ଏହାକୁ ଥରେ ଲଗେଇ ଦେଖନ୍ତୁ, ଗୋଟେ ରାତିରେ ଆପଣଙ୍କ ଫଟା ଗୋଇଁଠି ଭଲ ହେବ… ସମ୍ପୂର୍ଣ୍ଣ ପ୍ରାକୃତିକ ଉପଚାର

ବନ୍ଧୁଗଣ ବର୍ତ୍ତମାନ ଶୀତ ଦିନ ଆରମ୍ଭ ହୋଇଯାଇଛି । ଆଉ ଶୀତ ହେବା ମାତ୍ରେ ଗୋଇଠି ଫାଟିବା ଭଳି ସମସ୍ଯା ଦେଖାଯାଏ । ଏଥିପାଇଁ ଅନେକ କ୍ରାକ କ୍ରିମ ବା ହୋମ ରେମେଡି ଅନେକ ମହିଳା ମାନେ ଟ୍ରାଏ କରୁଥିବେ । ଆଜି ଆମେ ଆପଣଙ୍କୁ ଏମିତି ଏକ ସହଜ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଗୋଇଠି ଫଟା ସମସ୍ୟାକୁ ଦୂର କରିବା ପାଇଁ ବହୁ ପୁରାତନ କାଳରୁ ଏହାର ପ୍ରୟୋଗ ହୋଇ ଆସୁଛି । ଆମ ଶରୀରର ସବୁ ଓଜନ ଆମ ପାଦ ଉପରେ ପଡିଥାଏ । ସେଥିପାଇଁ ଆମ ପାଦ ସୁସ୍ଥ ରହିବ ଜରୁରି ଅଟେ । ଏବେ ଆସନ୍ତୁ ଜାଣିବା ସେହି ରେମେଡି ବିଷୟରେ ବିସ୍ତାର ଭାବେ ।

ଏଥିପାଇଁ ଆପଣଙ୍କୁ ଆବଶ୍ୟକ ପଡିବ ଗୋଟିଏ ମହମବତୀ ଯାହା ଆପଣଙ୍କୁ ସହଜରେ ଘରୁ ମିଳିଯିବ । ଧଳା ମହମବତୀ ନେଇ ତାହାକୁ ଭଲ ଭାବେ ଗୁଣ୍ଡ ବାହାର କରନ୍ତୁ । ଏହା ପରେ ଅଧ କପ ସୋରିଷ ତେଲ ନିଅନ୍ତୁ । ନଡିଆ ତେଲ ଅଧ କପ ନିଅନ୍ତୁ । ପରେ ଏଲୋଭେରା ଏଥିରେ ପ୍ରୟୋଗ କରନ୍ତୁ । ଏଲୋଭେରା ପତ୍ରରୁ ଜେଲ କାଡି ଅଧ କପ ସେଥିରେ ମିଶାନ୍ତୁ । ଏବେ ଆପଣ ଏକ ପାତ୍ରରେ ସବୁ ମିଶ୍ରଙ୍କୁ ଭଲ ଭାବେ ଗରମ କରନ୍ତୁ । କିଛି ସମୟରେ ପରେ ଏହା ଭଲ ଭାବେ ମେଲ୍ଟ ହୋଇଯିବ ।

ଯଦି ଆପଣଙ୍କ ପାଖରେ ଏଲୋଭେରା ନାହି ତେବେ ୨ରୁ ୩ଟି ଭିଟାମିନ କ୍ୟାପସୁଲ ମିଶାଇ ପାରିବେ । ଯାହା ଆପଣଙ୍କୁ କୌଣସି ମେଡ଼ିସିନ ଷ୍ଟୋର ରୁ ମିଳିଯିବ । ମିଶ୍ରଣ ଟି ଅଳ୍ପ ଥଣ୍ଡା ହେବା ପରେ ଏକ ବକ୍ସ ରେ ରଖି ଦିଅନ୍ତୁ । ମିଶ୍ରଣ କୁ ଥଣ୍ଡା ପାଣିରେ ରଖି ଏହାକୁ ଭଲ ଭାବେ ମିଶ୍ରଣ କରନ୍ତୁ । ଏମିତି କରିବା ଦ୍ଵାରା ପରଫେକ୍ଟ ଭେଶଲିନ ବା କ୍ରାଇକ କ୍ରିମ ଭଳି ତିଆରି ହୋଇଯିବ । କିଛି ସମୟରେ ଏହା ଭଲ ଭାବେ ଜମିଯିବ । ସକାଳେ, ସନ୍ଧ୍ୟା ବା ରାତିରେ ଶୋଇବା ପୂର୍ବରୁ ଆପଣ ଏହାର ପ୍ରୟୋଗ କରି ପାରିବେ ।

ଦିନକୁ ୨ ଥର ଏହାର ପ୍ରୟୋଗ ଯଥେଷ୍ଟ ଅଟେ । ଏହାର ପ୍ରୟୋଗ କରିବା ପୂର୍ବରୁ ପାଦ କୁ ଭଲ ଭାବେ ସଫା କରନ୍ତୁ । ଗାଧୋଇବା ପରେ ପାଦ କୁ ଭଲରେ ଧୋଇ ପାଦ ରେ ଥିବା ମଇଳାକୁ ସ୍କ୍ରବ ସାହାଯ୍ୟରେ ବାହାର କରନ୍ତୁ । ନହେଲେ ଆପଣଙ୍କ ପାଦ ଯଦି ଫାଟିଛି ତେବେ ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣିରେ ପାଦକୁ ୧୫ ମିନିଟ ଯାଏଁ ବୁଡାଇ ରଖନ୍ତୁ । ଯେତିକି ଗରମ ଆପଣ ସହିପାରିବେ ସେତିକି ନିଅନ୍ତୁ । ତା ପରେ ପାଦ କୁ ଭଲ ଭାବେ ପୋଛି ଦିଅନ୍ତୁ ।

ରେମେଡି ଲଗାଇବା ପୂର୍ବରୁ ଏହି ୨ଟି ଉପାୟ କରନ୍ତୁ । ଏହା ପରେ ଯେଉଁ ଜାଗାରେ ଆପଣଙ୍କର ପାଦ ଫାଟିଛି ସେଠାରେ ମିଶ୍ରଣ ଲଗାଇ ସକ୍ସ ପିନ୍ଧି ଦିଅନ୍ତୁ । ଦେଖିବେ ଗୋଇଠି ଫଟା ସମସ୍ଯା ଦୂର ହୋଇଇବ । ଏହାକୁ ହାତରେ ପ୍ରୟୋଗ କରିବେ ନାହି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *