Taranga ଟିଭିର ଅଭିନୟ କରୁଥିବା ଅଭିନେତ୍ରୀ ମାନଙ୍କ ଶିକ୍ଷାଗତ ଯୋଗ୍ୟତା କେତେ ?

ଓଲିଉଡ ଜଗତର କଳାକାର ମାନେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଛନ୍ତି । କିଛି କଳାକାର ମାନେ ନିଜର ବ୍ୟକ୍ତିଗତ ଲାଇଫ ଷ୍ଟାଇଲ କୁ ନେଇ ମଧ୍ୟ ବେଶ ଚର୍ଚ୍ଚାରେ ରହିଛନ୍ତି । କିଛି କଳାକାର ମାନେ ନିଜର ଅଭିନୟ ବ୍ଯତୀତ ଲୁକ ଓ ଅନ୍ଦାଜ ପାଇଁ ସୋସିଆଲ ମିଡିଆରେ ଖୁବ ସକ୍ରିୟ ରହିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ତରଙ୍ଗ ଟିଭିର ସେଲିବ୍ରେଟି ମାନଙ୍କର ପ୍ରକୃତ ଶିକ୍ଷାଗତ ଯୋଗ୍ୟତା କଣ ରହିଛି ସେହି ବିଷୟରେ କହିବାକୁ ଯାଉଛୁ ।

୧- ଇତି : ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ସିରିଏଲ “ସିନ୍ଦୁରର ଅଧିକାର” ରେ ଇତି ମୁଖ୍ୟ ନାୟିକା ଭାବେ ଅଭିନୟ କରୁଛନ୍ତି । ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ସେ ଗ୍ରାଜ୍ୟୁସନ କରିଛନ୍ତି । ବର୍ତ୍ତମାନ ସେ ହୋଟେଲ ମ୍ୟାନେଜମେଣ୍ଟ କରୁଛନ୍ତି ।

୨- ତାରା : “ତାରିଣୀ ଆଖିରେ ତାରା” ସିରିଏଲରେ ଅଭିନେତ୍ରୀ ତାରା ଖୁବ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ତାଙ୍କର ଅଭିନୟ ସବୁଠାରୁ ଭିନ୍ନ ଅଟେ । ସେ ଗ୍ରାଜ୍ୟୁସନ ଶେଷ କରିଛନ୍ତି ।

୩- ଐଶ୍ଵରୀୟା : “ଝିଅ ଆମର ନୂଆ ବୋହୁ” ସିରିଏଲରେ ଐଶ୍ଵରୀୟା ଝିଅ ଭୂମିକାରେ ଜବରଦସ୍ତ ଅଭିନୟ କରୁଛନ୍ତି । ଯାହା ଦ୍ଵାରା ସେ ଖୁବ ଲୋକପ୍ରିୟତା ହାସଲ କରି ପଡ଼ିଛନ୍ତି । ସେ ଗ୍ରାଜ୍ୟୁସନ ଶେଷ କରିବା ସହ ଅଭିନୟ ସ୍କୁଲରେ ପାଠ ପଢାଉଛନ୍ତି ।

୪- ମଙ୍ଗଳା : “ମଙ୍ଗଳା ଚରଣ “ସିରିଏଲରେ ଆପଣ ମାନେ ଲିଡ ନାୟିକା ଭାବେ ମଙ୍ଗଳା ଙ୍କୁ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ମଙ୍ଗଳା ଖୁବ ସୁନ୍ଦର ଅଭିନୟ କରି ଲୋକପ୍ରିୟ ହୋଇଛନ୍ତି । ସେ ବିଜ୍ଞାନରେ ଗ୍ରାଜ୍ୟୁସନ ଶେଷ କରିଛନ୍ତି ।

୫- ତାରିଣୀ : “ତାରିଣୀ ଆଖିରେ ତାରା” ସିରିଏଲରେ ଖୁବ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କୁ ନିଜ ଅଭିନୟ ଯାଦୁରେ ବାନ୍ଧି ରଖିଥିବା ଅଭିନେତ୍ରୀ ହେଉଛନ୍ତି ତାରିଣୀ । ତାଙ୍କର ଅଭିନୟ ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସୁଛି । ସେ ବି-ଟେକ ଶେଷ କରିଛନ୍ତି ।

୬- ପୂଜା : “ଝିଅ ଆମର ନୂଆ ବୋହୁ” ସିରିଏଲରେ ମୁଖ୍ୟ ଅଭିନେତ୍ରୀ ଭାବେ ପୂଜା ନଜର ଆସୁଛନ୍ତି । ପୂଜା ଏହି ସିରିଏଲରେ ଭଲ ଝିଅ ହେବାର ଭୂମିକାରେ ବେଶ ସୁନ୍ଦର ଭାବେ ନିଭାଉଛନ୍ତି । ସେ ଫକିରମୋହନ କଲେଜରୁ ଗ୍ରାଜ୍ୟୁସନ ଶେଷ କରିହକନ୍ତି । ଏହା ସହ ଫ୍ୟାସନ ଡିଜାଇନର ଅଟନ୍ତି ।

୭- ଶ୍ରଦ୍ଧା : “କୁଆଁରୀ ବୋହୁ” ସିରିଏଲରେ ମୁଖ୍ୟ ଅଭିନେତ୍ରୀ ଭାବେ ଶ୍ରଦ୍ଧା ଅଭିନୟ କରି ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ଶ୍ରଦ୍ଧା ଏହି ସିରିଏଲରେ ଭଲ ବୋହୁ ହେବା ସହ ଜଣେ ଭଲ ସ୍ତ୍ରୀ ହେବାର ଭୂମିକାରେ ନିଖୁଣ ଭାବେ କରୁଛନ୍ତି । ସେ ଉତ୍କଳ ୟୁନିଭର୍ସିଟି ରୁ ପିଜି ଶେଷ କରିଛନ୍ତି ।

୮- ରୁଦ୍ରୀ : “ମାୟା” ସିରିଏଲରେ ମୁଖ୍ୟ ନାୟିକା ଭାବେ ରୁଦ୍ରୀ ନିଜର ଜବରଦସ୍ତ ଅଭିନୟ ଜାରି ରଖିଛନ୍ତି । ତାଙ୍କର ଅଭିନୟ ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସୁଛି । ସେ ବର୍ତ୍ତମାନ +୩ ପଢୁଛନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *