ଠାକୁରଙ୍କ ପାଖରେ ଦୀପ ଜାଳୁଛନ୍ତି କି ? ଏହି 5ଟି କଥାକୁ ସର୍ବଦା ଧ୍ୟାନ ରଖନ୍ତୁ

ଆପଣ ମାନେ ଜାଣିଥିବେ ଭଗବାନଙ୍କ ପାଖରେ ପୂଜା କରିବା ସମୟରେ ଅନେକ ରୀତିନୀତିର ପ୍ରୟୋଗ ହୋଇଥାଏ । ଘରେ ପୂଜା କରିବା ସମୟରେ ଯେତିକି ରୀତିନୀତି ପାଳନ କରାଯାଏ ଟା ଠାରୁ ଅଧିକ ରୀତିନୀତି ମନ୍ଦିରରେ ପାଳନ କରାଯାଏ । ତେବେ ଠାକୁରଙ୍କ ପାଖରେ ପୂଜା କରିବା ସମୟରେ ଦୀପ ଲଗାଇବା ଏକ ମହତ୍ଵ ପୂର୍ଣ୍ଣ କଥା ଅଟେ । ଯାହା ଦ୍ଵାରା ଠାକୁରଙ୍କୁ ଆରତୀ କରା ଯାଇଥାଏ । ଯାହା ଦ୍ଵାରା ପୂଜାର କର୍ମ ସମ୍ପୁର୍ଣ୍ଣ ହୋଇଥାଏ ।

ଆଜି ଆମେ ଆପଣ ମାନଙ୍କୁ ଆରତୀ କରିବା ସମୟରେ ଦୀପ ଦାନ କରିବା ବେଳେ କେଉଁ କଥା ପ୍ରତି ଧ୍ୟାନ ଦେବା ଉଚିତ ସେହି ବିଷୟରେ କହିବାକୁ ଯାଉଛୁ । ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଠାକୁରଙ୍କ ପୂଜା ସମୟରେ ସବୁ ବିଧି ବିଧାନ ସହ ଦୀପ ପ୍ରସ୍ତୁତି ଠିକ ଭାବେ ହୋଇଥାଏ ତେବେ ଦେବୀ ଦେବତାଙ୍କର କୃପା ଲାଭ ହୋଇଥାଏ ।

ପ୍ରଥମେ ରହିଛି ଦେବତାଙ୍କୁ ଘିଅର ଦୀପ ଅର୍ପଣ କରିବା ସମୟରେ ଦୀପକୁ ଆପଣଙ୍କର ବାମ ପଟ ଓ ଠାକୁରଙ୍କ ଡାହାଣ ପଟକୁ ରଖିବା ଉଚିତ । ଯଦି ତେଲର ଦୀପ ପୂଜା କରିବା ସମୟରେ ଲାଗୁଛନ୍ତି ତେବେ ଆପଣଙ୍କର ଦକ୍ଷିଣ ପଟକୁ ରଖିବା ସହ ଭଗବାନଙ୍କ ବାମ ପଟକୁ ରଖନ୍ତୁ । ପୂଜା କରିବା ସମୟରେ ଅନ୍ୟ ଏକ ବିଶେଷ କଥାର ଧ୍ୟାନ ରଖିବା ଉଚିତ ।

ତାହା ହେଉଛି ପୂଜା କରିବା ସମୟରେ ଦୀପ ଯେମିତି ଅଧାରୁ ଲିଭି ନ ଯାଏ । ଏପରି ହେବା ଦ୍ଵାରା ଏହାକୁ ଅଶୁଭ ବୋଲି ମାନାଯାଏ । ଏହା ସହ ପୁଜାର ସମ୍ପୁର୍ଣ୍ଣ ଫଳ ମଧ୍ୟ ପ୍ରାପ୍ତ ହୋଇପାରେ ନାହି । ଅନ୍ୟ ଏକ ବିଶେଷ କଥା ହେଉଛି ଭଗବାନଙ୍କ ପୂଜା କରିବା ସମୟରେ ଦୀପକୁ ସର୍ବଦା ଭଗବାନଙ୍କ ଆଗରେ ଲଗାନ୍ତୁ ।

ଅନେକ ସମୟରେ ଲୋକ ମାନେ ଦୀପ ଭଗବାନଙ୍କ ଆଗରେ ନ ଲଗାଇ ଅନ୍ୟ ଜାଗାରେ ଲଗାଇଥାନ୍ତି । ଯାହା ସମ୍ପୁର୍ଣ୍ଣ ଭୁଲ ଅଟେ । ଅନ୍ୟ ଏକ କଥା ହେଉଛି ଯଦି ଘିଅର ଦୀପ ଲଗାଉଛନ୍ତି ତେବେ ସର୍ବଦା ଧଳା ରଙ୍ଗର ବଳିତା ବ୍ୟବହାର କରିବା ଉଚିତ ।

ଏହା ଛଡା ତେଲର ଦୀପ ଲଗାଉଥିଲେ ନାଲି ରଙ୍ଗର ବଳିତା ବ୍ୟଭାର କରିବା ଉଚିତ । କାରଣ ଏହାକୁ ଶାସ୍ତ୍ର ଅନୁସାରେ ଶ୍ରେଷ୍ଠ ବିଚାର କରା ଯାଇଥାଏ । ଶେଷରେ ଯେଉଁ କଥା ପ୍ରତି ଧ୍ୟାନ ଦେବା ଉଚିତ ତାହା ହେଉଛି ଭଗବାନଙ୍କ ପୂଜାରେ କେବେ ବି ଭଙ୍ଗା ଦୀପ ବ୍ୟବହାର କରନ୍ତୁ ନାହି ।

କାରଣ ଭଙ୍ଗା ଦୀପ ବ୍ୟବହାର କରିବା ଦ୍ଵାରା କେବେ ବି ଶୁଭ ଫଳ ମିଳପାରେ ନାହି । ଏହା ଥିଲା ପୂଜା କରିବା ସମୟରେ ଭଗବାନଙ୍କ ନିକଟରେ ଦୀପର ବ୍ୟବହାର କିପରି କରିବା ଉଚିତ । ଏହି ସବୁ ନୀତି ନିୟମର ପାଳନ କରିଲେ ବ୍ୟକ୍ତି ଜୀବନରେ ସୁଖ ସମୃଦ୍ଧି ଆସିବା ସହ ଧନର ଆଗମନ ହୋଇଥାଏ । ତେଣୁ ରଟେକ ବ୍ୟକ୍ତି ଏହି କଥା ପ୍ରତି ଧ୍ୟାନ ଦେବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *