ଥରକରେ ଦାନ୍ତ ବିନ୍ଧା ଭଲ ହେବ ଓ ଦାନ୍ତର ସବୁ ପୋକ ଦୂର ହେବ, ବାସ କରନ୍ତୁ ଏହାର ପ୍ରୟୋଗ- Swami Ramdev

ଦାନ୍ତ ବିଭିନ୍ନ କାରଣ ଯୋଗୁ ବିନ୍ଧି ଥାଏ । କିନ୍ତୁ ଯଦି ଆପଣ ଦାନ୍ତକୁ ସଠିକ ଭାବରେ ସଫା କରିବେ ନାହିଁ ତେବେ ଧୀରେ ଧୀରେ ଦାନ୍ତରେ କିଛି ବ୍ୟାକ୍ଟେରିୟା ରହି ଯାଆନ୍ତି ଓ ଏହି ବ୍ୟାକ୍ଟେରିୟା ଯୋଗୁ ଦାନ୍ତରେ ପୋକ ଲାଗିଥାଏ । ଏମିତିରେ ଆମ ଦାନ୍ତ ବହୁତ ଅଧିକ ବିନ୍ଧା ହୋଇଥାଏ । କିନ୍ତୁ ଆଜି ଆମେ ଦାନ୍ତ ବିନ୍ଧା ଦୂର କରିବା ପାଇଁ ଏକ ଭଲ ଉପାୟ ନେଇ ଆସିଛୁ । ଏହି ଉପାୟ ପାଇଁ ପ୍ରଥମେ ଆପଣ ଅସଲ ଫିଟକରି ନିଅନ୍ତୁ ।

ସେଭିଙ୍ଗ ପରେ ଯେଉଁ ଫିଟକରି ବ୍ୟବହାର ହେଉଛି ତାକୁ ପ୍ରୟୋଗ କରିବେ ନାହିଁ । ଆପଣ ଦୋକାନରୁ ଫିଟକରି କିଣି ଆଣନ୍ତୁ । ଆପଣ ଗ୍ୟାସରେ ଗୋଟିଏ ତାୱା ରଖନ୍ତୁ ଓ ସେଥିରେ ଗୋଟିଏ ଛୋଟ ଖଣ୍ଡ ଫିଟକରି ରଖି ଦିଅନ୍ତୁ । ବର୍ତ୍ତମାନ ଏହି ଫିଟକରିରୁ ବବଲ୍ସ ବାହାରିବ ।

୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ପରେ ଏହି ଫିଟକରିକୁ ବବଲ୍ସ ବାହାରିବା ବନ୍ଦ ହୋଇଗଲେ ଗ୍ୟାସକୁ ବନ୍ଦ କରି ଦିଅନ୍ତୁ । ବର୍ତ୍ତମାନ ଏହି ଫିଟକରିକୁ ଗୁଣ୍ଡ କରନ୍ତୁ । ଯେତିକି ମାତ୍ରାରେ ଫିଟକରି ଗୁଣ୍ଡ ଅଛି ସେତିକି ମାତ୍ରାରେ ଏଥିରେ ହଳଦୀ ଗୁଣ୍ଡ ମିଶାନ୍ତୁ । ଦାନ୍ତରେ ପୋକ ଲାଗିବା କାରଣରୁ ମାଢି ଫୁଲିଯାଏ ତେବେ ହଳଦୀ ତାହାକୁ ଦୂର କରିଥାଏ । ଏହା ପରେ ଏଥିରେ ଚିମୁଟା ମାତ୍ରେ ସନ୍ଧର୍ବ୍ୟ ଲୁଣ ମିଶାନ୍ତୁ । ସନ୍ଧର୍ବ୍ୟ ଲୁଣ ଆମ ଦାନ୍ତ ଓ ମାଢି ପାଇଁ ବହୁତ ହିଁ ଭଲ ଅଟେ ।

ଯଦି ଦାନ୍ତରୁ ରକ୍ତ ପଡୁଛି କିମ୍ବା ମାଢି ଫୁଲି ଯାଇଛି ତେବେ ଏହା ତାକୁ ଦୂର କରିଥାଏ । ବର୍ତ୍ତମାନ ଉପାୟ ପ୍ରସ୍ତୁତ ହୋଇ ଯାଇଛି । ଏହାକୁ କୌଣସି ପାତ୍ରରେ ମୁହଁ ବନ୍ଦ କରି ରଖି ପାରିବେ । ଏହାକୁ କେମିତି ପ୍ରୟୋଗ କରିବେ, ପ୍ରଥମେ ଗୋଟିଏ ପାତ୍ରରେ ଅଧ ଚାମଚ ଏହି ମିଶ୍ରଣର ନିଅନ୍ତୁ ଓ ଏଥିରେ ଅଧ ଚାମଚ ସୋରିଷ ତେଲ ମିଶାନ୍ତୁ ଓ ସୋରିଷ ତେଲ ବଦଳରେ ଆପଣ ଏଥିରେ ନଡିଆ ତେଲର ପ୍ରୟୋଗ ମଧ୍ୟ କରି ପାରିବେ ।

ଏହାକୁ ବର୍ତ୍ତମାନ ଭଲ ଭାବରେ ମିକ୍ସ କରି ଆଙ୍ଗୁଠିରେ କିମ୍ବା ବ୍ରଶ ଦ୍ଵାରା ନିଜ ଦାନ୍ତ ଓ ମାଢି ସଫା କରନ୍ତୁ । ୨ -୩ ମିନିଟ ଦାନ୍ତ ସଫା କରିବା ପରେ ଧୋଇ ଦିଅନ୍ତୁ । ଆପଣଙ୍କ ଦାନ୍ତ ବିନ୍ଧା ଓ ପୋକ ଲାଗିବା ସମସ୍ୟା ଦୂର ହୋଇଯିବେ । ଡାକ୍ତରଙ୍କ ପରାମର୍ଶ ନେଇ ଆପଣ ଏହି ଉପାୟକୁ କରି ପାରିବେ । ଏହି ଉପାୟ ଦ୍ଵାରା ଆପଣ ନିଜର ହଳଦିଆ ଦାନ୍ତକୁ ପୁରା ସାଫା କରି ଧଳା କରି ପାରିବେ, ଦାନ୍ତ ବିନ୍ଧାକୁ ଦୂର କରିବା ସହିତ ମୁହଁର ଦୁର୍ଗନ୍ଧକୁ ବି ଦୂର କରିଥାଏ । ଏହିଭଳି ବହୁତ ସମସ୍ୟାକୁ ଦୂର କରିବ । ସପ୍ତାହକୁ ୪ – ୫ ଥର ଏହି ଉପାୟକୁ ନିଶ୍ଚିତ ରୂପରେ କରନ୍ତୁ ।

Leave a Reply

Your email address will not be published. Required fields are marked *