ଆଣ୍ଠୁ ବିନ୍ଧା, ଅଣ୍ଟା ବିନ୍ଧା, ଗଣ୍ଠି ବିନ୍ଧା ହୋଇଯିବ ଭଲ, ଥରେ ପିଇକି ଦେଖନ୍ତୁ ଏହି ଜିନିଷ

ସମସ୍ତ ବର୍ଗର ପୁରୁଷ ଓ ମହିଳାମାନଙ୍କୁ ବର୍ତ୍ତମାନ ସମୟରେ ଆଣ୍ଠୁ ଗଣ୍ଠି ଭଳି ସମସ୍ୟାର ସମ୍ମୁଖୀନ କରିବାକୁ ପଡୁଛି । ଏହି ସମସ୍ୟା ଥିଲେ ଯଦି କୌଣସି ବ୍ୟକ୍ତି ବସୁଛନ୍ତି ତେବେ ତାକୁ ଉଠିବାରେ ସମସ୍ୟା ହୋଇଥାଏ । ଠିକ ସେହିଭଳି ବସିବା ସମୟରେ ବି ଆଣ୍ଠୁରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଅଣ୍ଟା ବିନ୍ଧା, ଦୁର୍ବଳତା କିମ୍ବା କ୍ଲାନ୍ତ ଅନୁଭବ କରିବା, କାନ୍ଧ ଓ ଗୋଇଠିରେ ଯନ୍ତ୍ରଣା ହେବା କିମ୍ବା ଶରୀରର ଅନ୍ୟ କୌଣସି ସ୍ଥାନରେ ଯଦି ଆପଣଙ୍କର ଯନ୍ତ୍ରଣା ହେଉଛି ତେବେ ଆଜି ଆମେ ଆପଣଙ୍କ ପାଇଁ ପୁଣି ଥରେ ଏକ ନୂଆ ଘରେଲୁ ଉପାୟ ନେଇ ଆସିଛୁ । ଯାହାର ପ୍ରୟୋଗ ବହୁତ ସହଜ ଅଟେ । ବୟସ ବଢିବା ସହ ଧୀରେ ଧୀରେ ସମସ୍ତେ କମଜୋର ହୋଇ ଯାଆନ୍ତି ।

ଆପଣଙ୍କ ଶରୀରର କେତେକ ସ୍ଥାନରେ ଗଣ୍ଠି ଗୁଡିକ ବି ଯନ୍ତ୍ରଣା କରିଥାଏ । କିନ୍ତୁ ଆଜି ଆପଣଙ୍କ ପାଇଁ ଏକ ଚମତ୍କାରୀ ଉପାୟ ନେଇ ଆସିଛୁ । ଏହି ଉପାୟକୁ କରିବାର କିଛି ଦିନ ପରେ ଆପଣଙ୍କ ଶରୀରର ପ୍ରାୟତଃ ସମସ୍ୟା ଦୂର ହୋଇଯିବ । ପୁରୁଣାରୁ ପୁରୁଣା ଗଣ୍ଠି ବିନ୍ଧା, ଡେଙ୍ଗୁ ଓ ଚିକେନଗୁଣିଆ ହେବା ପରେ ବି ଶରୀରର କେତେକ ସ୍ଥାନରେ ବ୍ୟଥା ହେଉଛି, ଯଦି ଆପଣଙ୍କୁ ଏହିଭଳି କିଛି ସମସ୍ୟା ଅଛି ତେବେ ଆପଣ ଆମର ଏହି ଉପାୟକୁ କରି ପାରିବେ ।

ଏହି ଉପାୟକୁ କରିବା ପାଇଁ ଆପଣଙ୍କୁ ପ୍ରଥମେ ଗୋଟିଏ ଗ୍ଳାସ ଗାଈ କ୍ଷୀର ନିଅନ୍ତୁ । ଆପଣ ଏହି କ୍ଷୀରକୁ ଭଲ ଭାବରେ ଗରମ କରି ନିଅନ୍ତୁ । ଆପଣ ହଳଦୀ ଗୁଣ୍ଡ ନିଅନ୍ତୁ । କିନ୍ତୁ ଆପଣ ପ୍ୟାକେଟ ହଳଦୀ ପରିବର୍ତ୍ତେ ଯଦି କଞ୍ଚା ହଳଦୀକୁ ଗୁଣ୍ଡ କରି ତାହାର ପ୍ରୟୋଗ କରିବେ ତେବେ ଆପଣଙ୍କୁ ଏହି ଉପାୟର ଲାଭ ଅଧିକ ମାତ୍ରାରେ ମିଳିବ । ଏକ ଚାମଚ ହଳଦୀ ଗୁଣ୍ଡ ଏହି ଗରମ କ୍ଷୀରରେ ମିଶ୍ରଣ କରନ୍ତୁ ।

ଆପଣ ଏକ ଚାମଚ ଦେଶୀ ଘିଅ ବି ଏହି ଗରମ କ୍ଷୀରରେ ମିଶ୍ରଣ କରନ୍ତୁ । କିନ୍ତୁ ଧ୍ୟାନ ରଖିବେ କି ମାର୍କେଟରୁ ଘିଅ ଆଣନ୍ତୁ ନାହିଁ ଦେଶୀ ଘିଅ ପ୍ରୟୋଗ କରନ୍ତୁ । କାରଣ ଯଦି ଆପଣ ଅସଲ ଜିନିଷର ବ୍ୟବହାର କରିବେ ନାହିଁ ତେବେ ଆପଣଙ୍କୁ କୌଣସି ବି ପ୍ରକାରର ଲାଭ ମିଳିବ ନାହିଁ । ଆପଣ ଏହି କ୍ଷୀରକୁ ଅନ୍ୟ ଏକ ଗ୍ଳାସ ଦ୍ଵାରା ଫେଣ୍ଟି ଦିଅନ୍ତୁ । କିନ୍ତୁ ସବୁଠୁ ମହତ୍ଵ ପୂର୍ଣ କଥା ହେଉଛି ଆପଣ ଏହି କ୍ଷୀରକୁ ଛିଡା ହୋଇ ସେବନ କରିବେ ।

ଭୁଲରେ ବି ଏହାକୁ ବସି ପିଇବେ ନାହିଁ । କିଛି ଦିନ ପିଇବା ପରେ ଆପଣଙ୍କ ଗଣ୍ଠିରେ ଯେଉଁ ଯନ୍ତ୍ରଣା ହେଉଥିଲା ତାହା ଆଉ ଜଣା ପଡିବ ନାହିଁ । କାରଣ କ୍ଷୀରର ସେବନ କରିବା ଦ୍ଵାରା ହାଡର ରସ ତିଆରି ହୋଇଥାଏ । ଯାହା ଆପଣଙ୍କର ବାନ୍ତି ବିନ୍ଧାର ମୁଖ୍ୟ କାରଣ ଅଟେ ।

Leave a Reply

Your email address will not be published. Required fields are marked *