ଠାକୁରଙ୍କର ଛଡ଼ା ଫୁଲ କେତେବେଳେ କାଢିବେ ? ଫୁଲ କେତେବେଳେ ଲାଗି କରାଇବା ? ଦେଖନ୍ତୁ Daily Puja Vidhi

ବନ୍ଧୁଗଣ ଯେବେ ଆମେ ଠାକୁର ପୂଜା କରୁଛେ ସେତେବେଳେ ଆମକୁ ଭାବ ର ସହ କରିବାକୁ ପଡିଥାଏ । କାରଣ ପୂଜା କରିବା ଦ୍ଵାରା ଆମେ ମାନସିକ ଶାନ୍ତି ପାଇଥାଉ । ଖାଲି ମାନସିକ ଶାନ୍ତି ମିଳିଥାଏ ତାହା ନୁହେଁ ବରଂ ଘରେ ଥିବା ନେଗେଟିଭ ଶକ୍ତି ଦୂର ହୋଇଥାଏ ଏବଂ ପଜେଟିଭ ଊର୍ଜାର ସମାଗମ ହୋଇଥାଏ । ତେଣୁ ପୂଜା କରିବା ପାଇଁ ଆମକୁ ଭାବ ର ଆବଶ୍ୟକତା ରହିଛି । ଭାବ ବିନା ପୂଜା ନିରର୍ଥକ ଅଟେ ।

ତରବର ହୋଇ କେବେ ବି ଠାକୁର ଙ୍କ ପୂଜା କରିବା ଉଚିତ ନୁହେଁ । ଆଜି ଆମେ ଆପଣଙ୍କୁ କହିବୁ ଠାକୁରଙ୍କ ଛଡା ଫୁଲ କେତେବେଳେ କାଢିବା ଉଚିତ ହୋଇଥାଏ । ମଶ୍ଚ୍ୟ ପୁରାଣ ଅନୁଯାୟୀ ପ୍ରାତଃ ଓ ସନ୍ଧ୍ୟା ସମୟରେ ଭଗବାନଙ୍କ ପୂଜା କରିବା ଉତ୍କୃଷ୍ଟ ହୋଇଥାଏ । ସନ୍ଧ୍ୟା ପୂଜା ସୂର୍ଯ୍ୟାସ୍ତ ପରେ କରିବା ଉଚିତ । ଦୈନିକ ଠାକୁର ପୂଜା କରିବାରେ ଆମେ ପଞ୍ଚ ଉପଚାରରେ କରୁଛୁ । ପଞ୍ଚ ଉପଚାର ହେଉଛି ଫୁଲ, ଧୂପ, ଦୀପ, ଗନ୍ଧ, ନୈବେଦ୍ୟ । ଏହି ୫ଟି ଉପଚାର ରେ ଆମେ ଭଗବାନଙ୍କୁ ପୂଜା କରିଥାଉ । ଏହି ପଞ୍ଚ ଉପଚାର ମଧ୍ୟରେ ଫୁଲ ଅନ୍ୟତମ ଅଟେ । ପୂଜାରେ ଫୁଲର ଆବଶ୍ୟକଟା ନିହାତି ଜରୁରୀ ଅଟେ । ପୂଜା ସମୟରେ ଫୁଲକୁ ଅଧିକ ପ୍ରାଧାନ୍ଯ ଦିଆଯାଇଛି ।

ଶ୍ରୀମଦ ଭଗବତ ଗୀତାରେ ଗୋଲାକ ବିହାରୀ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ଯେଉଁ ବ୍ୟକ୍ତି ବିଶେଷ ପତ୍ର, ଫୁଲ, ଜଳ ଅର୍ପଣ କରନ୍ତି ତାହାକୁ ଭଗବାନ କୃଷ୍ଣ ଗ୍ରହଣ କରନ୍ତି । ଆନିକ ସୁତ୍ରାବଳି ସୁନ୍ଦର ଭାବେ ପ୍ରମାଣ ଦିଅନ୍ତି କି ଯେ କୌଣସି ପତ୍ର, ଫୁଲ ବା ଫଳ ହେଉ ଯେବେ ଆମେ ଭଗବାନଙ୍କୁ ଅର୍ପଣ କରିବା ମନେ ରଖିବା ଉଚିତ ଗଛ ରୁ ଫୁଲ, ପତ୍ର, ଫଳ ବିକଶିତ ହୋଇଥିବେ ଠିକ ସେମିତି ପ୍ରଭୁ ଙ୍କ ମସ୍ତକ ରେ ଲାଗି କରାଇବା ଉଚିତ ।

ଫୁଲ ଯେମିତି ଫୁଟିଥିବ ସେମିତି ପ୍ରଭୁଙ୍କୁ ଅର୍ପଣ କରିବା ଉଚିତ । ମଧ୍ୟମା, କୁଷ୍ଠା, ଅନାମିକା ଆଙ୍ଗୁଳି ରେ ଫୁଲ ଅର୍ପଣ କରିବାର ବିଧି ରହିଛି । ଶାସ୍ତ୍ର ରେ ଲେଖା ଅଛି ଭଗବାନ ମୂର୍ତ୍ତି ବା ଫୋଟୋ ରେ ଯେଉଁ ଫୁଲ ଦେଇଥିବା ବା ଛଡା ଫୁଲ କାଢିବା ପାଇଁ ଅଙ୍ଗୁଷ୍ଠା ଓ ତର୍ଜନୀ ଆଙ୍ଗୁଳି ରେ କାଢିବା ଉଚିତ । ଠାକୁର ପୂଜା କରିବା ପୂର୍ବରୁ ଅନେକ ଲୋକ ଏମିତି ଅଛନ୍ତି ଯେଉଁ ମାନେ ଠାକୁର ଙ୍କ ଫୋଟୋ ବା ମୂର୍ତ୍ତି ରୁ ବାସୀ ଫୁଲ କାଢି ନିଅନ୍ତି ।

ରାତି ସମୟରେ ଭଗବାନ ଫୋଟୋ ରେ ଫୁଲ ରହିବା ଅନୁଚିତ । ଶାସ୍ତ୍ର କୁହନ୍ତି ସନ୍ଧ୍ୟା ଧୂପ ପରେ ଭଗବାନଙ୍କୁ ପୂଜା କରିବା ପରେ ଭଗବାନ ଙ୍କ ଫୋଟୋ ରେ ଚନ୍ଦନ ତିଳକ ଲାଗିଥିଲେ ତାହା ପୋଛିବା ଉଚିତ । ଏହା ସହ ଯେଉଁ ଫୁଲ ଅର୍ପଣ କରିଥିବେ ତାହା କାଢି ନେବା ଉଚିତ । ତାପରେ ଭଗବାନ ଙ୍କୁ ଶୟନ କରାଇବେ । ଏହା ହେଉଛି ବିଧିର ନିୟମ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *