ଥକାନ ହଟାନ୍ତୁ, ଶକ୍ତି ବଢାନ୍ତୁ, ଏହି 3ଟି ଘରୋଇ ଉପାୟ ଦ୍ଵାରା- Dr. Balaji Tambe

ଆଜିକା ସମୟରେ ଗରମ ଏତେ ବଢି ଗଲାଣି ବହୁତ ଲୋକଙ୍କ ଶରୀର ଏହାକୁ ସମ୍ଭାଳି ପାରୁ ନାହିଁ ଓ ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହେଉଛି, ତେବେ କୌଣସି ମଣିଷର ଶରୀର ସ୍ଵସ୍ଥ ରହିଲେ ମନ ଭଲ ରହିଥାଏ । ତେବେ ଆପଣଙ୍କୁ ନିଜ ସ୍ଵାଥ୍ୟ ନଡିଆ ପରି ରଖିବା ଉଚିତ ବାହାରୁ କଠୋର ଭିତରୁ ନରମ ।

କାହିଁକିନା ଆଜି କାଲୀ ଯେମିତିକା ରୋଗ ଆସିଲାଣି ଯଦି ଆପଣଙ୍କ ହାଡ ମଜବୁତ ରହିବ ନାହିଁ ତେବେ ଆପଣଙ୍କୁ କୌଣସି ପ୍ରକାର ରୋଗ ବହୁତ ସହଜରେ ହୋଇ ପାରେ । ତେବେ ହାଡ ମଜବୁତ କରିବା ପାଇଁ ଆଜି ଆମେ ଆପନାଙ୍କୁ ଘରୋଇ ଜିନିଷ ବିଷୟରେ କହିବାକୁ ଯାଉଛୁ ।

Image Courtesy: Google

ପ୍ରାୟତଃ ଆପଣ ମାନେ କ୍ଷୀର ପିଆନ୍ତି ତେବେ ଆପଣଙ୍କୁ କ୍ଷୀର ପିବା ଉଚିତ କିନ୍ତୁ ଏହି କ୍ଷୀରରେ ଆପଣ କିସମିସ ଗୁଣ୍ଡ ପକାନ୍ତୁ ମାର୍କେଟରୁ ଭଲ ଓ ସଫା କିସମିସ ଆଣନ୍ତୁ ଓ ଏହାକୁ ଶୁଖାଇ ଏହାର ଗୁଣ୍ଡ ତିଆରି କରନ୍ତୁ ଓ ଗୋଟେ ଗ୍ଳାସ କ୍ଷୀରରେ ଗୋଟେ ଚାମଚ ଗୁଣ୍ଡ ପକାନ୍ତୁ ସୁଆଦ ପାଇଁ ଆପଣ ମିଶିରି ବ୍ୟବହାର କରି ପାରିବେ ଧ୍ୟାନ ରଖନ୍ତୁ ଚିନୀ ମିଶାନ୍ତୁ ନାହିଁ ମିଶିରି ଗୁଣ୍ଡ ପକାନ୍ତୁ ଏହା ଆପଣଙ୍କ ପେଟ ଥଣ୍ଡା କରିଥାଏ ଓ କ୍ଷୀର ଓ କିସମିସ ଆପଣଙ୍କ ହାଡ ମଜବୁତ କରିଥାନ୍ତି ।

Image Courtesy: Google

ତେବ ଏହାକୁ ୨ ସପ୍ତାହ କରନ୍ତୁ ଆପଣଙ୍କ ହାଡ ମଜବୁତ ହୋଇଯିବ ଓ ଆପଣଙ୍କୁ ବହୁତ ଆରାମ ମିଳିବ । ଏହା ପରେ ମାଂସ, ପେଶୀ ମଜବୁତ କରିବା ପାଇଁ ପ୍ରତିଦିନ ୨ଥର ନଡିଆ କ୍ଷୀର ଦୁଇ ଦୁଇ ଚାମଚ କରି ସେବନ କରନ୍ତୁ ଅଧିକ ମାତ୍ରାରେ ସେବନ କରନ୍ତୁ ନାହିଁ । ଏହା ପରେ ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତା ବଢେଇବା ପାଇଁ ଆପଣଙ୍କୁ କିଛି ପିସ୍ତା ବାଦାମ ରାତିରେ ଭେଦେଇ ରଖିବାକୁ ହବ ସକାଳେ ଉଠି ଏହାକୁ ଚୋପା ଛଡାଇ ବାଟି ନିଅନ୍ତୁ ।

Image Courtesy: Google

ଏହା ପରେ ଗୋଟେ ଗ୍ଳାସ କ୍ଷୀରରେ ଏହାକୁ ଭଲ ଭାବରେ ଫୁଟେଇ ଦିଅନ୍ତୁ ଏହା ପରେ ଏହାକୁ ଭଲ ଭାବରେ ଫୁଟିବା ପରେ ଏଥିରେ ଗୋଟେ ଚାମଚ ଘିଅ ପକାନ୍ତୁ ଓ ସ୍ଵାଦ ଅନୁଯାଇ ମିଶିରି ପକାନ୍ତୁ, ଦେଖିବେ ଆପଣଙ୍କ ଶରୀର ବହୁତ ଊର୍ଜାବାନ ଅନୁଭବ କରିବ ଓ ଆପଣଙ୍କୁ ବହୁତ ରୋଗରୁ ମୁକ୍ତି ମଧ୍ୟ ମିଳିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *