲ ଦେଖୁଥିବେ । କିନ୍ତୁ କଣ ଏହି ସିରିଏଲରେ ଅଭିନୟ କରୁଥିବା କଳାକାରମାନଙ୍କ ରିୟଲ ନାଁ ଜାଣିଛନ୍ତି । ଆଜି ଆମେ ଆପଣଙ୍କୁ ଏହି ସିରିଏଲର ଆପଣଙ୍କର ପସନ୍ଦିତା କଳାକାର ମାନଙ୍କର ରିୟଲ ନାଁ କଣ କହିବୁ ।

ରୁଦ୍ରୀ

ରୁଦ୍ରୀ ଏହି ସିରିଏଲରେ ମୁଖ୍ୟ ଅଭିନେତ୍ରୀ ରୂପରେ ନଜର ଆସନ୍ତି । ତାଙ୍କର ଅଭିନୟକୁ ଦର୍ଶକମାନେ ବହୁତ ପସନ୍ଦ ବି କରନ୍ତି । କହିଦେଉଛୁ କି ରୁଦ୍ରୀଙ୍କ ଅସଲ ନାଁ ଜସ୍ମିନ ରଥ ।

ଗାର୍ଗୀ

ଗାର୍ଗୀ ଏହି ସିରିଏଲରେ ନାଗେଶଙ୍କ ମା ଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ଗାର୍ଗୀଙ୍କ ଅସଲ ନାଁ ହେଉଛି ମମତା ନନ୍ଦ ।

ମଞ୍ଜରି

ମଞ୍ଜରି ବି ଏହି ସିରିଏଲରେ ସହ କଳାକାର ରୂପରେ ନଜର ଆସନ୍ତି । ତାଙ୍କର ଅସଲ ନାଁ ଅମ୍ବିକା ସିହ୍ନା ଅଟେ ।

ରାଖୀ

ରାଖୀଙ୍କୁ ଆପଣମାନେ ଏହି ସିରିଏଲରେ ନାଗେଶଙ୍କ ପିଇଶି ଭୂମିକାରେ ଦେଖିଥିବେ । ରାଖୀଙ୍କ ଅସଲ ନାଁ ହେଉଛି ଶ୍ରାବଣୀ ପଣ୍ଡା ।

କୁନା

ନାଗେଶଙ୍କ ମାମୁଁ ଭୂମିକାରେ ଅଭିନେତା କୁନା ନଜର ଆସନ୍ତି ଏହି ସିରିଏଲରେ କୁନାଙ୍କ ଅସଲ ନାଁ ହେଉଛି ବିରାଜ କୁମାର ।

ନାଗେଶ

ମାୟା ସିରିଏଲରେ ନାଗେଶ ମୁଖ୍ୟ ଅଭିନେତା ରୂପରେ ଅଭିନୟ କରନ୍ତି । ନାଗେଶଙ୍କ ପ୍ରକୃତ ନାଁ ମାନସ ମହାପାତ୍ର ଅଟେ ।

ନନ୍ଦୁ

ନନ୍ଦୁଙ୍କୁ ଆପଣମାନେ ନିଶ୍ଚିତ ରୂପରେ ଏହି ସିରିଏଲରେ ଦେଖିଥିବେ । ନନ୍ଦୁ ଅସଲ ଜୀବନରେ ସେ ଇତିଶ୍ରୀ ପ୍ରିୟଦର୍ଶନୀ ନାଁରେ ପରିଚିତ ଅଟନ୍ତି ।

ଅଲ୍କା

ଅଲ୍କାଙ୍କ ଦମଦାର ଅଭିନୟ ଆପଣ ସମସ୍ତେ ନିଶ୍ଚିତ ଦେଖିଥିବେ । ଅଲ୍କାଙ୍କ ପ୍ରକୃତ ନାଁ ହେଉଛି ପ୍ରତିଭା ମହାରଣା ।

ମୋହନ

ମୋହନ ଏହି ସିରିଏଲରେ ନାଗେଶଙ୍କ ଭାଇ ଭୂମିକାରେ ଅଭିନୟ କରନ୍ତି । ମୋହନଙ୍କ ପ୍ରକୃତ ନାଁ ହେଉଛି ଅଭିଷେକ ।

ଗିରୀଶ

ଗିରୀଶ ଏହି ସିରିଏଲରେ ନାଗେଶଙ୍କ ବାପାଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ଗିରୀଶଙ୍କ ଅସଲ ନାଁ ହେଉଛି ପିୟୁଷ ତ୍ରିପାଠୀ ।

ଶିବାୟ

ଶିବାୟ ଏହି ସିରିଏଲରେ ନନ୍ଦୁଙ୍କ ବୟଫ୍ରେନ୍ଡ ଭୂମିକାରେ ଅଭିନୟ କରୁଥିବାର ନଜର ଆସନ୍ତି । ଶିବାୟଙ୍କ ପ୍ରକୃତ ନାଁ ହେଉଛି ସୌରବ କୁମାର ।

Leave a Reply

Your email address will not be published. Required fields are marked *