SBI ଗ୍ରାହକ ମାନଙ୍କ ପାଇଁ ବଡ ଖବର, July 1ରୁ ବଦଳିବ ଏହି ସବୁ ନିୟମ

ଏସବିଆଇ ଯାହାକି ଭାରତର ସବୁଠୁ ବଡ ଗ୍ରାହକସେବା ବ୍ୟାଙ୍କ ଅଟେ ସେ ସବୁବେଳେ ନିଜର ଗ୍ରାହକମାନଙ୍କ ନିମନ୍ତେ ନିଜର କିଛି ନିୟମରେ ବହୁତ କିଛି ପରିବର୍ତ୍ତନ କରିଥାଏ । ଯାହା ଦ୍ଵାରା ବେଳେ ବେଳେ ଗ୍ରାହକମାନଙ୍କୁ କିଛି ସୁବିଧା ମିଳିଥାଏ ତ ଅନ୍ୟ ପକ୍ଷରେ କିଛି ଅସୁବିଧା ବି ହୋଇଥାଏ । ଏମିତିରେ ପୁଣି ଥରେ ଏସବିଆଇ ଜୁଲାଇ ୧ ରୁ ବହୁତ କିଛି ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି ।

ଯେଉଁଥିରେ କି ଏଟିଏମରୁ ଟଙ୍କା ଉଠାଣ, ବ୍ୟାଙ୍କ ଖାତାରୁ ନଗଦ ଟଙ୍କା ଉଠାଣ, ଚେକ ବୁକ ଇସୁ ଇତ୍ୟାଦି ସାମିଲ ଅଛି । ତେବେ ଚାଳନ୍ତୁ ଜାଣିବା ଏସବିଆଇ ନିଜର ଗ୍ରାହକମାନଙ୍କ ପାଇଁ କେଉଁ ସବୁ ନୂଆ ନିୟମ ଲାଗୁ କରିଛି । ଏସବିଆଇର ବେସିକ ସେଭିଙ୍ଗ ବ୍ୟାଙ୍କ ଡିପୋଜିଟ ଆକାଉଣ୍ଟ ସମାଜର ଗରିବ ଲୋକମାନଙ୍କ ପାଇଁ ଉଦିଷ୍ଟ ଅଟେ ।

ଆପଣ ବିନା କୌଣସି ମୂଲ୍ୟରେ ଅତି ସହଜରେ ଏସବିଆଇ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ପାରିବେ । ଏହାକୁ ଜିରୋ ଆକାଉଣ୍ଟ ବୋଲି ବି କୁହାଯାଏ । ଯେ କୌଣସି ବି ବ୍ୟକ୍ତି ଯେଉଁମାନଙ୍କ ପାଖରେ ବୈଧ KYC ଡକୁମେନ୍ଟ ଥିବ ସେମାନେ ଏସବିଆଇର ବେସିକ ସେଭିଙ୍ଗ ବ୍ୟାଙ୍କ ଆକାଉଣ୍ଟ ଖୋଲି ପାରିବେ । ଏହିଭଳି ଆକାଉଣ୍ଟ ଯେଉଁମାନେ ଖୋଲିଛନ୍ତି ସେମାନଙ୍କ ପାଇଁ ସବୁଠୁ ଭଲ କଥା ହେଉଛି କି ସେମାନେ ମାସକୁ ୪ ଥର ଏହି ଆକାଉଣ୍ଟରୁ ମାଗଣାରେ ଟଙ୍କା ଉଠାଇ ପାରିବେ ।

ଏଥିରେ ଏଟିଏମରୁ ଟଙ୍କା ଉଠାଣ ମଧ୍ୟ ସାମିଲ ଅଛି । କିନ୍ତୁ ୪ ଥର ଟଙ୍କା ଉଠାଣ ପରେ ବି ଯଦି ଆପଣ ପୁଣି ଟଙ୍କା ଉଠାଉଛନ୍ତି ତେବେ ପ୍ରତି ଥର ଟଙ୍କା ଉଠାଣରେ ୧୫ ଟଙ୍କା ଚାର୍ଜ ଲାଗିବ । ଏସବିଆଇ ବେସିକ ସେଭିଙ୍ଗ ବ୍ୟାଙ୍କ ଡିପୋଜିଟ ଆକାଉଣ୍ଟ ଧାରିଙ୍କୁ ବର୍ଷକୁ ୧୦ ଟି ଚେକ କପି ଦେଇଥାଏ । ବର୍ତ୍ତମାନ ଏହି ଚେକ ବୁକ ପାଇଁ ବ୍ୟାଙ୍କ ଚାର୍ଜ କରିବ । ଏହି ଚେକବୁକ ପାଇଁ ବ୍ୟାଙ୍କ ୪୦ ଟଙ୍କା ସହ ଜିଏସଟି ମଧ୍ୟ ଚାର୍ଜ କରିବ ଓ ଇମର୍ଜେନ୍ସି ଚେକ ବୁକ ପାଇଁ ୫୦ ଟଙ୍କା ସହ ଜିଏସଟି ଚାର୍ଜ କରାଯିବ ।

କେବଳ ଏତିକି ନୁହେଁ ଏସବିଆଇ ଏଟିଏମରୁ ଟଙ୍କା ଉଠାଣ ନିୟମରେ ବି ବ୍ୟାଙ୍କ ବହୁତ ପରିବର୍ତ୍ତନ କରିଛି । ଏସବିଆଇ ବ୍ରାଞ୍ଚରୁ ୪ ଥର ମାଗଣା ଟଙ୍କା ଉଠାଇ ପାରିବେ । କିନ୍ତୁ ଫ୍ରୀ ଲିମିଟ ଶେଷ ହେବା ପରେ ଯଦି ଆପଣ ଟଙ୍କା ଉଠାଉଛନ୍ତି ତେବେ ପ୍ରତି ଟ୍ରାନ୍ଜାକ୍ଶନ ପାଇଁ ବ୍ୟାଙ୍କ ୧୫ ଟଙ୍କା ଓ ଏହା ଉପରେ ଜିଏସଟି ମଧ୍ୟ ଚାର୍ଜ କରିବ ।

କିନ୍ତୁ ଅନ୍ୟ ପଟେ ବ୍ୟାଙ୍କ ଚେକ ମାଧ୍ୟମରେ ଟଙ୍କା ଉଠାଣ ସୀମାକୁ ବଢାଇ ଦେଇଛି । ଅର୍ଥାତ ଜୁଲାଇ ୧ ରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆପଣ ଚେକ ବୁକ ମାଧ୍ୟମରେ ଟଙ୍କା ଉଠାଇ ପାରିବେ । ସେହିଭଳି ୱୀଥଡ୍ରଳ ଫର୍ମ ମାଧ୍ୟମରେ ଗୋଟିଏ ସେଭିଙ୍ଗ ବ୍ୟାଙ୍କ ଆକାଉଣ୍ଟରୁ ମଧ୍ୟ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ବୁଦ୍ଧି କରାଯାଇଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *