ତଥ୍ୟ ସଂଗ୍ରହ ପାଇଁ ସାମ୍ବାଦିକ School ଗଲେ ଏବେ ନିଆଯିବ Action… ଦେଖନ୍ତୁ କଣ ସମ୍ପୂର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ । ମନ୍ତ୍ରୀ ଅଧ ବାଟରେ ପଚାରି ପାରିବେ ଦିଦି ତୁମର ଏତେ ଲେଟ କେମିତି ହେଲା ? ସାମ୍ବାଦିକ କ୍ୟାମେରା ନେଇ ସ୍କୁଲରେ ପଚାରି ପାରିବେନି ଶିକ୍ଷକ କଣ ଲେଟରେ ଆସନ୍ତି ? ମନ୍ତ୍ରୀ ଯାଇ ସ୍କୁଲରେ ପିଲାଙ୍କୁ ପଣିକିଆ ପଚାରିବେ ପିଲା ନ କହି ପାରିଲେ ଦରମା ବନ୍ଦ କରିବେ । ସାମ୍ବାଦିକ କ୍ୟାମେରା ଆଗରେ କୌଣସି ଶିକ୍ଷକଙ୍କ ଦୋଷ ତ୍ରୁଟି ଦେଖାଇଲେ ପାପ ? ସ୍କୁଲରେ କେମିତି ପାଠ ପଢା ଚାଲିଛି, ବ୍ୟବସ୍ଥା ଭିତରେ ସବୁ ଠିକ ଚାଲିଛି ନା ନାହି ମନ୍ତ୍ରୀ ଅନୁଧ୍ୟାନ କରିପାରିବେ । ସ୍କୁଲରେ କଣ ସବୁ ଅବ୍ୟବସ୍ଥା ରହିଛି ଜାଣିବା ପାଇଁ ସାମ୍ବାଦିକ କ୍ୟାମେରା ନେଇ ସ୍କୁଲ ଯାଇ ପାରିବେ ନାହି ।

5-Tରେ ଆଉ ଗୋଟିଏ T, ଟୁର ପାଇଁ ଯୋଡି ଦିଆଗଲା ସେଇ ଟୁର କେବଳ ମନ୍ତ୍ରୀ ଓ ବାବୁ ମାନେ କରି ପାରିବେ । ତଥ୍ୟ ସଂଗ୍ରହ ପାଇଁ ସାମ୍ବାଦିକ T ରେ ଟୁର କରିଲେ ଅଡୁଆ ହେବ । A ରେ ଆକ୍ସନ ବା ନିଆଯିବ କାର୍ଜ୍ଯାନୁଷ୍ଠାନ । ମନ୍ତ୍ରୀ ସ୍କୁଲ ଯାଇ ପାରିବେ ଆଉ ଶିକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରି ପାରିବେ ।

ଏମିତିକି ମନ୍ତ୍ରୀ ବାଟ ଘାଟରେ ଶିକ୍ଷକ ମାନଙ୍କୁ ଦେଖିଲେ କାହିଁଙ୍କି ଡେରି ହେଲା ବୋଲି ପଚାରି ପାରିବେ । ଆଉ ଏହାର ଭିଡିଓ ଖୋଦ ପୋଷ୍ଟ ବିଭାଗ ପକ୍ଷରୁ ପ୍ରତେକ୍ଷ ରେ ହେଉ ବା ପରୋକ୍ଷ ରେ ହେଉ ଏମିତି ଫସାଇ ଦିଆଯିବ ଯେ ଏମିତି ମନ୍ତ୍ରୀ ସମୀର ଦାସଙ୍କ ଭଳି ଆଉ ତତ୍ପର ମନ୍ତ୍ରୀ ଆଉ କେହି ନାହାନ୍ତି ।

ବର୍ତ୍ତମାନ ସ୍କୁଲ ପରିସରରେ କ୍ୟାମେରା କଟକଣା ଲାଗୁ ହେବା ପରେ ପ୍ରଶ୍ନ ଆସୁଛି । ଏବେ ମନ୍ତ୍ରୀ ସ୍କୁଲ ପରିଦର୍ଶନ ପାଇଁ ଗଲେ ନିଜେ କ୍ୟାମରା ମ୍ୟାନ ସାଥିରେ ନେଇକି ଯିବେ । ନ ହେଲେ ମନ୍ତ୍ରୀ ସ୍କୁଲ ଯାଇଥିଲେ ସ୍ଥିତିର ଅନୁଧ୍ୟାନ କରିଲେ ଏବଂ ପିଲାଙ୍କୁ ପଣିକିଆ ବି ପଚାରିଲେ ଲୋକେ ଜାଣିବେ କେମିତି ?

ନିଜେ ଯେଉଁ କଥା କରିଲେ ତାହା ଠିକ କରିଲେ ସେଇ ସମାନ କଥା ଜାଣିବାର ପ୍ରୟାସ ସାମ୍ବାଦିକ କରିଲେ ଭୁଲ ହୋଇ ଯାଉଛି ବା କେମିତି ? ସ୍କୁଲ ଭିତରେ ଏଭଳି କଟକଣା କାହିଁକି କରାଗଲା ଯେତିକି ପ୍ରଶ୍ନ ସୃଷ୍ଟି କରୁ ନାହି ସ୍କୁଲର ଗଣ ଶିକ୍ଷା ବିଭାଗର ଆଭିମୁଖ୍ଯ କୁ ନେଇ ସେତିକି ସନ୍ଦେହ ସୃଷ୍ଟି ହେଉଛି ।

କାହିଁଙ୍କି ନାଁ ଯେଉଁଠି 5-T ଜରିଆରେ ସ୍କୁଲ ର ବ୍ୟବସ୍ଥାକୁ ସୁଧାର ଆଣିବା ପାଇଁ କୁହା ଯାଇଛି ଠିକ ସେତେବେଳେ କଣ ଲୁଚାଇବା ପାଇଁ ଗଣ ଶିକ୍ଷା ମନ୍ତ୍ରୀ ଉଦ୍ୟମ କରୁଛି ? ତେବେ ଏହି ସବୁ ପ୍ରଶ୍ନ ଏଥିପାଇଁ ଉଠୁଛି କାରଣ ଗତ କିଛି ଦିନ ତଳେ ଶିକ୍ଷା ମନ୍ତ୍ରୀ ସମୀର ଦାସ ସ୍କୁଲ ଅନୁଧ୍ୟାନ କରିବାକୁ ଯାଇ ପିଲାଙ୍କୁ ପାଣିକା ପଚାରିବାରୁ ସେମାନେ ନ କହିବାରୁ ଶିକ୍ଷକଙ୍କର ଦରମାର କାଟ କରିଥିଲେ ।

ଅନ୍ୟ ପକ୍ଷରେ ସାମ୍ବାଦିକ ମାନେ ଶିକ୍ଷକଙ୍କୁ ସ୍କୁଲରେ ଯାଇ ପ୍ରଶ୍ନ କରିଥିବାରୁ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *